Advertisment

ବିବାହ ପରେ କମିନି କ୍ରେଜ୍‌, ଏବେ ବି ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଫଲୋଅର୍ସ

ମୁମ୍ବାଇ: ବିବାହ ପରେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ ବୋଲି ଆମେ ଭାବିଥାଉ। ମାତ୍ର ଏଭଳି ଧାରଣାକୁ କିଛି ଅଭିନେତ୍ରୀ ବଦଳାଇବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଟେଲିଭିଜନ୍‌ ଦୁନିଆର ଛୋଟ ପରଦାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ସେମାନଙ୍କ ରେକର୍ଡ ବଜାୟ ରଖିଛନ୍ତି। ଏବେବି ସେମାନଙ୍କୁ ନେଇ ଚର୍ଚ୍ଚା କିଛି କମ୍‌ ନୁହେଁ। ସେମାନଙ୍କୁ ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ପ୍ରଶଂସକ ଫଲୋ କରୁଥିବା ସହ […]

author-image
Otv Khabar Bureau
ବିବାହ ପରେ କମିନି କ୍ରେଜ୍‌, ଏବେ ବି ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ଫଲୋଅର୍ସ

divyanka

ମୁମ୍ବାଇ: ବିବାହ ପରେ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ ବୋଲି ଆମେ ଭାବିଥାଉ। ମାତ୍ର ଏଭଳି ଧାରଣାକୁ କିଛି ଅଭିନେତ୍ରୀ ବଦଳାଇବା ସହ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ଟେଲିଭିଜନ୍‌ ଦୁନିଆର ଛୋଟ ପରଦାରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବିବାହ ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ସେମାନଙ୍କ ରେକର୍ଡ ବଜାୟ ରଖିଛନ୍ତି। ଏବେବି ସେମାନଙ୍କୁ ନେଇ ଚର୍ଚ୍ଚା କିଛି କମ୍‌ ନୁହେଁ। ସେମାନଙ୍କୁ ସୋସିଆଲ ମିଡ଼ିଆରେ ଲକ୍ଷ ଲକ୍ଷ ପ୍ରଶଂସକ ଫଲୋ କରୁଥିବା ସହ ସମସ୍ତଙ୍କ ଫେଭରିଟ୍ସ ହୋଇ ରହିଛନ୍ତି।

Advertisment

ଜାଣନ୍ତୁ ସମସ୍ତଙ୍କ ଫେଭରିଟ୍ସ ଏହି ଅଭିନେତ୍ରୀଙ୍କ ସମ୍ପର୍କରେ...

ଆଦର୍ଶ ବୋହୂ ତଥା ସମସ୍ତଙ୍କ ଇଶି ମା’ଭାବେ ଜଣାଶୁଣା 'ୟେ ହେ ମୋହବତେ' ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ବିବାହ ପରେ ମଧ୍ୟ ପ୍ରଶଂସକଙ୍କ ଅତି ପ୍ରିୟ ହୋଇ ରହିଛନ୍ତି। ବିବାହ ପରେ ଦିବ୍ୟାଙ୍କାଙ୍କ ସଫଳତା ଆହୁରି ଦୁଇଗୁଣା ହୋଇଯାଇଛି। ତାଙ୍କୁ ଇନଷ୍ଟ୍ରାଗ୍ରାମରେ ୭ ମିଲିୟନ ଫଲୋ କରୁଥିବା ଜଣାପଡ଼ିଛି। ଟେଲିଭିଜନ ଦୁନିଆର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ। ଦିବ୍ୟାଙ୍କା ଅଭିନେତା ବିବେକ ଦହିୟାଙ୍କୁ ବିବାହ କରିଛନ୍ତି।

publive-image

ସେହିପରି ସିରିୟଲ ‘ଭାବି ଜୀ ଘର୍‌ ପର ହେ’ରେ ଅନୀତା ଭାବି ଭାବେ ଜଣାଶୁଣା ସୌମ୍ୟା ଟଣ୍ଡନଙ୍କ ଯାଦୁ ମଧ୍ୟ କିଛି କମ୍‌ ନୁହଁ। କାରଣ ତାଙ୍କର ଅଭିନୟକୁ ଦର୍ଶକ ଏବେବି ପ୍ରଶଂସା କରୁଛନ୍ତି। ୨୦୧୬ ମସିହାରେ ସୌରଭ ଦେବେନ୍ଦ୍ର ସିଂଙ୍କୁ ଅନୀତା ବିବାହ କରିଥିଲେ। ଅଭିନୟ ବ୍ୟତୀତ ସୋସିଆଲ ମିଡ଼ିଆରେ ପପୁଲାର ଥିବା ସୌମ୍ୟାଙ୍କୁ ଖୁବ୍‌ ଶୀଘ୍ର ଏକ ନୂଆ ସୋ’ରେ ଦର୍ଶକ ଦେଖିବେ। ସୌମ୍ୟାଙ୍କ ଇନଷ୍ଟାଗ୍ରାମରେ ଫଲୋଅର୍ସ ସଂଖ୍ୟା ୨ ଲକ୍ଷ ୬୦ ହଜାର।

