/odishatv-khabar/media/post_attachments/uploadimage/library/16_9/16_9_0/news_201114_HELPLESS_CHILD_NEED_MEDICAL_TREATMEN_PKG_GOTV_1625115812.jpg)
news_201114_HELPLESS_CHILD_NEED_MEDICAL_TREATMEN_PKG_GOTV
ଯାଜପୁର: କଁଅଳ ବୟସରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ଖେଳ କୁଦ ବୟସରେ ଶଯ୍ୟାଶାୟୀ ହୋଇଛନ୍ତି ଯାଜପୁର ଜିଲ୍ଲାର ଦାନଗଦୀ ଓ ଧର୍ମଶାଳା ବ୍ଲକର ଦୁଇ କୁନି ଶିଶୁ। ଜଣେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯିବାରୁ ଉଠିପାରୁନାହାନ୍ତି॥ ଆଉ ଜଣେ ଦେଢ଼ ବର୍ଷରୁ ଜ୍ୱରରେ ପୀଡ଼ିତ ହୋଇ କଷ୍ଟ ସହୁଛନ୍ତି । ଉଭୟ ଶିଶୁଙ୍କ ପରିବାର ବର୍ଗ ପାଇଁ ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଥିବା ବେଳେ ଏବେ ସରକାରୀ ସହୟତାକୁ ଚାହିଁ ରହିଛନ୍ତି ।
ଯେଉଁ ବୟସରେ ଖେଳ କୁଦ, ବୁଲା ବୁଲି ଓ ମଉଜ ମସ୍ତିରେ ମସଗୁଲ ରହି ଜୀବନକୁ ଉପଭୋଗ କରିବାର କଥା ସେହି ବୟସରେ ବୋଝ ହୋଇଯାଇଛି ଜୀବନ। ଅସହ୍ୟ ଯନ୍ତ୍ରଣାକୁ ସହି ସେମାନଙ୍କୁ ଜୀଇଁବାକୁ ପଡ଼ୁଛି। ଏହି କୁନି କୁନି ଶିଶୁ ଜୀବନ କଣ ବୁଝିବା ଆଗରୁ ଶଯ୍ୟାଶାୟୀ ହୋଇ ଯାଇଛନ୍ତି।
୬ ବର୍ଷର ଜାଉରା ବାଦରା । ଘର ଯାଜପୁର ଜିଲ୍ଲା ଦାନଗଦୀ ଚାନ୍ଦିଆ ପଞ୍ଚାୟତ ଟାଙ୍ଗର ସାହି । ବର୍ଷେ ତଳେ ଗଛରୁ ପଡ଼ି ଗୋଡ଼ ଭାଙ୍ଗିଗଲା। ଗୋଡର ହାଡ ଭାଙ୍ଗି ବାହାରକୁ ବାହାରି ଆସିଥିବା ବେଳେ ଚିକିତ୍ସା ଅଭାବରୁ ଗୋଡଟି ଏବେ ପଚି ନଷ୍ଟ ହେବାକୁ ବସିଲାଣି। ବିଧବା ମା’ ବିରେନ୍ ହିଁ ଶାଶୁବୁଢୀ ଓ ଅନ୍ୟ ଦୁଇ ପିଲାଙ୍କ ବୋଝ ମୁଣ୍ଡାଇବା ସହ ଶିଶୁଟିର ସେବା ଯତ୍ନ କରୁଛି । ଚିକିତ୍ସା ପାଇଁ ପାଖରେ ପଇସା ନାହିଁ ।ଦାନଗଦୀ ବିଡିଓ କହିଛନ୍ତି ଶିଶୁର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ।
ଆଉ ଜଣେ ହେଉଛନ୍ତି, ଧର୍ମଶାଳା ବ୍ଲକ ହରିଚନ୍ଦନପୁରର ୫ ବର୍ଷର ଶିଶୁ ପ୍ରତ୍ୟୁଷ ଜେନା। ଦିନ ମଜୁରିଆ ଭାବେ କାମ କରୁଥିବା ପ୍ରଭାତ ଜେନାଙ୍କ ପୁଅ ୩ ବର୍ଷ ତଳେ ରୋଗରେ ପୀଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି। ଦେଢ଼ ବର୍ଷ ବୟସରେ ଭୀଷଣ ଜ୍ୱରର ପୀଡ଼ିତ ହୋଇଥିଲା ପ୍ରତ୍ୟୁଷ। ଆଉ ସେହି ଦିନଠାରୁ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟି ଚାଲିଛି ।
ମଜ୍ଜା ଖରାପ ହୋଇଛି ବୋଲି ଡାକ୍ତର କହିବାପରେ କଟକ ଶିଶୁ ଭବନରୁ ଦିଲ୍ଲୀର ଏମ୍ସରେ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଏଥିରେ କୌଣସି ସୁଫଳ ମିଳିପାରିନାହିଁ। ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।ପୁଅର ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ ସହାୟତା ଯୋଗଇ ଦେବା ଲାଗି ପରିବାର ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)