Advertisment

ସରିଲା ରିମାଣ୍ଡ ଅବଧି, ପୁଣି ଜେଲ୍‌ ଗଲେ ପୁଞ୍ଜିଲାଲ୍‌

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି। ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ପାଟଣାଗଡ଼ ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ୧୫ ଦିନ ପାଇଁ ପୁଞ୍ଜିଲାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲ୍‌ଙ୍କୁ ରାୟପୁରକୁ ନେଇ ଡେମୋ କରାଇଥିଲା କ୍ରାଇମବ୍ରାଞ୍ଚ। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା […]

author-image
Otv Khabar Bureau
ସରିଲା ରିମାଣ୍ଡ ଅବଧି, ପୁଣି ଜେଲ୍‌ ଗଲେ ପୁଞ୍ଜିଲାଲ୍‌

punjilal meher

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି। ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ପାଟଣାଗଡ଼ ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା।

Advertisment

ଏହାପରେ ୧୫ ଦିନ ପାଇଁ ପୁଞ୍ଜିଲାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲ୍‌ଙ୍କୁ ରାୟପୁରକୁ ନେଇ ଡେମୋ କରାଇଥିଲା କ୍ରାଇମବ୍ରାଞ୍ଚ। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା ଆତ୍ମଘାତୀ ପାର୍ସଲ ? କେଉଁ ଅଟୋ ଚାଳକଙ୍କ ମାଧ୍ୟମରେ ସ୍କାଏକିଙ୍ଗ କୋରିୟରେ ପାର୍ସଲ ବୁକିଂ କରିଥିଲା ? ଏସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚକୁ ଡେମୋ କରିବା ସହ ପ୍ରମାଣ ଦେଇଥିଲା ପୁଞ୍ଜିଲାଲ୍।

ଏହି ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ରାୟପୁରରେ ଖୋଳତାଡ଼ କରିଥିଲା। ଏହାପରେ ପୁଞ୍ଜିଲାଲକୁ ରାୟପୁରରୁ ଆଣି କେମିତି ସେ ତିଆରି କରିଥିଲା ବୋମା, ତାହାର ମଧ୍ୟ ଡେମୋ କରାଇଥିଲା କ୍ରାଇମବ୍ରାଞ୍ଚ।

Advertisment

ଏହାପରେ ଆଜି କୋର୍ଟରେ ପୁଞ୍ଜିଲାଲକୁ ହାଜର କରାଯାଇଥିଲା। ସେପଟେ ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି, ଏସ୍‌ଡ଼ିଜେଏମ୍‌ କୋର୍ଟରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିବାରୁ ଜିଲ୍ଲା  ଦୌରା ଜଜ୍‌ ଅଦାଲତରେ ପୁଣି ଜାମିନ ଆବେଦନ କରାଯିବ।

Punjilal Meher Patanagarh Parcel Bomb Blast Wedding Gift Blast
Advertisment
Advertisment