Advertisment

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ; ୧୦ ମୃତ, ୧୬ ଉଦ୍ଧାର ଓ ୧୫୦ ନିଖୋଜ୍

ଦେହରାଦୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଷୀମଠ ଠାରେ ନନ୍ଦାଦେବୀ ପର୍ବତ ଭୟଙ୍କର ହିମସ୍ଖଳନ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭୁସ୍ଖଳ ଯୋଗୁ ଗଙ୍ଗାର ଉପନଦୀ ଧୌଳି ଗଙ୍ଗାରେ ଏବଂ ଅଳକାନନ୍ଦାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ତପୋବନ ରେନିରେ ଚାଲିଥିବା ରିଷିଗଙ୍ଗା ପାୱାର ପ୍ରୋଜେକ୍ଟରେ କାମ କରୁଥିବା ୧୫୦ ଜଣ ଶ୍ରମିକ ନିଖୋଜ୍ ହୋଇଥିବା […]

author-image
Abinash Pati
ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ; ୧୦ ମୃତ, ୧୬ ଉଦ୍ଧାର ଓ ୧୫୦ ନିଖୋଜ୍

uttarakhand

ଦେହରାଦୁନ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି।

Advertisment

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଷୀମଠ ଠାରେ ନନ୍ଦାଦେବୀ ପର୍ବତ ଭୟଙ୍କର ହିମସ୍ଖଳନ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଭୁସ୍ଖଳ ଯୋଗୁ ଗଙ୍ଗାର ଉପନଦୀ ଧୌଳି ଗଙ୍ଗାରେ ଏବଂ ଅଳକାନନ୍ଦାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ତପୋବନ ରେନିରେ ଚାଲିଥିବା ରିଷିଗଙ୍ଗା ପାୱାର ପ୍ରୋଜେକ୍ଟରେ କାମ କରୁଥିବା ୧୫୦ ଜଣ ଶ୍ରମିକ ନିଖୋଜ୍ ହୋଇଥିବା ବେଳେ ୧୦ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରି ତାଙ୍କ ପରିବାର ପାଇଁ ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ।

ଆଜି ସକାଳେ ନନ୍ଦାଦେବୀ ପର୍ବତରୁ ଭୟଙ୍କର ହିମସ୍ଖଳନ ହୋଇଥିଲା। ଏଥିରେ ରିଷିଗଙ୍ଗା ହାଇଡ୍ରୋ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଧୋଇଯାଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ଦେଢ଼ ଶହ ଲୋକ ମଧ୍ୟ ଭାସିଯାଇଥିଲେ। ତା ସହିତ ଅନେକ ଘର ଭାସିଯିବା ସହିତ ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସମସ୍ତ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବରଫ ଅତଡ଼ା ଖସିବା ଯୋଗୁଁ ଜୋଶିମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇହୋଇ ଯାଇଥିବା ସୂଚନା ମିଳିଛି।  

Advertisment

ଏହି ଘଟଣା ପରେ ଉତ୍ତରାଖଣ୍ଡର ହାଇ ଆଲର୍ଟ ଜାରି କରାଯାଇଛି। ତା ସହିତ ଗଙ୍ଗା ନଦୀକୂଳରେ ଥିବା ସମସ୍ତ ଜିଲ୍ଲା ଜଳସ୍ତର ବୃଦ୍ଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ଡିଆର୍‌ଏପ୍‌, ଏସ୍‌ଡିଆର୍‌ଏଫ୍‌ ଓ ପିଏସ ଫ୍ଲୁଡ୍ କମ୍ପାନୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।

ଜଳପ୍ରଳୟ ଦ୍ୱାରା ଜୋଷୀମଠ ମଲାରୀଆ ବ୍ରିଜ୍ ଓ ନିକଟରେ ଥିବା ଘରଗୁଡ଼ିକ ମଧ୍ୟ ଧୋଇଯାଇଛି। ତା ସହିତ ତଳିଆ ଅଞ୍ଚଳରେ ଥିବା ଜନବସତିରେ ପାଇଁ ବନ୍ୟା ଭୟ ରହିଛି। ଏଥିପାଇଁ ନଦୀକୂଳ ପାଖରେ ଥିବା ଗାଁ ଲୋକମାନଙ୍କୁ ସୁରକ୍ଷତି ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପଡ଼ୋଶୀ ଉତ୍ତର ପ୍ରଦେଶର ନଦୀକୂଳିଆ ଅଞ୍ଚଳବାସୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।


