/odishatv-khabar/media/post_attachments/uploadimage/library/16_9/16_9_0/mp-1_1627366410.jpg)
mp
ଇନ୍ଦୋର: ପଶୁ ଓ ପକ୍ଷୀଙ୍କ କ୍ଷେତ୍ରରେ ଦେଖାଯାଏ ଯେ ପିଲା ଅଧିକ ହେଲେ ପଶୁ ଓ ପକ୍ଷୀମାନେ ଭରଣପୋଷଣ ନକରିପାରି ନିଜ ପିଲାଙ୍କୁ ଗିଳି ଦିଅନ୍ତି ନହେଲେ ମାରିଦିଅନ୍ତି। ଏବେ ତାହା ମଣିଷ କ୍ଷେତ୍ରରେ ଦେଖା ଗଲାଣି। ସାଧାରଣ ମଣିଷ ଅଭାବ ଅନଟନରେ ପଡ଼ି ଘରର ବୃଦ୍ଧବୃଦ୍ଧା ସଦସ୍ୟଙ୍କ ଘରୁ ବାହାର କରିଦେବାର ନଜିର ତ ଅନେକ ରହିଛି, କିନ୍ତୁ ଜନତାଙ୍କ ପଇସାରେ ସ୍ୱାହା ସ୍ୱାହା କରୁଥିବା ସରକାର ଯେ ବୃଦ୍ଧାବୃଦ୍ଧାଙ୍କୁ ଚଳାଇବାକୁ ଅସମର୍ଥ, ତାହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଇନ୍ଦୋରରେ। ଏଠାରେ ବୃଦ୍ଧବୃଦ୍ଧାଙ୍କୁ ଟ୍ରକ୍ରେ ଲଦି ଅନ୍ୟ ସ୍ଥାନରେ ଛାଡ଼ି ଦିଆଯାଉଥିବାର ଏକ ଘଠଣା ସାମ୍ନାକୁ ଆସିଛି। ଆଉ ଏହି ଦୃଶ୍ୟ ଭାଇରାଲ ହେବା ପରେ ଇନ୍ଦୋର ମ୍ୟୁନିସିପାଲ୍ଟି କୋରପୋରେସନର ଜଣେ ବରିଷ୍ଠ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ମଧ୍ୟପ୍ରଦେଶ ସରକାର।
ଇନ୍ଦୋର ସହରରୁ ବାସହୀନ କିଛି ବୃଦ୍ଧବୃଦ୍ଧାଙ୍କୁ ବାହାର କରିବା ପାଇଁ ଠେଲିପେଲି ଟ୍ରକ୍ ଭିତରେ ଭର୍ତ୍ତି କରାଯାଉଥିଲା। ପ୍ରବଳ ଶୀତରେ ଏକ ଗାଁ ନିକଟରେ ଛାଡ଼ି ଦିଆଯାଉଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଭିଡିଓକୁ ତାଙ୍କ ମୋବାଇଲ୍ କ୍ୟାମେରାରେ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଛାଡ଼ିଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇନ୍ଦୋର୍ ମ୍ୟୁନିସିପାଲ୍ କୋର୍ପୋରେସନ୍(ଆଇଏମ୍ସି)ର ଜଣେ ମୁଖ୍ୟ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମଧ୍ୟପ୍ରଦେଶ ସରକାର। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ ଅଧିକାରୀଙ୍କ ସ୍ଥାନରେ ଆଇଏମ୍ସିର ଡେପୁଟି କମିଶନର ପ୍ରତାପ ସୋଲାଙ୍କିକୁ ନିଯୁକ୍ତ କରାଯାଇଛି। ଏହି ଘଟଣାରେ ନଗରଉନ୍ନୟନ ବିଭାଗର ଦୁଇ କର୍ମଚାରୀଙ୍କୁ ମଧ୍ୟ ଚାକିରିରୁ ବରଖାସ୍ତ କରିଛନ୍ତି ସରକାର।
