/odishatv-khabar/media/post_attachments/uploadimage/library/16_9/16_9_0/Capture-30_1625225027.jpg)
Modi
ନୂଆଦିଲ୍ଲୀ: ଜାମ୍ମୁ ଏୟାରପୋର୍ଟରେ ଥିବା ଭାରତୀୟ ବାସୁସେନା ଘାଟିରେ ଡ୍ରୋନ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଆଗକୁ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରାଯାଇଛି ।
ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ଦେଶରେ କୌଣସି ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଯୋଗେ ଏହା ପ୍ରଥମ ଆକ୍ରମଣ ଘଟଣା ହୋଇଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛି ଭାରତ । ଆତଙ୍କବାଦୀଙ୍କ ପକ୍ଷରୁ ଏହାକୁ ନୂଆ ବିପଦ ବୋଲି ବିବେଚନା କରାଯାଉଛି ।
ତେଣୁ ଆଜିର ଏହି ବୈଠକର ସେନାର ଆଧୁନିକୀକରଣ ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଶନିବାର ମଧ୍ୟରାତିରେ ଜାମ୍ମୁ ଏୟାରଫୋର୍ସ ବେସ୍କୁ ଟାର୍ଗେଟ୍ କରି ଡ୍ରୋନ ସହାୟତାରେ ଦୁଇଟି IED ବିସ୍ଫୋରଣ କରାଯାଇଥିଲା । ଗୋଟିଏ ବିସ୍ଫୋରଣରେ ଏୟାରପୋର୍ଟର ଛାତ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ବିସ୍ଫୋରଣଟି ଖାଲି ସ୍ଥାନରେ ହୋଇଥିଲା । ଏଥିରେ ଦୁଇ ଜଣ ଆହତ ମଧ୍ୟ ହୋଇଥିଲେ । ଜାତୀୟ ତଦନ୍ତକାରୀ ସଂସ୍ଥା NIA ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଏହା ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ହାତ ଥିବା ସନ୍ଦେହ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)