Advertisment

publive-image

ଦର୍ଶକ ସବୁବେଳେ ଅନୀତା ହସ୍‌ନନ୍ଦାନୀଙ୍କୁ ବିଭିନ୍ନ ଭୂମିକାରେ ଦେଖି ଆସୁଛନ୍ତି। ଅନୀତାଙ୍କୁ ଶଗୁନ୍‌ ଚରିତ୍ରରେ ଦର୍ଶକ କେତେବେଳେ ପଜିଟିଭ୍‌ ଭୂମିକାରେ ତ ଆଉ କେତେବେଳେ ନେଗେଟିଭ୍‌ ଭୂମିକାରେ ଅଭିନୟ କରୁଥିବା ଦେଖିଛନ୍ତି। ଅନୀତାଙ୍କୁ ଖୁବ୍‌ ଶୀଘ୍ର ଏକ୍‌ତା କପୁରଙ୍କ ନାଗିନ୍‌ ସିରିୟଲରେ ଦେଖିବାକୁ ମିଳିବ। ୨୦୧୩ ମସିହାରେ ସେ ରୋହିତ ରେଡ୍ଡୀଙ୍କୁ ବିବାହ କରିଥିଲେ। ଅନୀତା ସବୁବେଳେ ଫିଟ୍‌ନେସ୍‌କୁ ନେଇ ଆକ୍ଟିଭ୍‌ ଥାନ୍ତି। ଅନୀତାଙ୍କ ଇନଷ୍ଟାଗ୍ରାମରେ ୨.୮ ମିଲିୟନ୍‌ ଫଲୋଅର୍ସ ଅଛନ୍ତି।

publive-image

ଟେଲିଭିଜନ ଦୁନିଆର ଆଉ ଏକ ଜଣାଶୁଣା ଚେହେରା ହେଲା ଦ୍ରଷ୍ଟି ଧାମୀ। ଦ୍ରଷ୍ଟଙ୍କୁ ଗୀତ୍‌, ମଧୁବାଲା, ଏକ୍‌ ଥା ରାଜା ଏକ୍‌ ଥି ରାନୀ ଭଳି ଅନେକ ସିରିୟଲରେ ଦେଖିବାକୁ ମିଳିଛି। ସେ ନୀରଜ ଖେମ୍‌କାଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ। ତାଙ୍କ ଫିଟ୍‌ନେସ୍‌ ଭିଡ଼ିଓ ଅଜିକାଲି ବହୁତ ପପୁଲାର ହେବାରେ ଲାଗିଛି। ଦ୍ରଷ୍ଟିଙ୍କୁ ଇନଷ୍ଟାଗ୍ରାମରେ ୧.୩ ମିଲିୟନ ଫଲୋ କରୁଛନ୍ତି।

publive-image

ସିରିୟଲ ଦୁନିଆର ଆଉ ଏକ ସଫଳ ଚେହେରା ହେଲା ଜେନିଫର୍ ୱିଙ୍ଗେଟ୍‌। ଆଜିକାଲି ତାଙ୍କୁ ବେପନାହ ସୋ’ରେ ଦେଖିବାକୁ ମିଳୁଛି। ଜେନିଫର ‘ଦିଲ୍‌ ମିଲ୍ ଗୟି ସୋ’ରୁ ବହୁତ ପ୍ରସିଦ୍ଧ ହୋଇଥିଲେ। ସେତେବେଳେ ସେହି ସୋ’ରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରୁଥିବା କରଣ ସିଂ ଗ୍ରୋଭରଙ୍କୁ ଜେନି ବିବାହ କରିଥିଲେ। ପରେ ସେମାନଙ୍କର ତଲାକ୍‌ ବା ବିବାହ ବିଚ୍ଛେଦ ହୋଇଥିଲା। ତଥାପି ଜେନିଙ୍କ ଅଭିନୟକୁ ଦର୍ଶକ ଭୁଲି ପାରିନାହାନ୍ତି। ଜେନିଫରଙ୍କ ଇନଷ୍ଟ୍ରଗ୍ରାମରେ ୫.୪ ମିଲିୟନ୍‌ ଫଲୋଅର୍ସ ଅଛନ୍ତି।

publive-image

Tv Serial Actress Social Media Followers Tv Serial Actress Serial Actress Social Media Followers Serial Actress Divyanka Tripathi
Advertisment
Advertisment