/odishatv-khabar/media/post_attachments/uploadimage/library/16_9/16_9_0/rahul-1_1622216571.jpg)
rahul
ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭାକ୍ସନେସନ ନେଇ ଜବାବ ଦେଇଛନ୍ତି । ସେ କହିଛନ୍ତି,ଡିସେମ୍ବର ସୁଦ୍ଧା ଦେଶରେ କରୋନା ଭାକ୍ସନେସନ କାମ ଶେଷ କରାଯିବ । ସେ କହିଛନ୍ତି, ଭାକ୍ସିନ ଉପରେ ଗତ ସପ୍ତାହରେ ସ୍ୱାସ୍ଥ୍ୟ ବିଭାଗ ବିସ୍ତୃତ ସୂଚନା ଦେଇଥିଲେ ।
ବିଭାଗ ପକ୍ଷରୁ କୁହାଯାଇଥିଲା, ଡିସେମ୍ବର ସୁଦ୍ଧା ୨୧୬ କୋଟି ଭାକ୍ସିନ ଡୋଜ ପ୍ରସ୍ତୁତ ହୋଇଯିବ । ଅର୍ଥାତ୍ ୧୦୮ କୋଟି ଲୋକଙ୍କୁ ପୂରା ଡୋଜ ଦିଆଯାଇ ପାରିବ । ବିଭାଗ ଭାକ୍ସିନର ନାଁ ବି ଘୋଷଣା କରିଥିଲେ । କୋଭିସିଲ୍ଡ, କୋଭାକ୍ସିନ, ନୌବାଭାକ୍ସିନ, ଜେନୋବା ଏବଂ ସ୍ପୁଟନିକ ଭି ଡିସେମ୍ବର ସୁଦ୍ଧା ମିଳିବ ବୋଲି ବିଭାଗ ସ୍ପଷ୍ଟ କରିଛି ।
କେନ୍ଦ୍ର ମନ୍ତ୍ରୀ କହିଥିଲେ, ଦେଶରେ ଭାକ୍ସନେସନ କାର୍ଯ୍ୟକ୍ରମ ଡିସେମ୍ବର ସୁଦ୍ଧା ଶେଷ କରାଯିବ ।
ସୂଚନାଥାଉ କି, ଏହା ପୂର୍ବରୁ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଏ ନେଇ ଟାର୍ଗେଟ କରିଥିଲେ । ଏକ ପ୍ରେସ କନ୍ଫରେନ୍ସରେ କହିଥିଲେ, ‘ ମୁଁ ଏବଂ ମୋ ପରି ଅନେକ ମୋଦି ସରକାରଙ୍କୁ କରୋନାର ଦ୍ଵିତୀୟ ଲହର ସମ୍ପର୍କରେ ଚେତାବନୀ ଦେଇଥିଲୁ । ସରକାରଙ୍କୁ ଅନେକ ଥର ପରାମର୍ଶ ବି ଦେଇଥିଲୁ । ହେଲେ ସରକାର ଆମର ମଜାକ ଉଡାଇଲେ ।’
ରାହୁଲ ଗାନ୍ଧୀ କହିଥିଲେ, ଏଇ କରୋନା ଭାଇରସର ମ୍ୟୁଟେଶନର ବିପଦକୁ ଆମେ ବୁଝିବା ଦରକାର । ଆମେ ପୁରା ପୃଥିବୀକୁ ବିପଦ ମୁହଁକୁ ଠେଲି ଦେଉଛେ । କାରଣ ୯୭% ପ୍ରତିଶତ ଲୋକଙ୍କ ପ୍ରତି କରୋନା ଭୟ ରହିଛି । ହେଲେ ମାତ୍ର ୩ ପ୍ରତିଶତ ଲୋକ ଟିକା ନେଇଛନ୍ତି ।’
ରାହୁଲ ଗାନ୍ଧି କହିଥିଲେ, ଯେଉଁ ଲୋକଙ୍କ ପାଖରେ ଖାଇବାକୁ ନାହିଁ, ଶାରୀରିକ ଭାବେ ଯେଉଁମାନେ ଦୁର୍ବଳ ସେମାନଙ୍କ ପାଖରେ କରୋନା ଭୟ ବେଶି । ଯେଉଁମାନଙ୍କର କିଛି ରୋଗ ରହିଛି ସେମାନଙ୍କ ପାଖରେ କରୋନା ଭୟ ରହିଛି । କରୋନାକୁ ରୋକିବା ପାଇଁ ସବୁଠାରୁ ବଡ ଅସ୍ତ୍ର ହେଉଛି ଭାକ୍ସିନ । ମାସ୍କ, ସୋଶାଲ ଡିଷ୍ଟାନ୍ସିଂ, ଲକଡାଉନ…. ଏସବୁ ଅସ୍ଥାୟୀ ଉପାୟ ଅଟେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)