Advertisment

ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍‌ରେ ଯୋଗଦେବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ୪୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲେଜ୍ ଛାତ୍ରଛାତ୍ରୀ, NCC କ୍ୟାଡେରଙ୍କୁ ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍‌ରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମୋଦି। ଦେଶ, ଜାତି ଏବଂ ସମାଜ ପାଇଁ ଏହି ଅବସରରେ କିଛି କରିବା ସମୟ ବୋଲି ସେ କହିଛନ୍ତି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ସଫତଳତାକୁ ପ୍ରଂଶସା କରିଛନ୍ତି ମୋଦି। ରାଜ୍ୟଗୋଷ୍ଠୀରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି […]

author-image
Otv Khabar Bureau
ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍‌ରେ ଯୋଗଦେବାକୁ ମୋଦିଙ୍କ ଆହ୍ୱାନ

pm modi

ନୂଆଦିଲ୍ଲୀ: ୪୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲେଜ୍ ଛାତ୍ରଛାତ୍ରୀ, NCC କ୍ୟାଡେରଙ୍କୁ ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍‌ରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମୋଦି। ଦେଶ, ଜାତି ଏବଂ ସମାଜ ପାଇଁ ଏହି ଅବସରରେ କିଛି କରିବା ସମୟ ବୋଲି ସେ କହିଛନ୍ତି।

Advertisment

ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ସଫତଳତାକୁ ପ୍ରଂଶସା କରିଛନ୍ତି ମୋଦି।

ରାଜ୍ୟଗୋଷ୍ଠୀରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି ଭାରତୀୟ ଭାରତ୍ତୋଳକ, ସୁଟିଂ ଏବଂ ଟେବଲ ଟେନିସ୍ ପ୍ରତିଯୋଗୀଙ୍କୁ ଭୂରି ଭୂରି ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ସେହିପରି ଦେଶବାସୀଙ୍କୁ ଫିଟ୍ ରହିବାକୁ ମନ୍ତ୍ର ଦେଇଛନ୍ତି ମୋଦି। ଦେଶବାସୀ ଫିଟ୍ ରହିବା ପାଇଁ ଯୋଗ କରିବା ଜରୁରୀ ବୋଲି ସେ କହିଛନ୍ତି। କିଛି ଦିନ ତଳେ ଫିଟ୍ ଇଣ୍ଡିଆ କ୍ୟାମ୍ପେନ୍‌ରେ ଅକ୍ଷୟ କୁମାରଙ୍କ ଯୋଗଦାନ  କଥା କହିଥିଲେ ସେ।

ସାରା ବିଶ୍ୱରେ ପାନୀୟ ଜଳର ଅଭାବ ପ୍ରସଙ୍ଗକୁ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ। ଜଳ ସଂରକ୍ଷଣ କରିବା ଜରୁରୀ ହୋଇପଡ଼ିଛି। ବହୁ ବର୍ଷ ପୂର୍ବରୁ ଭାରତୀୟ ସଭ୍ୟତାରେ ଜଳ ସଂରକ୍ଷଣ ନେଇ ଯୋଜନା ରହିଛି।

Swachh Bharat PM Modi Mann Ki Baat
Advertisment
Advertisment