Advertisment

ମହଙ୍ଗା ପଡିଲା ଫେସବୁକ୍‌ରେ ବିଦେଶିନୀଙ୍କ ସହ ବନ୍ଧୁତା : ହରବାଲ୍ ପାଉଡର କହି କୋରିଅର କଲେ ଅଦରକାରୀ ଗୁଣ୍ଡ

ଭୁବନେଶ୍ୱର : ଫେସବୁକ୍‌ରେ ବନ୍ଧୁତା, ପରେ ବ୍ୟବସାୟ ପାଇଁ ପ୍ଲାନ। ଆଉ ଶେଷରେ ଲକ୍ଷାଧିକ ଟଙ୍କାର ଠକେଇ। ଜଣେ ସରକାରୀ ବାବୁଙ୍କୁ ଏଭଳି ଚୁନା ଲଗାଇଛନ୍ତି ବିଦେଶିନୀ। ଏହି ବିଦେଶିନୀଙ୍କ ନାଁ କ୍ଲିଫଡ୍ ଜୋଫିଆ। ଘର ଇଂଲଣ୍ଡରେ। ଉଭୟଙ୍କ ମଧ୍ୟରେ ପ୍ରଥମେ ଫେସବୁକ୍‌ରେ ଫ୍ରେଣ୍ଡସିପ୍ ହେଲା। ଏହାପରେ ବ୍ୟବସାୟ ପାଇଁ ସରକାରୀ ବାବୁଙ୍କୁ ପ୍ରବର୍ତ୍ତାଇଲେ ବିଦେଶୀ ବାନ୍ଧବୀ। କ୍ୟାନସର ଓ ଡାଇବେଟିକ୍ ରୋଗୀଙ୍କ ପାଇଁ ମୁମ୍ବାଇର ଜଣେ ମହିଳାଙ୍କଠାରୁ ହର୍ବାଲ ପାଉଡର କିଣି ଏହାକୁ ପଠାଇଲେ। ଅଧିକ […]

author-image
Otv Khabar Bureau
ମହଙ୍ଗା ପଡିଲା ଫେସବୁକ୍‌ରେ ବିଦେଶିନୀଙ୍କ ସହ ବନ୍ଧୁତା : ହରବାଲ୍ ପାଉଡର କହି କୋରିଅର କଲେ ଅଦରକାରୀ ଗୁଣ୍ଡ

foreigner

ଭୁବନେଶ୍ୱର : ଫେସବୁକ୍‌ରେ ବନ୍ଧୁତା, ପରେ ବ୍ୟବସାୟ ପାଇଁ ପ୍ଲାନ। ଆଉ ଶେଷରେ ଲକ୍ଷାଧିକ ଟଙ୍କାର ଠକେଇ। ଜଣେ ସରକାରୀ ବାବୁଙ୍କୁ ଏଭଳି ଚୁନା ଲଗାଇଛନ୍ତି ବିଦେଶିନୀ। ଏହି ବିଦେଶିନୀଙ୍କ ନାଁ କ୍ଲିଫଡ୍ ଜୋଫିଆ। ଘର ଇଂଲଣ୍ଡରେ। ଉଭୟଙ୍କ ମଧ୍ୟରେ ପ୍ରଥମେ ଫେସବୁକ୍‌ରେ ଫ୍ରେଣ୍ଡସିପ୍ ହେଲା। ଏହାପରେ ବ୍ୟବସାୟ ପାଇଁ ସରକାରୀ ବାବୁଙ୍କୁ ପ୍ରବର୍ତ୍ତାଇଲେ ବିଦେଶୀ ବାନ୍ଧବୀ।

Advertisment

କ୍ୟାନସର ଓ ଡାଇବେଟିକ୍ ରୋଗୀଙ୍କ ପାଇଁ ମୁମ୍ବାଇର ଜଣେ ମହିଳାଙ୍କଠାରୁ ହର୍ବାଲ ପାଉଡର କିଣି ଏହାକୁ ପଠାଇଲେ। ଅଧିକ ଟଙ୍କା ଦେବାକୁ ଜୋଫିଆ କହିଥିଲେ। ଆଉ ଏଥିପାଇଁ ପ୍ରଥମେ ୩ ଲକ୍ଷ ୬୯ ହଜାର ଟଙ୍କା ଦେଇଥିଲେ ସରକାରୀ ବାବୁ, ହେଲେ ହର୍ବାଲ ପାଉଡର୍ ବଦଳରେ କୋରିଅରରେ ଆସିଥିଲା ଅଦରକାରୀ ଗୁଣ୍ଡ। ଏତିକିରେ ସରି ନଥିଲା ଏହି ଖେଳ। ହର୍ବାଲ୍ ପାଉଡର୍ ବାବଦ ଟଙ୍କା ଫେରାଇବା ନାଁରେ ବିଦେଶିନୀ ଖେଳିଥିଲେ ଆଉ ଏକ ଚାଲ୍। ଏକ ଫେକ୍ ପାର୍ସଲ୍ ଓ ଫେକ୍ କଷ୍ଟମ୍ ଅଫିସର୍ ନାଁରେ ସରକାରୀ ବାବୁଙ୍କୁ ପୁଣି ଫୋନ୍ କରିଥିଲେ। ପାର୍ସଲରେ ଡଲାର ଓ ସୁନା ଥିବା କହି ପାର୍ସଲ ନନେଲେ ମାମଲା ହେବ ବୋଲି ଧମକ ଦେଇଥିଲେ। ଡରରେ ସରକାରୀ ବାବୁ ପୁଣି ଲକ୍ଷାଧିକ ଟଙ୍କା ପଇଠ କରିବା ପରେ ଏସବୁ ଜାଲ୍ ବୋଲି ଜାଣିବାକୁ ପାଇଥିଲେ।

ସେପଟେ ଘଟଣା ସଂପର୍କରେ ସାଇବର ସେଲର୍ ଦ୍ୱାରସ୍ଥ ହୋଇଛନ୍ତି ସରକାରୀ ବାବୁ। ଏଭଳି ଘଟଣା ପଛରେ ବଡ଼ ଧରଣର ଇଣ୍ଟର ନ୍ୟାସନାଲ୍ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି।

Advertisment
Facebook Friendship Herbal Medicines Online Racket
Advertisment
Advertisment