ପୁରୁଣା ଭିଡିଓ ଶେୟାର୍ କରି ଲୋକମାନଙ୍କ ମନରେ ମିଛର ଭୟ ସୃଷ୍ଟି ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ। ଅଳକାନନ୍ଦା ଓ ଧୈଳିଗଙ୍ଗାରେ ୱାଟର ଲେବଲ ନର୍ମାଲ ଠାରୁ ଏକ ମିଟର ଉଚ୍ଚରେ ଚାଲିଛି। କିନ୍ତୁ ଜଳପ୍ରବାହ ଧୀରେ ଧୀରେ କମୁଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତା ସହିତ ଦୁର୍ଘଟଣାରେ ଫସି ରହିଥିବା ଲୋକଙ୍କ ପାଇଁ ହେଲ୍‌ପ୍‌ ଲାଇନ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯଦି କେହେ ଫସି ରହିଥାନ୍ତି ତେବେ 1070, 1905 and 9557444486 କୁ କଲ୍ କରିବାକୁ ସୂଚନା ଦେଇଛନ୍ତି।

ଆଇଟିବିପି ଡିଜି ଏସ୍‌ଏସ୍ ଦେଶ୍ୱାଲଙ୍କ ସୂଚନା ଅନୁସାରେ, ଧୌଳିଗଙ୍ଗା ନଦୀରୁ ୯ରୁ ୧୦ ଜଣଙ୍କ ମୃତଦେହ ଠାବ କରାଯାଇଛି। ତେବେ ସାଇଟ୍‌ରେ ୧୦୦ କର୍ମଚାରୀ କାର୍ଯ୍ୟ କରୁଥିବା ଆଶଙ୍କା କରାଯାଉଛି ବୋଲି ଡିଜି ସୂଚନା ଦେଇଛନ୍ତି। ଉଦ୍ଧାର ପାଇଁ ୨୫୦ ଆଇଟିବିପି ଯବାନ ମୁତୟନ ହୋଇଥିବା ବେଳେ ଆର୍ମୀ ଟିମ୍ ଖୁବ୍‌ ଶୀଘ୍ର ପହଞ୍ଚିବ ବୋଲି ଦେଶ୍ୱାଲ ଦେଇଛନ୍ତି।

[caption id="" align="aligncenter" width="770"]High alert in UP as glacier breaks off in neighbouring Uttarakhand Uttarakhand glacier burst, pic credit indiatoday[/caption]

ଏନ୍‌ଆଇକୁ ସୂଚନା ଦେଇ ଦେଶ୍ୱାଲ କହିଛନ୍ତି ତପୋବନ ଡାମ୍‌ ପାଖ ଟନେଲ୍‌ରେ ପାଖାପାଖି ୨୦ ଜଣ କର୍ମଚାରୀ ଫସି ରହିଛନ୍ତି ବୋଲି ଆଶଙ୍କା କରିଥିଲେ କିନ୍ତୁ ସେଠାରେ ୧୬ ଜଣ ଫସି ରହିଥିଲେ। ସମସ୍ତ ୧୬ ଜଣଙ୍କୁ ଉଦ୍ଧାର କରିଛନ୍ତି ଆଇଟିବିପ ଯବାନ। ଏନେଇ ଟ୍ୱିଟ୍ କରିଛି ଏନ୍‌ଆଇ। ଆଇଟିବିପି ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ୍‌ ଲୋକମାନଙ୍କର ସୂଚନା ପାଇଁ ଏନ୍‌ଟିପିସ୍ ସହିତ ଆଲୋଚନା ଚାଲିଛି ବୋଲି ଦେଶ୍ୱାଲ ସୂଚନା ଦେଇଛନ୍ତି। ସେହିପରି ଘଟଣା ସ୍ଥଳରେ ନୌସେନାର ୭ ଟି ଟିମ୍ ମଧ୍ୟ ମୁତୟନ କରାଯାଇଛି।

[caption id="" align="aligncenter" width="1200"]publive-image pic credit-indiatoday[/caption]

ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, ଗୃହମନ୍ତ୍ରୀ ଅମିତ ଶାହ, ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି

Uttarakhand Glacial Burst
Advertisment
Advertisment