Advertisment

ଅାତଙ୍କବାଦୀ ଅବଦୁର ରେହମାନ ଭାଇକୁ ଗୁଳିମାଡ଼ ଘଟଣାରେ ୮ ଗିରଫ

କଟକ  : କଟକ ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଭାଇ ସେକ୍ ତାହିରକୁ ଗୁଳିମାଡ଼ ଘଟଣାରେ ୮ ଜଣ ଗିରଫ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି। ଟେଣ୍ଡର ଫିକ୍ସିଂ ନେଇ ଗତ ୨୯ରେ ଜଗତପୁରରେ ତାହିରକୁ ଗୁଳିମାଡ଼ ହୋଇଥିଲା। ଗତକାଲି କଟକ ଚାଉଳିଆଗଞ୍ଜରେ ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ସେମାନେ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟଙ୍କୁ ଜେରାବେଳେ ସେମାନେ […]

author-image
Otv Khabar Bureau
ଅାତଙ୍କବାଦୀ ଅବଦୁର ରେହମାନ ଭାଇକୁ ଗୁଳିମାଡ଼ ଘଟଣାରେ ୮ ଗିରଫ

tito

କଟକ  : କଟକ ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଭାଇ ସେକ୍ ତାହିରକୁ ଗୁଳିମାଡ଼ ଘଟଣାରେ ୮ ଜଣ ଗିରଫ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି। ଟେଣ୍ଡର ଫିକ୍ସିଂ ନେଇ ଗତ ୨୯ରେ ଜଗତପୁରରେ ତାହିରକୁ ଗୁଳିମାଡ଼ ହୋଇଥିଲା।

Advertisment

ଗତକାଲି କଟକ ଚାଉଳିଆଗଞ୍ଜରେ ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ସେମାନେ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟଙ୍କୁ ଜେରାବେଳେ ସେମାନେ ରେହମାନର ଭାଇ ତାହିର ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଜଣାପଡିଥିଲା। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଗୁଳି ଜବତ କରାଯାଇଛି। ଆହତ ଅବସ୍ଥାରେ ଦୁଇ ଜଣଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସୂଚନା ଅନୁସାରେ ଅନ୍ୟ ମାନଙ୍କୁ ଗିରଫ କରିଛି ପୋଲିସ୍।

Tiro Gang Members Arrest Tito Gang Encounter In Cuttack
Advertisment
Advertisment