/odishatv-khabar/media/post_attachments/uploadimage/library/16_9/16_9_0/putin_1620410063.jpg)
putin
ନୂଆଦିଲ୍ଲୀ: ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପାଇସାରିଥିବା କାରୋନା ଭ୍ୟାକ୍ସିନ୍ ସ୍ପୁଟ୍ନିକ୍-ଭିକୁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ AK-47 ସହିତ ତୁଳନା କରିଛନ୍ତି । ଏହି ଭ୍ୟାକ୍ସିନ ବିଷୟରେ ସେ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ବିଶ୍ୱାସଯୋଗ୍ୟ । ଅସ୍ତ୍ରଶସ୍ତ୍ର ଦୁନିଆରେ AK-47 ଏକ ମାରାତ୍ମକ ଅସ୍ତ୍ର ଭାବେ ଯେଭଳି ପରିଚିତ ଠିକ୍ ସେହିଭଳି କରୋନା ପାଇଁ ସ୍ପୁଟ୍ନିକ୍-ଭି ଅତ୍ୟନ୍ତ ମାରାତ୍ମକ । କରୋନା ଭାଇରସ ବିରୋଧରେ ସୁଟ୍ନିକ୍-ଭି ଶତପ୍ରତିଶତ ସଫଳ ।
ତେବେ ଏହାପୂର୍ବରୁ ଋଷ କୋଭିଡ-୧୯ ଟିକା ସ୍ପୁଟ୍ନିକ୍-ଭିର ସିଙ୍ଗିଲ ସଟ୍ ସଂସ୍କରଣକୁ ମଧ୍ୟ ମଞ୍ଜୁରି ଦେଇଛି । ଏଥିପାଇଁ ଋଷ ପକ୍ଷରୁ କୁହାଯାଇଛି ଯେ, ଏହି ଭ୍ୟାକ୍ସିନ ଦ୍ୱାରା କରୋନାକୁ ରୋକା ଯାଇପାରିବ । ଏହାକୁ ସାମୂହିକ ଭାବେ ବ୍ୟବହାର କରାଗଲେ କରୋନା ସହ ଲଢ଼େଇରେ ବିଜୟ ହୋଇପାରିବା ।
ଟିକାର ଏହି ସଂସ୍କରଣର ନାମ ହେଉଛି ‘ ସ୍ପୁଟ୍ନିକ୍ ଲାଇଟ୍’ ଏବଂ ଏହା ଦୁଇ-ଡୋଜ୍ ବିଶିଷ୍ଟ ସ୍ପୁଟ୍ନିକ୍-ଭି ର ପ୍ରଥମ ଡୋଜ୍ ସହିତ ସମାନ । ତେବେ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଟ୍ରାଏଲ ଶେଷ ହୋଇ ନାହିଁ । ବୈଜ୍ଞାନିକଙ୍କ ପ୍ରୋଟୋକଲ ଅନୁଯାୟୀ ଏହାର ନିରାପତ୍ତା ଏବଂ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଏହା ଏପର୍ଯ୍ୟନ୍ତ ଆବଶ୍ୟକ ଉନ୍ନତ ପରୀକ୍ଷଣ ଶେଷ କରିବାକୁ ବାକି ଅଛି ।
ଭାରତକୁ ପ୍ରଥମ ଲଟ୍ ଆସିସାରିଛି
ନିକଟରେ ଭାରତକୁ ସ୍ପୁଟ୍ନିକ୍-ଭି ଟିକାର ୧.୫ ଲକ୍ଷ ଡୋଜ୍ ଋଷରୁ ଆସି ସାରିଛି । ୧୧ ଅଗଷ୍ଟ ୨୦୨୦ରେ ଋଷ କରୋନା ଟିକା ସ୍ପୁଟ୍ନିକ୍-ଭିକୁ ଅନୁମୋଦନ ଦେଇଥିଲା । ପରବର୍ତ୍ତୀ ସମୟରେ ସେପ୍ଟେମ୍ବରରେ ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ ଏବଂ ଆରଡିଆଇଏଫ୍ ସ୍ପୁଟ୍ନିକ୍-ଭିର କ୍ଲିନିକାଲ୍ ପରୀକ୍ଷା ପାଇଁ ଏକ ଚୁକ୍ତି କରିଥିଲେ । ଡକ୍ଟର ରେଡ୍ଡୀଙ୍କୁ ଋଷର ଏହି ଟିକା ବ୍ୟବହାର ପାଇଁ ପୂର୍ବରୁ ଅନୁମତି ମିଳିସାରିଥିଲା ।
ପ୍ରଥମେ ଏହି ଟିକାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନ ଉଠିଲା । କିନ୍ତୁ ପରେ ଯେତେବେଳେ ଚଳିତ ବର୍ଷ ଫେବୃଆରୀରେ ଲାନସେଟ୍ରେ ପରୀକ୍ଷଣ ନେଇ ତଥ୍ୟ ପ୍ରକାଶ ପାଇଲା, ସେତେବେଳେ ଏହି ଟିକାକୁ ନିରାପଦ ଏବଂ ପ୍ରଭାବଶାଳୀ ବୋଲି କୁହାଗଲା । ଋଷ ଟିକା ‘ସ୍ପୁଟ୍ନିକ୍-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହା ୯୧.୬ ପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।
ଏମିତିକି କିଛି ସାଇଡ୍ ଇଫେକ୍ଟ ରହିଥିବା ମଧ୍ୟ ଦେଖାଯାଇ ନାହିଁ । ‘ଦ ଲାନସେଟ୍’ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟରେ ଏହା ଦାବି କରାଯାଇଛି । ପାଖାପାଖି ୨୦ ହଜାର ଲୋକଙ୍କୁ ନେଇ ଏହାର ପରୀକ୍ଷା କରାଯିବା ପରେ ଏହି ସିଦ୍ଧାନ୍ତରେ ବୈଜ୍ଞାନିକମାନେ ପହଞ୍ଚିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)