Advertisment

ଠିଆ ହୋଇ ଗୀତ ଗାଇ ନପାରିବାରୁ ଗୁଳି ଚୋଟରେ ପ୍ରାଣ ହରାଇଲେ ଗର୍ଭବତୀ

ଛଅ ମାସର ଛୁଆକୁ ଗର୍ଭରେ ଧରି ଷ୍ଟେଜ୍‌ରେ ଗୀତ ଗାଉଥିବା ମହିଳାଙ୍କୁ ଶେଷରେ ଗୁଳି ଚୋଟରେ ଟଳିବାକୁ ପଡ଼ିଛି। ତାଙ୍କର ଦୋଷ ହେଉଛି ସେ ଠିଆ ହୋଇ ଗୀତ ଗାଇ ପାରି ନ ଥିଲେ। ଏଭଳି ଏକ ଅଭାବନୀୟ, ଅବିଶ୍ୱସନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ପାକିସ୍ତାନରେ। ଏହି ଘଟଣା ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପାକିସ୍ତାନ ପୁଲିସ୍‌ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ଗିରଫ କରିଛି। ସୂଚନା ଅନୁସାରେ,  ଏପ୍ରିଲ୍‌୧୦ତାରିଖ ସନ୍ଧ୍ୟାରେ ସିନ୍ଧ୍‌ ଅନ୍ତର୍ଗତ ଲାର୍କାଣ […]

author-image
Otv Khabar Bureau
ଠିଆ ହୋଇ ଗୀତ ଗାଇ ନପାରିବାରୁ ଗୁଳି ଚୋଟରେ ପ୍ରାଣ ହରାଇଲେ ଗର୍ଭବତୀ

pregnat

ଛଅ ମାସର ଛୁଆକୁ ଗର୍ଭରେ ଧରି ଷ୍ଟେଜ୍‌ରେ ଗୀତ ଗାଉଥିବା ମହିଳାଙ୍କୁ ଶେଷରେ ଗୁଳି ଚୋଟରେ ଟଳିବାକୁ ପଡ଼ିଛି। ତାଙ୍କର ଦୋଷ ହେଉଛି ସେ ଠିଆ ହୋଇ ଗୀତ ଗାଇ ପାରି ନ ଥିଲେ। ଏଭଳି ଏକ ଅଭାବନୀୟ, ଅବିଶ୍ୱସନୀୟ ଓ ହୃଦୟବିଦାରକ ଘଟଣା ଘଟିଛି ପାକିସ୍ତାନରେ। ଏହି ଘଟଣା ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହୋଇଛି। ପାକିସ୍ତାନ ପୁଲିସ୍‌ ଏହି କାଣ୍ଡ ଘଟାଇଥିବା ବ୍ୟକ୍ତିକୁ ଗିରଫ କରିଛି।

Advertisment

ସୂଚନା ଅନୁସାରେ,  ଏପ୍ରିଲ୍‌୧୦ତାରିଖ ସନ୍ଧ୍ୟାରେ ସିନ୍ଧ୍‌ ଅନ୍ତର୍ଗତ ଲାର୍କାଣ ସହର ନିକଟ କଙ୍ଗା ଗାଁରେ ଏକ ଫ୍ୟାମିଲି ପାର୍ଟିର ଆୟୋଜନ ହୋଇଥିଲା। ୨୪ ବର୍ଷୀୟା ଗାୟିକା ସମିନା ସିନ୍ଧୁ ସେହି ଉତ୍ସବରେ ଗୀତ ଗାଉଥିଲେ। ସେ ଗର୍ଭବତୀ ଥିବାରୁ ତଳେ ବସି ଗୀତ ଗାଉଥିଲେ।

publive-imageଗାୟିକାଙ୍କ ସ୍ୱାମୀଙ୍କ କହିବାନୁସାରେ, ଗାୟିକା ସମିନା ଗୀତ ଗାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଠିଆ ହୋଇ ଗାଇବାକୁ ଧମକାଇଥିଲା। ଗର୍ଭବତୀ ଥିବାରୁ ଠିଆ ହୋଇ ଗାଇ ପାରିବେନି ବୋଲି କହିଥିଲେ ସମିନା। ତାପରେ ସେ ବ୍ୟକ୍ତି ସମିନାଙ୍କୁ ଗୁଳି କରିଥିଲା। ସମୀନା ତଳେ ଲୋଟିପଡିଥିଲେ।

Advertisment

ସେପଟେ  ସମିନାଙ୍କ ସ୍ୱାମୀ ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ଡବଲ ମର୍ଡରର ( ମୃତ ସ୍ତ୍ରୀ ଓ ଶିଶୁ)ଅଭିଯୋଗ ଆଣିଛନ୍ତି।

(ଫଟୋ ସୌଜନ୍ୟ : ndtv.com)

Shot Dead Pakistani Singer Pregnant
Advertisment
Advertisment