/odishatv-khabar/media/post_attachments/uploadimage/library/16_9/16_9_0/764149-cops-121218_1625488281.jpg)
Police Beating
ବାଲେଶ୍ୱର: ନ୍ୟାୟ ପାଇଁ ପୋଲିସ ପାଖକୁ ଆସିଥିବା ବେଳେ ପୋଲିସର ଆକ୍ରମଣ ଅଭିଯୋଗ । ବାଲେଶ୍ୱର ସିମୁଳିଆ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନ ନେବାରୁ ସେ ନ୍ୟାୟ ପାଇଁ ଥାନାକୁ ଆସିଥିଲେ । ମାତ୍ର ଏହି ସମୟରେ ପୋଲିସ ତାଙ୍କ ଭାଇକୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତୁରନ୍ତ ନ୍ୟାୟ ପାଇଁ ସେ ଦାବି କରିଛନ୍ତି ।
ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିମୁଳିଆ ଥାନା ଅଧିକାରୀ । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ କହିଛନ୍ତି ।
/odishatv-khabar/media/post_attachments/wp-content/uploads/2021/07/vlcsnap-error845.jpg)
ସୂଚନାଯୋଗ୍ୟ, ଜଣେ ମହିଳା ଫେସ୍ବୁକ୍ ମାଧ୍ୟମରେ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଫେସ୍ବୁକ୍ରେ କିଛି ଦିନ କଥା ହେବା ପରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା । ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବିବାହର ମାସେ ପର୍ଯ୍ୟନ୍ତ ସେମାନେ ଚେନ୍ନାଇରେ ରହିବା ପରେ ଓଡ଼ିଶା ଫେରି ଆସିଥିଲେ । ହେଲେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଜଣଙ୍କ ତାଙ୍କୁ ଭୁବନେଶ୍ୱରରେ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି ।
ଏହାପରେ ଯବତୀ ସିମୁଳିଆ ଥାନାରେ ଏନେଇ ଅଭିଯୋଗ କରିଥିଲେ । ହେଲେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ମହିଳାଙ୍କୁ ନ୍ୟାୟ ମିଳିନଥିଲା । ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ତାଙ୍କ କଥାକ ଗୁରୁତ୍ୱ ଦେଇନଥିଲା ।
ଫଳରେ ସେ ଥାନାରୁ ନିରାଶ ହେବା ପରେ ନିଜ ଦେହରେ, ଥାନା ବାହାରେ କେରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ତାଙ୍କୁ ନିଆଁ ଲଗାଇବାରୁ ରୋକିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ଯୁବତୀଙ୍କ ଭାଇକୁ ପୋଲିସ ମାଡ଼ ମାରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଅଗରପଡା ଅଞ୍ଚଳର ଏହି ମହିଳା ଜଣକ ସିମୁଳିଆ ଥାନା କୁପୁରା ଗାଁର ଜସିମ୍ ସାହଜିଙ୍କୁ ବିବାହ କରିଥିଲେ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)