Advertisment

ବେଲଗାମ ଆଳୁ ଦର

ଭୁବନେଶ୍ୱର : ପୁଣି ଆଳୁ ଦର ବେଲଗାମ୍। ହଠାତ୍ ଆଳୁ ଦର କିଲୋ ପ୍ରତି ୫ ଟଙ୍କା ବଢିଯାଇଛି। କଟକ ଛତ୍ରବଜାର ପରିବା ମଣ୍ଡିରେ ଆଳୁ ୩ କେଜିକୁ ବିକ୍ରି ହେଉଛି ୫୦ ଟଙ୍କାରେ। ପୂର୍ବରୁ ଏହି ଦର ୩୦ରୁ ୩୫ ଟଙ୍କା ଥିଲା। ସେପଟେ ଖୁଚୁରା ବ୍ୟବସାୟୀ ୩ କେଜିକୁ ୫୫ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ହଠାତ୍ ଆଳୁର ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଖାଉଟି ବାରମ୍ବାର ଆଳୁ ଦର ବେଲଗାମ୍ […]

author-image
Otv Khabar Bureau
ବେଲଗାମ ଆଳୁ ଦର

potato

ଭୁବନେଶ୍ୱର : ପୁଣି ଆଳୁ ଦର ବେଲଗାମ୍। ହଠାତ୍ ଆଳୁ ଦର କିଲୋ ପ୍ରତି ୫ ଟଙ୍କା ବଢିଯାଇଛି। କଟକ ଛତ୍ରବଜାର ପରିବା ମଣ୍ଡିରେ ଆଳୁ ୩ କେଜିକୁ ବିକ୍ରି ହେଉଛି ୫୦ ଟଙ୍କାରେ। ପୂର୍ବରୁ ଏହି ଦର ୩୦ରୁ ୩୫ ଟଙ୍କା ଥିଲା।

Advertisment

ସେପଟେ ଖୁଚୁରା ବ୍ୟବସାୟୀ ୩ କେଜିକୁ ୫୫ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ହଠାତ୍ ଆଳୁର ଏହି ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ଖାଉଟି ବାରମ୍ବାର ଆଳୁ ଦର ବେଲଗାମ୍ ହେଉଥିବା ବେଳେ ଏହାକୁ ସରକାର ନିୟନ୍ତ୍ରଣ କରି ପାରୁ ନ ଥିବା ଅଭିଯୋଗ କରିଛନ୍ତି।

ଖାଉଟିମାନେ  ସେପଟେ ଆଳୁ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି, ବେଆଇନ ମହଜୁଦ୍‌କାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଳୁ ସଂରକ୍ଷଣ ପାଇଁ ଏକାଧିକ ଶୀତଳଭଣ୍ଡାର ନିର୍ମାଣ ହେଉଛି। ରାଜ୍ୟରେ ଆଳୁ ଯେତିକି ଉତ୍ପାଦନ ହେଉଛି, ତାଠାରୁ ୭ଗୁଣ ଅଧିକ ଆଳୁ ଆବଶ୍ୟକ ଆଳୁ ସମସ୍ୟାର ସମାଧାନ ପାଇଁ ଆଜି ବୈଠକ ଡକାଯିବ ବୋଲି ମଧ୍ୟ ସୂର୍ଯ୍ୟ ପାତ୍ର କହିଛନ୍ତି।

Advertisment
Prices Of Potato Rises Potato Prices Odisha
Advertisment
Advertisment