/odishatv-khabar/media/post_attachments/uploadimage/library/16_9/16_9_0/RBI_1620928631.jpg)
RBI
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବଗନାନସ୍ଥିତ ୟୁନାଇଟେଡ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ର ଲାଇସେନ୍ସ ବାତିଲ । ଆର୍ଥିକ ଅବସ୍ଥା ଖରାପ ଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ୧୩ ମେ’ ୨୦୨୧ରୁ ଏହି ସମବାୟ ବ୍ୟାଙ୍କରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆରବିଆଇ କହିଛି ଯେ ପଶ୍ଚିମବଙ୍ଗ ସମବାୟ ସମିତିର ରେଜିଷ୍ଟ୍ରାର ମଧ୍ୟ ବ୍ୟାଙ୍କ ବନ୍ଦ କରି ଏକ ଲିକ୍ୱିଡେଟର ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଏବେ ପ୍ରଶ୍ନ ଉଠୁଛି ୟୁନାଇଟେଡ୍ କୋ-ଅପରେଟିଭ୍ ବ୍ୟାଙ୍କରେ ଗ୍ରାହକଙ୍କ ଜମା ଟଙ୍କା କ’ଣ ହେବ ?
ଗ୍ରାହକଙ୍କୁ କିପରି ଫେରସ୍ତ ହେବ ଜମା ଟଙ୍କା ?
ଆରବିଆଇ କହିଛି ଯେ, ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ନାହିଁ । ଏହାସହ ନିକଟ ଭବିଷ୍ୟତରେ ଅଧିକ ପୁଞ୍ଜି ଆସିବାର ମଧ୍ୟ ସମ୍ଭାବନା ନାହିଁ । ତେବେ ଜମାକାରୀଙ୍କୁ ଡିପୋଜିଟ ଇନସୁରାନ୍ସ ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (DICGC) ଦ୍ୱାରା ସମସ୍ତ ଜମା ରାଶି ଫେରସ୍ତ କରାଯିବ । ସୂଚନାଯୋଗ୍ୟ ଯେ, ଏହି ବ୍ୟାଙ୍କ ବିରୋଧରେ ଆରବିଆଇ ୧୮ ଜୁଲାଇ ୨୦୧୮ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେତେବେଳେ ଆରବିଆଇ ପକ୍ଷରୁ, ଲିଖିତ ଅନୁମତି ବିନା ବ୍ୟାଙ୍କକୁ ନିବେଶ, ଋଣଦେବା, ସ୍କିମ୍ ନବୀକରଣ ଭଳି ଅନେକ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଏହି କଟକଣାକୁ ଲାଇସେନ୍ସ ରଦ୍ଦ ବୋଲି ଧରାନଯାଉ । କିନ୍ତୁ ଏଥର ଆରବିଆଇ ୟୁନାଇଟେଡ୍ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ର ଲାଇସେନ୍ସ ବାତିଲ କରିଛି ।
ଲାଇସେନ୍ସ ରଦ୍ଦ ପଛର କାରଣ..
ରିଜର୍ଭ ବ୍ୟାଙ୍କ କହିଛି ଯେ ଏହି ସମବାୟ ବ୍ୟାଙ୍କ, ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ର କିଛି ନିୟମ ପୂରଣ କରିବାରେ ବିଫଳ ହୋଇଥିଲା । ଏହା ମଧ୍ୟ କହିଛି ଯେ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଏହାର ଜମାକାରୀଙ୍କ ସ୍ୱାର୍ଥ ପ୍ରତି କ୍ଷତିକାରକ ନୁହେଁ । ବ୍ୟାଙ୍କ ଏବେ ଯେଉଁଭଳି ଆର୍ଥିକ ସ୍ଥିତିରେ ରହିଛି, ସେ ନିଜର ଜମାକାରୀଙ୍କୁ ମଧ୍ୟ, ତାଙ୍କ ପ୍ରାପ୍ୟ ଦେବାରେ ଅସମର୍ଥ ହେବ । ଯଦି ବ୍ୟାଙ୍କକୁ ବ୍ୟବସାୟ ଜାରି ରଖିବାକୁ ଅନୁମତି ଦିଆଯାଏ, ତେବେ ଏହା ଗ୍ରାହକଙ୍କ ସ୍ୱାର୍ଥ ବିରୁଦ୍ଧ ହେବ । ତେଣୁ ବ୍ୟାଙ୍କର ଲାଇସେନ୍ସ ବାତିଲ କରି ତୁରନ୍ତ ସମସ୍ତ ବ୍ୟାଙ୍କିଙ୍ଗ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)