Advertisment

ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ।  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଏହି ଆନ୍ଦୋଳନ ଜାରି ରହିଛି। ଯେପର୍ଯ୍ୟନ୍ତ ଦାବି […]

author-image
Otv Khabar Bureau
ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ

teacher's protest

ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ।  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ।

Advertisment

ଶିକ୍ଷକମାନଙ୍କ ଦାବି ଅନୁସାରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଏହି ଆନ୍ଦୋଳନ ଜାରି ରହିଛି। ଯେପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକ ମଞ୍ଚ ଚେତାବନୀ ଦେଇଛି।

ଏହା ସହିତ ଯୁକ୍ତ ୨ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତିରେ ମଧ୍ୟ ଶିକ୍ଷକ ଅଟଳ ଅଛନ୍ତି। ଫଳରେ ଖାତାଦେଖାରେ ବ୍ୟାଘାତ ଯୋଗୁଁ ଏବର୍ଷ ବିଳମ୍ବ ହୋଇପାରେ +୨ ରେଜଲ୍ଟ। ଧାର୍ଯ୍ୟ ଠାରୁ କମ୍‌ ଶିକ୍ଷକ ଖାତା ଦେଖୁଥିବାରୁ ରେଜଲ୍ଟ ବିଳମ୍ବ ହେବା ଆଶଙ୍କା କରାଯାଉଛି।

Advertisment

ଖାତା ଦେଖିବା ପାଇଁ ୫୮୦୦ ଶିକ୍ଷକଙ୍କୁ ଡକା ଯାଇଥିଲେ ବି ଅଧାରୁ ଅଧିକ ପରୀକ୍ଷକ ଯୋଗଦେଇନାହାନ୍ତି। ତେବେ ଅଧ୍ୟାପକଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ଗତ ଦୁଇ ଦିନ ତଳେ ସିଏଚ୍ଏସ୍ଇ ପକ୍ଷରୁ ଥାନାରେ ଏତଲା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହାସତ୍ତ୍ୱେ ବି ଆନ୍ଦୋଳନରୁ ଓହରିନାହାନ୍ତି ଅଧ୍ୟାପକ।

Teacher's Protest
Advertisment
Advertisment