Advertisment

ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମମତାଙ୍କ ମୁଖ୍ୟ ପରାମର୍ଶଦାତା ହେଲେ ଆଲାପନ ବନ୍ଦୋପାଧ୍ୟାୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ବୈଠକରେ ସେ…

author-image
Minati Mishra
ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମମତାଙ୍କ ମୁଖ୍ୟ ପରାମର୍ଶଦାତା ହେଲେ ଆଲାପନ ବନ୍ଦୋପାଧ୍ୟାୟ

Alapan Bandyopadhyay

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଏବେ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଡାକିଥିବା ବୈଠକରେ ସେ କାହିଁକି ଯୋଗ ଦେଲେ ନାହିଁ, ତାର ଉତ୍ତର ଦେବାକୁ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି କେନ୍ଦ୍ର ସରକାର । ଡିସାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଆଧାରରେ ଏହି ନୋଟିସ୍ ଜାରି କରାଯାଇଥିବା ବେଳେ ୩ ଦିନ ଭିତରେ ଏହାର ଉତ୍ତର ଦେବାକୁ କୁହାଯାଇଛି । ବାତ୍ୟା ୟାସର ସମୀକ୍ଷା ପାଇଁ ଗତ ଶୁକ୍ରବାର ମୋଦି ଡାକିଥିବା ବୈଠକକୁ ମମତା ବାନାର୍ଜୀ ଓ ଆଲାପନ ବନ୍ଦୋପାଧ୍ୟାୟ ଡେରିରେ ଯାଇଥିଲେ । ଏପରିକି ମୋଦି ଓ ରାଜ୍ୟପାଳଙ୍କୁ ଅପେକ୍ଷା କରାଇଥିଲେ ସେମାନେ ।

ପରେ ଆଲାପନଙ୍କ ସହିତ ମମତା ଆସି ମୋଦିଙ୍କୁ ଦାବିପତ୍ର ଦେଇ ସାଙ୍ଗେ ସାଙ୍ଗେ ପଳାଇ ଯାଇଥିଲେ। ଏହା ପରେ ଆଲାପନଙ୍କୁ ଡକରା ଯାଇଥିଲା ଦିଲ୍ଲୀ । ଗତ ସୋମବାର ସୁଦ୍ଧା ଡିପାର୍ଟମେଣ୍ଟ ଅଫ୍ ପର୍ସନାଲରେ ରିପୋର୍ଟ କରିବାକୁ ତାଙ୍କୁ କୁହାଯାଇଥିଲା । କିନ୍ତୁ ମମତା ବାନାର୍ଜୀ ସରକାର ଆଲାପନଙ୍କୁ ରିଲିଭ କରିନଥିଲେ ।

Advertisment

ବାତ୍ୟା ଓ କରୋନା ଚ୍ୟାଲେଞ୍ଜର ମୁକାବିଲା ଚାଲିଥିବା ବେଳେ ଏହି ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିପାରିବେ ନାହିଁ ବୋଲି କହି ମମତା ଦିଦି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହା ପରେ ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇଥିଲେ ଆଲାପନ । ଏହା ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ମମତାଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଆଜିଠାରୁ ସେ ମମତା ବାନାର୍ଜୀଙ୍କ ପରାମର୍ଶଦାତା ଭାବେ କାମ କରିବେ। ଏହା ପରେ ଏଚ.କେ ଦ୍ୱିବେଦୀ ବଙ୍ଗର ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ।

ତେବେ ଏପରି ଇସ୍ତଫା ଦେବା ପରେ କେନ୍ଦ୍ର ଅସନ୍ତୋଷରୁ ବର୍ତ୍ତି ପାରିବେ ନାହିଁ  ଆଲାପନ ବନ୍ଦୋପାଧ୍ୟାୟ। କେନ୍ଦ୍ର ସରକାରଙ୍କ ସୂତ୍ର ଅନୁସାରେ, ଆଦେଶର ଅବମାନନା କରିଥିବା କାରଣରୁ ତାଙ୍କୁ ଚାର୍ଜସିଟର ସାମ୍ନା କରିବାକୁ ପଡ଼ିପାରେ।

Advertisment
Advertisment