Advertisment

ସତରେ କ’ଣ ବିବାହ କରିବେ ପ୍ରଭାସ!

ହାଇଦ୍ରାବାଦ: ବଲିଉଡ଼ରେ ଯେମିତି ସଲମାନ୍ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚାରେ ରହି ଆସୁଅଛି। ଗତ ବର୍ଷ ଏପ୍ରିଲ୍‌ରେ ବାହୁବଳୀ-୨ ରିଲିଜ୍‌ ହୋଇଥିଲା। ଏହାପରେ ପ୍ରଭାସ ଓ ତାଙ୍କ କୋ-ଷ୍ଟାର ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିବା କଥା ମଧ୍ୟ ଶୁଣାଯାଇଥିଲା। ବର୍ତ୍ତମାନ ପ୍ରଭାସଙ୍କ ନାଁକୁ ମେଗାଷ୍ଟାର […]

author-image
Otv Khabar Bureau
ସତରେ କ’ଣ ବିବାହ କରିବେ ପ୍ରଭାସ!

prabhas

ହାଇଦ୍ରାବାଦ: ବଲିଉଡ଼ରେ ଯେମିତି ସଲମାନ୍ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚାରେ ରହି ଆସୁଅଛି।

Advertisment

publive-image

ଗତ ବର୍ଷ ଏପ୍ରିଲ୍‌ରେ ବାହୁବଳୀ-୨ ରିଲିଜ୍‌ ହୋଇଥିଲା। ଏହାପରେ ପ୍ରଭାସ ଓ ତାଙ୍କ କୋ-ଷ୍ଟାର ଅନୁଷ୍କା ସେଟ୍ଟୀଙ୍କ ଆଫାୟର୍ସକୁ ନେଇ ଅନେକ କଥା ଶୁଣିବାକୁ ମିଳିଥିଲା। ଏପରିକି ଉଭୟ ଡେଟିଂ କରୁଥିବା କଥା ମଧ୍ୟ ଶୁଣାଯାଇଥିଲା।

publive-image

ବର୍ତ୍ତମାନ ପ୍ରଭାସଙ୍କ ନାଁକୁ ମେଗାଷ୍ଟାର ଚିରଞ୍ଜୀବଙ୍କ ଭାଣିଜୀ ନିହାରିକା କୋନିଡେଲାଙ୍କ ସହ ଯୋଡା ଯାଉଛି। କୁଆଡ଼େ ଶୁଣିବାକୁ ମିଳୁଛି ଯେ, ପ୍ରଭାସ ଖୁବ୍‌ ଶୀଘ୍ର ନିହାରିକାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ପରିବାର ଲୋକ ପ୍ରଭାସଙ୍କ ଆରେଞ୍ଜ ମ୍ୟାରେଜ୍‌ କରିବାକୁ ଚାହୁଁଛନ୍ତି ଓ ଏଥିପାଇଁ ଝିଅ ଖୋଜା ମଧ୍ୟ ଚାଲିଛି। ତେବେ ଏହା ମଧ୍ୟ ଆରେଞ୍ଜ ମ୍ୟାରେଜ୍‌ ବୋଲି କୁହାଯାଉଛି।

Advertisment

publive-image

ମାତ୍ର ଏସମସ୍ତ ଖବରକୁ ଚିରଞ୍ଜୀବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି , ଏହି ଘଟଣାର କୌଣସି ସତ୍ୟାସତ୍ୟ ନାହିଁ। ବର୍ତ୍ତମାନ ନିହାରିକାଙ୍କ ବିବାହ ପାଇଁ ବୟସ ହୋଇନାହିଁ। ଏବେ ସେ ବହୁତ ଛୋଟ। ଏହାପରେ ବି ସେ ତାଙ୍କର ଫିଲ୍ମରେ ବ୍ୟସ୍ତ ରହୁଛନ୍ତି ବୋଲି ଚିରଞ୍ଜୀବ କହିଛନ୍ତି।

publive-image

ପୂର୍ବରୁ ପ୍ରଭାସଙ୍କ ସହ ତାଙ୍କର ବିବାହକୁ ଅନୁଷ୍କା ଖଣ୍ଡନ କରିଥିଲେ। ଅନୁଷ୍କା କହିଥିଲେ, ପ୍ରଭାସ ଆଉ ମୁଁ ବିବାହ କରୁନାହୁଁ। ଦୟାକରି କି, ବାହୁବଳୀ ଓ ଦେବ୍‌ସେନା ଭଳି କେମେଷ୍ଟ୍ରି ରିଅଲ୍‌ ଲାଇଫ୍‌ରେ ଆଶା ରଖନ୍ତୁ ନାହିଁ ବୋଲି କହିଥିଲେ। ଏହା କେବଳ ସ୍କ୍ରିନ୍‌ ପାଇଁ, ଆଉ କିଛି ନୁହେଁ

publive-image

ସେପଟେ ପ୍ରଭାସ ମଧ୍ୟ ତାଙ୍କ ଅପ୍‌ କମିଂ ଫିଲ୍ମ ‘Saaho’ର ସୁଟିଂରେ ବ୍ୟସ୍ତ ରହୁଥିବାର ଜଣାପଡ଼ିଛି। ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଶ୍ରଦ୍ଧା କପୁର୍‌। ଏହି ଫିଲ୍ମ ଚଳିତ ବର୍ଷ ହିନ୍ଦୀ, ତାମିଲ୍‌, ମାଲାୟାଲାମ୍‌ ଓ ତେଲୁଗୁରେ ରିଲିଜ ହେବ।

Prabhas Marriage Prabhas Anushka Shetty Megastar Chiranjeevi
Advertisment
Advertisment