/odishatv-khabar/media/post_attachments/uploadimage/library/16_9/16_9_0/postal_1626510873.jpg)
postal
ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗରେ ବିଭିନ୍ନ ପ୍ରକାର ଡିପୋଜିଟ୍ ସ୍କିମ୍ ରହିଛି । ସେଭିଂ ଆକାଉଣ୍ଟରୁ ଆରମ୍ଭ କରି ଫିକ୍ସଡ୍ ବା ମିଆଦି ଜମା ପର୍ଯ୍ୟନ୍ତ ବହୁତ ସ୍କିମ୍ ରହିଛି, ଯେଉଁଥିରେ ଲାଭଜନକ ରିଟର୍ଣ୍ଣ ମିଳିଥାଏ । ଯଦି ଆପଣ ଚାହୁଁଛନ୍ତି ଏଭଳି ଏକ ସ୍କିମ ଯେଉଁଥିରେ ପ୍ରତି ମାସରେ ଇନକମ୍ ହେବ ତାହେଲେ ସେମିତି ଏକ ସ୍କିମ ହେଉଛି ଏମଆଇସି ।
Advertisment
ଆସନ୍ତୁ ଜାଣିବା ଏହି ସ୍କିମ୍ ସମ୍ପର୍କରେ
- ପୋଷ୍ଟ ଅଫିସ ମନ୍ଥଲି୍ ଇନକମ୍ ସ୍କିମ୍ ଆକାଉଣ୍ଟ (ଏମଆଇସି)ରେ ନିବେଶ କରିବାକୁ ଚାହୁଁଥିଲେ ଡାକଘରେ ଆପଣଙ୍କୁ ଖାତା ଖୋଲିବାକୁ ହେବ
- ଏହି ଯୋଜନାରେ ୭.୩ ପ୍ରତିଶତ ସୁଧ ମିଳିପାରିବ
- ଏମଆଇସି ଖାତା ଯେକୌଣସି ବ୍ୟକ୍ତି ଖୋଲିପାରିବେ
- ଏହି ଖାତା ନଗଦ କିମ୍ବା ଚେକ୍ ଆକାରରେ ଖୋଲାଯାଇ ପାରିବ
- ଏହି ଖାତାରେ ନୋମିନି ରଖିବାର ସୁବିଧା ମଧ୍ୟ ଉପଲବ୍ଧ ରହିଛି
- ଖାତାକୁ ଗୋଟିଏ ଡାକଘରୁ ଅନ୍ୟ ଡାକଘରକୁ ଟ୍ରାନ୍ସଫର କରିବାର ସୁବିଧା ମଧ୍ୟ ରହିଛି
- ଏଥିରେ ଜଣେ କିମ୍ବା ଦୁଇଜଣ ମିଶି ଯୁଗ୍ମ ଆକାଉଣ୍ଟ ଖୋଲିପାରିବେ
- ବ୍ୟକ୍ତିଗତ ଆକାଉଣ୍ଟକୁ ମଧ୍ୟ ଯୁଗ୍ମ ଆକାଉଣ୍ଟକୁ ବଦଳାଯାଇ ପାରିବ
- ଏହି ଖାତାର ମ୍ୟାଚୁରିଟି ପିରିୟଡ ୫ ବର୍ଷ ହୋଇଥାଏ
- ଗୋଟିଏ ବର୍ଷ ପରେ ଆଂଶିକ ଟଙ୍କା ଉଠାଇ ପାରିବେ
- ଏହି ଖାତା ଅତି କମ୍ରେ ୧୫୦୦ ଟଙ୍କା ଜମାରୁ ଆରମ୍ଭ ହୋଇ ପାରିବ
- ବ୍ୟକ୍ତିଗତ ଆକାଉଣ୍ଟରେ ସର୍ବାଧିକ ଜମା ପରିମାଣ ୪.୫ ଲକ୍ଷ ଥିବାବେଳେ ଯୁଗ୍ମ ଆକାଉଣ୍ଟରେ ୯ ଲକ୍ଷ
/odishatv-khabar/media/post_attachments/wp-content/uploads/2018/06/500.jpg)
କେମିତି ହେବ ମାସିକ ଆୟ ?
ଡାକଘରେ ଏହି ସ୍କିମ୍ରେ ବାର୍ଷିକ ୭.୩ % ହାରରେ ସୁଧ ଦିଆଯାଇଥାଏ । ଏହି ବାର୍ଷିକ ସୁଧକୁ ବାର ମାସରେ ବାଣ୍ଟିଦିଆଯାଏ, ଯାହାକି ଆପଣ ସେହି ସୁଧକୁ ମାସିକ ଆକାରରେ ପାଇପାରିବେ। ଧରି ନିଅନ୍ତୁ ଆପଣ ୪.୫ ଲକ୍ଷ ଟଙ୍କା ଜମା ରଖିଛନ୍ତି । ତାହେଲେ ଆପଣଙ୍କ ବାର୍ଷିକ ସୁଧର ପରିମାଣ ୩୨୮୫୦ ଟଙ୍କା ହେଉଛି । ଅର୍ଥାତ୍ ଆପଣଙ୍କୁ ପ୍ରତି ମାସ ୨୭୩୭.୫ ଟଙ୍କା ସୁଧ ମିଳିପାରିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)