Advertisment

ବେଣୁଧରଙ୍କ ପାଇଁ ପ୍ରଚାର ମୈଦାନରେ ରାନୀ ପଣ୍ଡା

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜଲିଉଡ୍ ଅଭିନେତ୍ରୀ ରାଣୀ ପଣ୍ଡା। ତେବେ କୌଣସି ପ୍ରମୁଖ ଦଳ ନୁହେଁ, ବରଂ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ରାନୀ। ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏ ହାଇପ୍ରୋଫାଇଲ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୮୦ ବର୍ଷ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ। ତାଙ୍କର କଳ ବଳ ନଥିବାରୁ ଅଭିନେତ୍ରୀ […]

author-image
Abinash Pati
ଅଦ୍ୟତନ ହୋଇଛି
ବେଣୁଧରଙ୍କ ପାଇଁ ପ୍ରଚାର ମୈଦାନରେ ରାନୀ ପଣ୍ଡା

rani-panda

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଜଲିଉଡ୍ ଅଭିନେତ୍ରୀ ରାଣୀ ପଣ୍ଡା। ତେବେ କୌଣସି ପ୍ରମୁଖ ଦଳ ନୁହେଁ, ବରଂ ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ରାନୀ।

Advertisment

ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେପି-ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏ ହାଇପ୍ରୋଫାଇଲ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୮୦ ବର୍ଷ ବୟସ୍କ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ। ତାଙ୍କର କଳ ବଳ ନଥିବାରୁ ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କ ପାଇଁ ପ୍ରଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ରାନୀ ଆଜି ତାଙ୍କ ପ୍ରିତିଶ୍ରୁତି ରକ୍ଷା କରି ଗୁଡ଼ିପଦା ଓ ଶୋଭାରାମପୁର ଅଞ୍ଚଳକୁ ଯାଇ ବେଣୁ ମଉସାଙ୍କ ପାଇଁ ଭୋଟ୍ ମାଗିଛନ୍ତି। ସ୍ଥାନୀୟ ମତଦାତାଙ୍କୁ ହାତ ଯୋଡ଼ି ରାନୀ ଭୋଟ୍ ମାଗିବା ସହ କେଟିଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି।

Advertisment
Advertisment