Advertisment

ଏକଲବ୍ୟ ପୁରସ୍କାର -୨୦୧୮ ପାଇଁ ଦରଖାସ୍ତ ଆହ୍ୱାନ

ଭୁବନେଶ୍ୱର :  ଇମ୍ଫାଗ୍ରୁପ୍‌ ଦ୍ୱାରା ପରିଚାଳିତ ‘ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍‌’ ((IMPaCT) ତରଫରୁ ସମ୍ମାନଜନକ  ‘ଏକଲବ୍ୟ ପୁରସ୍କାର ୨୦୧୮’  ନିମନ୍ତେ  ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ‘ଏକଲବ୍ୟ ପୁରସ୍କାର ’ ପୁରସ୍କାର ହେଉଛି  ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ନଗଦ ପୁରସ୍କାର ରାଶି ୫ଲକ୍ଷ ଟଙ୍କା ରହିଛି। ମୁଖ୍ୟ  ପୁରସ୍କାର  ଛଡ଼ା  ଦୁଇଗୋଟି  ଦୃଷ୍ଟାନ୍ତମୂଳକ  ପୁରସ୍କାର  ମଧ୍ୟ  ପ୍ରଦାନ କରାଯାଏ, ଯାହାର  ପୁରସ୍କାର ରାଶି  […]

author-image
Otv Khabar Bureau
ଏକଲବ୍ୟ ପୁରସ୍କାର -୨୦୧୮ ପାଇଁ ଦରଖାସ୍ତ ଆହ୍ୱାନ

aklabya

ଭୁବନେଶ୍ୱର :  ଇମ୍ଫାଗ୍ରୁପ୍‌ ଦ୍ୱାରା ପରିଚାଳିତ ‘ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍‌’ ((IMPaCT) ତରଫରୁ ସମ୍ମାନଜନକ  ‘ଏକଲବ୍ୟ ପୁରସ୍କାର ୨୦୧୮’  ନିମନ୍ତେ  ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ‘ଏକଲବ୍ୟ ପୁରସ୍କାର ’ ପୁରସ୍କାର ହେଉଛି  ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ନଗଦ ପୁରସ୍କାର ରାଶି ୫ଲକ୍ଷ ଟଙ୍କା ରହିଛି। ମୁଖ୍ୟ  ପୁରସ୍କାର  ଛଡ଼ା  ଦୁଇଗୋଟି  ଦୃଷ୍ଟାନ୍ତମୂଳକ  ପୁରସ୍କାର  ମଧ୍ୟ  ପ୍ରଦାନ କରାଯାଏ, ଯାହାର  ପୁରସ୍କାର ରାଶି  ୫୦ ହଜାର ଟଙ୍କା ଲେଖାଏଁ ରହିଛି।

Advertisment

ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା  ସ୍ଥିତ  କୌଣସି  କ୍ରୀଡ଼ା ସଂଗଠନ/ବୋର୍ଡ/ ସଂଘ, ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟ  ମାଧ୍ୟମରେ  ସେମାନଙ୍କ  ନାମାଙ୍କନ ପତ୍ର  ପଠାଇ ପାରିବେ। ପ୍ରାର୍ଥୀମାନଙ୍କର ବୟସ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ।

ପ୍ରାର୍ଥୀମାନେ  ପ୍ରାଞ୍ଜଳ ଭାବେ ନିଜର ବୟସ ପ୍ରମାଣପତ୍ର ସହିତ ଗତ ଦୁଇ ବର୍ଷ ( ଏପ୍ରିଲ୍‌ ୨୦୧୬ରୁ ମାର୍ଚ୍ଚ ୨୦୧୮) ମଧ୍ୟରେ ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ହାସଲ କରିଥିବା ବିଭିନ୍ନ କୃତିତ୍ୱର ପ୍ରମାଣପତ୍ର ସହିତ ଦରଖାସ୍ତ ଦାଖଲ କରିବା ଆବଶ୍ୟକ।

Advertisment

ପ୍ରାର୍ଥୀପତ୍ର ଗୁଡ଼ିକ ନିଶ୍ଚିତ ଭାବେ ୩୧ମେ’ ୨୦୧୮ ତାରିଖ ସୁଦ୍ଧା ଏକଲବ୍ୟ ପୁରସ୍କାର, ଇମ୍ଫା ଟ୍ରଷ୍ଟ, ବମିଖାଲ୍, ଭୁବନେଶ୍ୱର-୭୫୧୦୧୦’ ଠିକଣାରେ ପହଞ୍ଚିବା ଆବଶ୍ୟକ ଅନ୍ୟ ପକ୍ଷରେ , ପ୍ରାର୍ଥୀପତ୍ର ଗୁଡ଼ିକ [email protected] କୁ ଇ-ମେଲ୍ କରିପାରିବେ ଏବଂ ସହାୟକ କାଗଜ ପତ୍ର ଗୁଡ଼ିକୁ ସ୍ୱତନ୍ତ୍ର ଭାବେ  ଉପରୋକ୍ତ ଠିକଣାରେ  ଡ଼ାକ ମାଧ୍ୟମରେ ପଠାଇବାକୁ ହେବ।

Sports Indian Metals Public Charitable Trust IMFA Group Ekalabya Puraskar 2018
Advertisment
Advertisment