ଭିଡିଓରେ ଆଇଏମ୍ସିର ଆଣ୍ଟି ଏନ୍କ୍ରୋଚମେଣ୍ଟ ସ୍କ୍ୱାର୍ଡ କିଛି ଲୋକଙ୍କୁ ସହରରୁ ସ୍ଥାନାନ୍ତର କରୁଥିବା ଦେଖାଯାଉଛି। ସେମାନଙ୍କ ମଧ୍ୟରେ ଅନେକ ଦୁର୍ବଳ ଓ ବୁଢ଼ାବୁଢ଼ି ବ୍ୟକ୍ତି ରହିଛନ୍ତି। ଚିରାଫଟା ପୋଷାକ ଓ ଛିଡ଼ା ବ୍ୟାଗ ସହିତ ଏମାନେ ବଡ଼ ଦୁସ୍ଥ ଅବସ୍ଥାରେ ଥିବା ଦେଖାଯାଉଛି। ଟ୍ରକ୍ରେ ଲଦି ଏମାନଙ୍କୁ ଇନ୍ଦୋର ସହରର ନିକଟରେ ଥିବା ଏକ ଗାଁ ସିପ୍ରାରେ ଛାଡ଼ି ଦିଆଯାଉଥିବାରୁ ଦୃଶ୍ୟ ରହିଛି। ସିପ୍ରା ଗାଁ ଲୋକ ଏହାକୁ ବିରୋଧ କରିବାରୁ ଆଇଏମ୍ସି କର୍ମଚାରୀମାନେ ବାଧ୍ୟ ହୋଇ ପୁଣିଥରେ ଯାଯାବରମାନଙ୍କୁ ଟ୍ରକ୍ରେ ଲଦି ସହରକୁ ନେଇଯାଉଥିଲେ।
इंदौर की ये घटना मानवता पर एक कलंक है। मुख्यमंत्री की अकर्मण्यता व गृहमंत्री के साथ कुर्सी की नूराकुश्ती के बीच प्रदेश में अफसरशाही हावी हो चुकी है। थोड़ी भी संवेदनशीलता बची हो तो मुख्यमंत्री इन बेसहारा लोगों से माफी मांगे व दोषी अधिकारियों पर कड़ी कार्यवाही करें। pic.twitter.com/HkQ3OraWmu
— Kunal Choudhary (@KunalChoudhary_) January 30, 2021
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କହିଛନ୍ତି, "ଆଜି ଇନ୍ଦୋରରେ ନଗରନିଗମ କର୍ମଚାରୀମାନେ ବୟସ୍କ ବ୍ୟକ୍ତିଙ୍କ ସହିତ ଯେଉଁଭଳି ଅମାନବୀୟ ବ୍ୟବହାର କରିଛନ୍ତି ସେ ସମ୍ପର୍କରେ ଖବର ମିଳିଛି। ଏହି ଘଟଣାରେ ଦାୟୀ ଥିବା ନଗର ନିଗମର ଡେପୁଟି କମିଶନରଙ୍କ ସମେତ ଦୁଇ ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି। ତା ସହିତ ଏହି ବୟସ୍କମାନଙ୍କର ଦେଖାରେଖା କରିବାକୁ ଇନ୍ଦୋର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।"
ଏସମ୍ପର୍କରେ ସୂଚନା ଦେଇ ଆଇଏମ୍ସିର ଅତିରିକ୍ତ କମିଶନର ଅଭୟ ରାଜଙ୍ଗଓଂକାର କହିଛନ୍ତି ଯେ ବୟସ୍କମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ସରକାରୀ ଆଶ୍ରୟ ସ୍ଥଳକୁ ନିଆଯାଉଥିଲା। ତେବେ କାହିଁକି ସେମାନଙ୍କୁ ସହର ବାହାରକୁ ନିଆଯାଉଥିଲା ସେ ସମ୍ପର୍କରେ ଘଟଣାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)