Advertisment

ଅନ୍ୟକୁ ସାହାଯ୍ୟ କରିବା ପାଇଁ ୩୦୦ କିମି ଲୁନାରେ ଗଲେ ୮୦ ବର୍ଷର ବୃଦ୍ଧ

ବ୍ରହ୍ମପୁର: ସାମାନ୍ୟ ସ୍ୱାର୍ଥ ପାଇଁ ଲୋକ ଏଠି ମାରପିଟ୍‌, ହଣାକଟା କରିବାକୁ ପଛାଉ ନାହାନ୍ତି। ଆଜିର ବସ୍ତୁବାଦୀ ଦୁନିଆରେ ମଣିଷ କେବଳ ନିଜର ସୁବିଧା ଖୋଜୁଥିବାବେଳେ ସେ ଥିଲେ ଜଣେ ନିଆରା ମଣିଷ। ବୟସର ଅପହରାହ୍ନରେ ମଣିଷ ଯେତେବେଳେ ଆଉ କାହାର…

author-image
Minati Mishra
ଅଦ୍ୟତନ ହୋଇଛି
ଅନ୍ୟକୁ ସାହାଯ୍ୟ କରିବା ପାଇଁ ୩୦୦ କିମି ଲୁନାରେ ଗଲେ ୮୦ ବର୍ଷର ବୃଦ୍ଧ

helping man

ବ୍ରହ୍ମପୁର: ସାମାନ୍ୟ ସ୍ୱାର୍ଥ ପାଇଁ ଲୋକ ଏଠି ମାରପିଟ୍‌, ହଣାକଟା କରିବାକୁ ପଛାଉ ନାହାନ୍ତି। ଆଜିର ବସ୍ତୁବାଦୀ ଦୁନିଆରେ ମଣିଷ କେବଳ ନିଜର ସୁବିଧା ଖୋଜୁଥିବାବେଳେ ସେ ଥିଲେ ଜଣେ ନିଆରା ମଣିଷ। ବୟସର ଅପହରାହ୍ନରେ ମଣିଷ ଯେତେବେଳେ ଆଉ କାହାର ସହାରା ଖୋଜୁଥାଏ ସେତେବେଳେ ସେ ନିଜ ହାତ ବଢାଇ ଦିଅନ୍ତି ଅନ୍ୟକୁ ସାହାଯ୍ୟ କରିବା ପାଇଁ । ବ୍ରହ୍ମପୁରର ଏଇ ୮୦ ବର୍ଷର ବୃଦ୍ଧଙ୍କ ମହାନତାର କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ମଧୁସୂଦନ ପାତ୍ର। ବୟସ ପ୍ରାୟ ୮୦ ବର୍ଷ । ଦୟାଳୁ ମଣିଷଟିଏ। କାହାର ଦୁଃଖ ସେ ସହି ପାରନ୍ତିନି। କହିବା ଦରକାର ନାହିଁ, ସେ ଆପେ ଆପେ ଜାଣି ପାରନ୍ତି କାହାର ସାହାଯ୍ୟ ଦରକାର। ସେ ଚାଲିଯାଆନ୍ତି ମାଇଲ ମାଇଲ ବାଟ ପରିଣତ ବୟସରେ ବି ।  ଖବରକାଗଜରେ ଲୋକଙ୍କ ସମସ୍ୟା ପଢି ଦୁଃଖିହାରିଙ୍କ ନିକଟରେ ପହଞ୍ଚି ଯାଆନ୍ତି ସାହାଯ୍ୟ କରିବା ପାଇଁ । ନିଜେ ଲୁନା ଗାଡିରେ ପ୍ରାୟ ୩ଶହ କିଲୋମିଟର ବାଟ ଚଲାଇ ଏଠାରେ ପହଞ୍ଚିଥିଲେ। ଝାଟିମାଟି ତିଆରି ଏହି ଘରେ ରହୁଥିବା ମହିଳାଙ୍କ ଭଲମନ୍ଦ ବୁଝିବା ସହ ତାଙ୍କୁ ୧୦ ହଜାର ଟଙ୍କା ସହାୟତା କରିଥିଲ।

ସୂଚନାଥାଉ କି, ଜଗତସିଂହପୁର କୁଜଙ୍ଗ ବ୍ଲକ ଜହ୍ନାପାଳ ଗାଁର ଗନ୍ଧର୍ବ ଜେନା ନାମକ ବ୍ୟକ୍ତିଙ୍କ କଟକ scb କୋଭିଡ କେୟାର ସେଣ୍ଟରରୁ ଗାଏବ ହୋଇ ଯାଇଥିଲେ। ଇତି ମଧ୍ୟରେ  ଦେଢ଼ ମାସ ବିତିଲାଣି, ଗନ୍ଧର୍ବଙ୍କର କୌଣସି ପତ୍ତା ନାହିଁ।  ପ୍ରଶାସନ ନିକଟରେ ପରିବାର ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୂଚନା ମିଳିନାହିଁ । ଘରେ ଦୁଇ ଝିଅ ଓ ପତ୍ନୀ ଅସହାୟ ଅବସ୍ଥାରେ ରହିଛନ୍ତି ।

Advertisment

ଖବର କାଜଗରେ ଏହି ମହିଳାଙ୍କ ଦୁଃଖ ପଢିଥିଲେ ମଧୁସୂଦନ।  ସ୍ୱାମୀ ନ ଥିବାବେଳେ  ପରିବାର ଲୋକେ କେମିତି ଚଳୁଥିବେ ଏହା ଅନୁଭବ କରି ସେ ସେମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜ ଲୁନାରେ କିଛି ଜିନିଷ ପତ୍ର ସହ ୧୦ ହଜାର ଟଙ୍କା ଧରି ଜହ୍ନାପାଳ ଗାଁରେ ପହଞ୍ଚି ଯାଇଥିଲେ।

ପରିବାର ଲୋକଙ୍କ ଟଙ୍କା ଓ ନେଇଥିବା ଅନ୍ୟାନ୍ୟ ସାମଗ୍ରୀ ଦେଇ ଆଶ୍ୱାସନା ଦେଇଥିଲେ। ଧୈର୍ଯ୍ୟ ଧରିବାକୁ କହିଥିଲେ। ସରକାରଙ୍କ ତରଫରୁ କୌଣସି ସହାୟତା ମିଳିନଥିବାବେଳେ ମଧୁସୂଦନଙ୍କ ଏପରି ଅଯାଚିତ ସାହାଯ୍ୟ ପାଇଁ କୃତକୃତ୍ୟ ହୋଇ ଯାଇଥିଲେ ପରିବାର ଲୋକ।

କେବଳ ଜଗତସିଂହପୁର ଜିଲ୍ଲାର ଏହି ଗୋଟିଏ ଘଟଣା ନୁହେଁ, ମଧୁସୂଦନ ପୂର୍ବରୁ ଏମିତି ଅନେକ ଥର ଅନେକ ବ୍ୟକ୍ତିଙ୍କୁ ସାହାଯ୍ୟ କରି ସ୍ଥାନୀୟ ଅଂଚଳରେ ଏକ ଉଦାହରଣ ପାଲଟିଛନ୍ତି ।

ରିପୋର୍ଟ: ଗଞ୍ଜାମ ଜିଲ୍ଲାରୁ ଅକ୍ଷୟ ମହାରଣା/ ପାରାଦୀପରୁ ରମାକାନ୍ତ ନାୟକ ।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
Advertisment