Advertisment

ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର

ଛତ୍ରପୁର: ଛତ୍ରପୁରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବଣ୍ଟନ ସମାରୋହ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଟାଟା, ବ୍ରିଟିଶ ଆର୍କିଟେକ୍ଟ ରୋମାନ୍ ଫୋଷ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିଲେ ବାସପୋଯୋଗୀ ଜମି ପଟ୍ଟା। ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା। ଓଡ଼ିଶା ବାସୋପଯୋଗୀ ବସତି ମିଶନରେ ସାରା ରାଜ୍ୟର […]

author-image
Otv Khabar Bureau
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର

land

ଛତ୍ରପୁର: ଛତ୍ରପୁରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବଣ୍ଟନ ସମାରୋହ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଟାଟା, ବ୍ରିଟିଶ ଆର୍କିଟେକ୍ଟ ରୋମାନ୍ ଫୋଷ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିଲେ ବାସପୋଯୋଗୀ ଜମି ପଟ୍ଟା।

Advertisment

ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା। ଓଡ଼ିଶା ବାସୋପଯୋଗୀ ବସତି ମିଶନରେ ସାରା ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ଏଇଭଳି ପଟ୍ଟା ପ୍ରଦାନର ଲକ୍ଷ୍ୟ ରହିଛି। ତେବେ ସରକାରଙ୍କ ଏହି ଐତିହାସିକ କାର୍ଯ୍ୟକ୍ରମରେ ଟାଟା ଟ୍ରଷ୍ଟର ସହଯୋଗ ପାଇଁ ଅଧ୍ୟକ୍ଷ ରତନ ଟାଟାଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ।

ନିର୍ବାଚନୀ ବର୍ଷ ହୋଇଥିବାରୁ ବିଭିନ୍ନ ବର୍ଗର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ସରକାର। ତେବେ ଆଜିର ପଟ୍ଟା ବଣ୍ଟନ ପରେ ପ୍ରଶ୍ନ ଉଠୁଛି ସହରରେ ଜମି ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ସରକାର ପାରିତ କରିଥିବା ଆଇନ୍‌ର ଭବିଷ୍ୟତ କଣ? ଯଦି ଜବରଦଖଲକାରୀଙ୍କୁ ଜମି ପଟ୍ଟା ଦେଇ ଥଇଥାନ କରାଯିବ ତାହେଲେ ଉଚ୍ଛେଦ ହେବେ କିଏ?

Advertisment

ଇଏ କେବଳ ଭୋଟ୍ ପାଇଁ ପେଞ୍ଚ ନା ରାଜ୍ୟର ସବୁ ବସ୍ତିବାସିନ୍ଦାଙ୍କୁ ମିଳିବ ଜମି? ବିରୋଧୀ ଅଭିଯୋଗ କରିଛନ୍ତି ସରକାରଙ୍କ ଏ ଯୋଜନା ପଛରେ ରହିଛି ନିର୍ବାଚନୀ ଚାଲ୍। ଓଡ଼ିଶା ବାସୋପଯୋଗୀ ବସତି ମିଶନ ଅନୁଯାୟୀ ଏନ୍ଏସିରେ ବସ୍ତିବାସିନ୍ଦାଙ୍କ ପାଇଁ ୬ ଶହ ବର୍ଗଫୁଟ, ମ୍ୟୁନ୍‌ସିପାଲ୍‌ଟିରେ ୪୫୦ ବର୍ଗଫୁଟ ଓ ମହାନଗରରେ ୩ ଶହ ବର୍ଗଫୁଟ ଜମି ପ୍ରଦାନ କରାଯିବ। ରାଜ୍ୟର ୨୫ ଶହ ସହରାଞ୍ଚଳ ବସ୍ତିରେ ଏଇ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି।

Land Rights Land Rights To Slum Dwellers Naveen Patnaik News Liveable Habitat Mission
Advertisment
Advertisment