Advertisment

ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ, କେସ୍‌ ଉଠାଇବାକୁ ଘରେ ପଶି ଦେଲେ ଧମକ

ଘସିପୁରା: ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେବାଶିଷ ଜଣେ ମହିଳାଙ୍କ ଘରେ ପଶି ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ଉକ୍ତ ମହିଳା ଜଣକ ଅସଦାଚରଣର ଶିକାର ହୋଇ…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ, କେସ୍‌ ଉଠାଇବାକୁ ଘରେ ପଶି ଦେଲେ ଧମକ

debasis-badri-arrest

ଘସିପୁରା: ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେବାଶିଷ ଜଣେ ମହିଳାଙ୍କ ଘରେ ପଶି ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ଉକ୍ତ ମହିଳା ଜଣକ ଅସଦାଚରଣର ଶିକାର ହୋଇ ଥାନାରେ ମାମଲା ରୁଜୁ କରିଥିଲେ । ହେଲେ ସେହି ଆଭିଯୋଗକୁ ପ୍ରତ୍ୟାହାର କରିବା ପାଇଁ ଦେବାଶିଷ ବାରମ୍ବାର ମିହିଳାଙ୍କ ଉପରେ ବିଭିନ୍ନ ଦିଗରୁ ଚାପ ପ୍ରୟୋଗ କରିବା ସହ ବିଭନ୍ନ ଧମକ ଚମକ ମଧ୍ୟ ଦେଇଛନ୍ତି । ଏନେଇ ଖୋଦ ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ।

Advertisment

ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଯୁବତୀ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସ ସଂପୃକ୍ତ ଯୁବକ ସୁଜିତ ଜେନାଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ମାମଲା ପ୍ରତ୍ୟାହାର କରିବାକୁ ଘସିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ପୀଡ଼ିତା ଓ ତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ଖୋଦ ପୀଡ଼ିତା ।

ଦେବାଶିଷ ପୀଡ଼ିତାଙ୍କ ଘରକୁ ଯାଇ ମାମଲା ପ୍ରତ୍ୟାହାର କରିବାକୁ କହୁଥିବା ଅଡ଼ିଓ ରେକର୍ଡିଂ ମଧ୍ୟ ଏବେ ଭାଇରାଲ ହୋଇଛି । ଅଡ଼ିଓରେ ଦେବାଶିଷ ପାତ୍ର ପୀଡ଼ିତା ଓ ତାଙ୍କ ପରିବାରକୁ ଆଇନ ପାଠ ପଢାଇବା ସହ କେମିତି ମାମଲା ହେଲେ ନିଜେ ଝିଅ ଅସୁବିଧାରେ ପଡ଼ିବ ବୋଲି କହି ଡରାଉଥିବା ସ୍ପଷ୍ଟ ଜଣାପଡ଼ୁଛି । ହେଲେ ଦେବାଶିଷଙ୍କ ଧମକକୁ ନଡରି, ପୀଡ଼ିତା ଜଣକ ନ୍ୟାୟ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

Advertisment

ଅନ୍ୟପଟେ ମାମଲା ପ୍ରତ୍ୟାହାର କରିବାକୁ ରାଜି ନହେବାରୁ ମଙ୍ଗଳବାର ରାତିରେ ୪ରୁ ୫ ଜଣ ଯୁବକ ପୀଡ଼ିତାଙ୍କ ଘରେ ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ପୀଡ଼ିତାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ । ବିରୋଧୀ ରାଜନୈତିକ ଦଳ ମୋ ବିରୋଧରେ ଏଭଳି ଅପପ୍ରଚାର କରୁଥିବା ସେ ପାଲଟା ଅଭିଯୋଗ କରିଛନ୍ତି ।

Crime Odisha Politics Badri Narayan Patra Debasis Patra
Advertisment
Advertisment