Advertisment

ଭୁବନେଶ୍ୱରରୁ ଚିହ୍ନଟ ନୂଆ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ଟି ହୋମ୍ କ୍ୱାରେଣ୍ଟିନ୍‌, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।  ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତାରପୁର ଅଞ୍ଚଳରୁ ୨, ମଞ୍ଚେନାଥ ହାଇସ୍କୁଲ(ଚକେଇସିଆଣି) ନିକଟରୁ ୪, ହାଡ଼ବାଇ ବସ୍ତି (ଚକେଇସିଆଣି)ରୁ ୨, ପାସ୍‌ପୋର୍ଟ ଅଫିସ୍‌ […]

author-image
Rajalaxmi Sahoo
ଭୁବନେଶ୍ୱରରୁ ଚିହ୍ନଟ ନୂଆ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ଲୋକାଲ୍ କେସ୍

corona

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ଟି ହୋମ୍ କ୍ୱାରେଣ୍ଟିନ୍‌, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

Advertisment

ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତାରପୁର ଅଞ୍ଚଳରୁ ୨, ମଞ୍ଚେନାଥ ହାଇସ୍କୁଲ(ଚକେଇସିଆଣି) ନିକଟରୁ ୪, ହାଡ଼ବାଇ ବସ୍ତି (ଚକେଇସିଆଣି)ରୁ ୨, ପାସ୍‌ପୋର୍ଟ ଅଫିସ୍‌ ଅଞ୍ଚଳରୁ ୪, ଲକ୍ଷ୍ମୀବଜାର ବସ୍ତି(ଶିରିପୁର)ରୁ ଜଣେ, ଅଶୋକ ନଗର ଅଞ୍ଚଳରୁ ଜଣେ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ଜଣେ, ଏକ ଘରୋଇ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଓ ସରକାରୀ ହସ୍ପିଟାଲ୍‌ର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ହୋମ୍‌ କ୍ୱାରେଣ୍ଟିନ୍‌ କେସ୍‌ ମଧ୍ୟରେ ଘରୋଇ ହସ୍ପିଟାଲ୍‌ର ଜଣେ କର୍ମଚାରୀ ଓ ଜଣେ ରେଲ୍‌ୱେ ଷ୍ଟାଫ୍‌ ଅଛନ୍ତି।

Advertisment

ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବାବେଳେ ୧୩୫ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କ ମୃତ୍ୟୁ ଘଟିଛି।

publive-image

ଆହୁରି ପଢ଼ନ୍ତୁ:ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ

Bhubaneswar Corona Update Corona Update In Odia Corona Cases In Bhubaneswar
Advertisment
Advertisment