Advertisment

ସିରିୟାରେ ଆକ୍ରମଣ ପରେ ବସିଲା ଜାତିସଂଘ ବୈଠକ

ନ୍ୟୁୟର୍କ: ସିରିୟା ଉପରେ ଆମେରିକାର ଆକ୍ରମଣ ପରେ ଜାତିସଂଘ ନିରାପତ୍ତା ପରିଷଦର ତତ୍କାଳ ବୈଠକ ବସିଛି। ଘଟଣାକୁ ଗମ୍ଭୀରତା ସହ ନେଇଛି ଜାତିସଂଘ। ବିଶ୍ୱ ପାଇଁ ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟରୁ ମିତ୍ର ରାଷ୍ଟ୍ର ମାନେ ନିବୃତ୍ତ ରଖିବାକୁ ଜାତିସଂଘ ସଫା ସଫା ଚେତାବନୀ ଦେଇଛି। ସେପଟେ ଆମେରିକା ଏବଂ ମିତ୍ର ରାଷ୍ଟ୍ର ମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ କରିଛି ଋ଼ଷ ଏବଂ ଚୀନ। ସିରିୟାକୁ ଅଧିକ ଶକ୍ତିଶାଳୀ କରି ପଶ୍ଚିମ ରାଷ୍ଟ୍ର ବିରୋଧରେ ଲଢ଼େଇ […]

author-image
Otv Khabar Bureau
ସିରିୟାରେ ଆକ୍ରମଣ ପରେ ବସିଲା ଜାତିସଂଘ ବୈଠକ

security council

ନ୍ୟୁୟର୍କ: ସିରିୟା ଉପରେ ଆମେରିକାର ଆକ୍ରମଣ ପରେ ଜାତିସଂଘ ନିରାପତ୍ତା ପରିଷଦର ତତ୍କାଳ ବୈଠକ ବସିଛି। ଘଟଣାକୁ ଗମ୍ଭୀରତା ସହ ନେଇଛି ଜାତିସଂଘ।

Advertisment

ବିଶ୍ୱ ପାଇଁ ବିପଦ ସୃଷ୍ଟି ହେଲା ଭଳି କାର୍ଯ୍ୟରୁ ମିତ୍ର ରାଷ୍ଟ୍ର ମାନେ ନିବୃତ୍ତ ରଖିବାକୁ ଜାତିସଂଘ ସଫା ସଫା ଚେତାବନୀ ଦେଇଛି। ସେପଟେ ଆମେରିକା ଏବଂ ମିତ୍ର ରାଷ୍ଟ୍ର ମାନଙ୍କ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ କରିଛି ଋ଼ଷ ଏବଂ ଚୀନ।

ସିରିୟାକୁ ଅଧିକ ଶକ୍ତିଶାଳୀ କରି ପଶ୍ଚିମ ରାଷ୍ଟ୍ର ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ରଖିବାକୁ ଋ଼ଷ ସଙ୍କେତ ଦେଇଛି। ଅନ୍ୟପଟେ ଚୀନ ମଧ୍ୟ ଆମେରିକାକୁ ଘେରିବାକୁ ଯୋଜନା ପ୍ରସ୍ତୁତ କରିଛି। ତେବେ ଆମେରିକାକୁ ୟୁରୋପର ଦୁଇ ରାଷ୍ଟ୍ର ଖୋଲା ସମର୍ଥନ ଜଣାଇଥିବାରୁ ଘଟଣା ଅଧିକ ଜଟିଳ ରୂପ ନେବ ବୋଲି ଅନୁମାନ କରାଯାଉଛି।

Advertisment

ସିରିୟା ଉପରେ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ବ୍ରିଟେନ୍ ଓ ଫ୍ରାନ୍ସର ମିଳିତ ଆକ୍ରମଣ କରିଛନ୍ତି।  ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ସିରିୟାର ରାଜଧାନୀ ଡାମାସ୍‌କସ୍‌ ଓ ଏହାର ଆଖପାଖ ଅଞ୍ଚଳରେ ମାଡ଼ ହୋଇଛି।

ସାଧାରଣ ଲୋକଙ୍କ ଉପରେ ରାସାୟନିକ ଅସ୍ତ୍ର ପ୍ରୟୋଗ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସଫେଇ ରଖିଛି ଆମେରିକା ।ଅନ୍ୟପକ୍ଷରେ, ସିରିୟା ସରକାର ଏହାକୁ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି କହିଛି।

Security Council Meeting United Nation Syria Chemical Attack Russia
Advertisment
Advertisment