Advertisment

ଜବରଦସ୍ତ ଆକ୍ସନ ସହ ଆସୁଛି ରେସ୍-୩, ଅପେକ୍ଷାରେ ଭାଇଜାନଙ୍କ ଫ୍ୟାନ୍

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରେସ୍-୩ର ଆସିଛି ଫାଷ୍ଟପୋଷ୍ଟର। ଯେଉଁଥିରେ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି ଦବଙ୍ଗ ଖାନଙ୍କ ଲୁକ୍। ଏହା ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ଏବଂ ଟିଜର ରିଲିଜ ହୋଇ ସାରିଛି। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩। Is hafte milata hoon #Race3 ki family se … mera naam hai Sikander. Selfless over selfish . #Race3ThisEid @tipsofficial @SKFilmsOfficial pic.twitter.com/FAP4FAQkoc — […]

author-image
Otv Khabar Bureau
ଜବରଦସ୍ତ ଆକ୍ସନ ସହ ଆସୁଛି ରେସ୍-୩, ଅପେକ୍ଷାରେ ଭାଇଜାନଙ୍କ ଫ୍ୟାନ୍

race 3

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରେସ୍-୩ର ଆସିଛି ଫାଷ୍ଟପୋଷ୍ଟର। ଯେଉଁଥିରେ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି ଦବଙ୍ଗ ଖାନଙ୍କ ଲୁକ୍। ଏହା ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ଏବଂ ଟିଜର ରିଲିଜ ହୋଇ ସାରିଛି। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩।

Advertisment

ବ୍ଲାକ ସାର୍ଟ, ଷ୍ଟ୍ରାଇପ୍‌ଡ ଟ୍ରାଉଜର ଏବଂ ହାତରେ ଗନ୍। ଏ ପୋଷ୍ଟରକୁ ଦେଖିଲେ ଲାଗୁଛି ସେ ରେସ୍ ଲାଗି ପୁରା ପ୍ରସ୍ତୁତ। ବହୁ ପ୍ରତିକ୍ଷୀତ ସଲମାନ ଖାନ ଷ୍ଟାରର ରେସ୍-୩ର ପୋଷ୍ଟର ଦେଖି ଟାଇଗରଙ୍କ ଫ୍ୟାନ ହୋଇଛନ୍ତି ପାଗଳ।

Advertisment

ଏହି ପୋଷ୍ଟରରେ ସଲମାନ ନିଜକୁ ସିକନ୍ଦର ଭାବେ ପରିଚୟ ଦେଇ ଏକ କ୍ୟାପସନ ଦେଇଛନ୍ତି। ଏଇ ସପ୍ତାହରେ ଭେଟିବି ରେସ୍-୩ ଫ୍ୟାମିଲିକୁ ବୋଲି ଲେଖାଯାଇଛି। ଏହାସହ ମୋ ନାଁ ସିକନ୍ଦର ଏବଂ ମୁଁ ସେଲଫିସ ଉପରେ ସେଲଫ ଲେସ ଲେଖାଯାଇଥିବା ଦେଖିବାକୁ ମିଳିଛି।

ଯାହାକୁ ନେଇ ଫ୍ୟାନଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢିଯାଇଛି। ଆକ୍ସନ,ସସ୍ପେନ୍ସ,ରୋମାନ୍ସ,ଥ୍ରୀଲର ମୁଭି ରେସର ଥାର୍ଡ ସ୍ୱିକେଲ ରେସ୍-୩। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରେମୋ ଡିସୁଜା। ସଲମାନଙ୍କ ବ୍ୟତୀତ ଅନୀଲ କପୁର,ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ,ବବି ଦେଓ୍ୱଲ,ସାକିବ ସଲିମ,ଡେଜି ଶାହ ନଜର ‌ଆସିବେ। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩।

Salman Khan Bollywood Race 3
Advertisment
Advertisment