Advertisment

ରେଭେନ୍ସା ସାଇନ୍-ଏ-ଡାଏ : ହଷ୍ଟେଲ୍ ଖାଲି କରୁଛନ୍ତି ଛାତ୍ରଛାତ୍ରୀ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା ପରେ ହଷ୍ଟେଲ୍ ଖାଲି କରି ଫେରିଯାଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ଆଜି ହଷ୍ଟେଲ୍ ଖାଲି କରିଛନ୍ତି। ତେବେ ଆଜି ମଧ୍ୟ କିଛି ବିଭାଗର ପରୀକ୍ଷା ଥିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ  ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଏକାଡେମିକ କାଉନସିଲ ଡକାଯାଇ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର […]

author-image
Otv Khabar Bureau
ରେଭେନ୍ସା ସାଇନ୍-ଏ-ଡାଏ : ହଷ୍ଟେଲ୍ ଖାଲି କରୁଛନ୍ତି ଛାତ୍ରଛାତ୍ରୀ

revensha 1

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା ପରେ ହଷ୍ଟେଲ୍ ଖାଲି କରି ଫେରିଯାଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ଆଜି ହଷ୍ଟେଲ୍ ଖାଲି କରିଛନ୍ତି।

Advertisment

ତେବେ ଆଜି ମଧ୍ୟ କିଛି ବିଭାଗର ପରୀକ୍ଷା ଥିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ  ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଏକାଡେମିକ କାଉନସିଲ ଡକାଯାଇ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର କହିଛନ୍ତି। ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତି ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ସାଇନ୍-ଏ-ଡାଏ  ନିଷ୍ପତ୍ତି ନେଇଥିଲେ।

ଫି ବୃଦ୍ଧି ପ୍ରତ୍ୟାହାର, ହଷ୍ଟେଲ ନବୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ, ଚଳିତ ବର୍ଷ ୩ଟି ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲାଯିବାକୁ ବିରୋଧ, ସେଗୁଡ଼ିକୁ ରେଗୁଲାର୍ କରିବା ଆଦି ଦାବିରେ ଗତକାଲି ଛାତ୍ରଛାତ୍ରୀ କୁଳପତିଙ୍କ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ। ଛାତ୍ରଛାତ୍ରୀ ପାଟିତୁଣ୍ଡ କରିବା ସହ କୁଳପତିଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Advertisment
Sine Die Ravenshaw Students Vacate Campus Ravenshaw Students
Advertisment
Advertisment