Advertisment

କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ

ଗଞ୍ଜାମ  : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ନିଜେ ବ୍ରାଞ୍ଚ୍ ମ୍ୟାନେଜର। ଗଞ୍ଜାମ ବୁଗୁଡ଼ା ବ୍ଲକ୍ କରଚୁଲି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜର ୭ ଜଣଙ୍କ ନାଁରେ ଚୂନ ଲଗାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଉଦୟପୁର ଗାଁର କିଛି ହିତାଧିକାରୀ। ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ […]

author-image
Otv Khabar Bureau
କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ

sbi

ଗଞ୍ଜାମ  : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ନିଜେ ବ୍ରାଞ୍ଚ୍ ମ୍ୟାନେଜର। ଗଞ୍ଜାମ ବୁଗୁଡ଼ା ବ୍ଲକ୍ କରଚୁଲି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜର ୭ ଜଣଙ୍କ ନାଁରେ ଚୂନ ଲଗାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଉଦୟପୁର ଗାଁର କିଛି ହିତାଧିକାରୀ।

Advertisment

ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ ନାୟକ। ଋଣ ପାଇବା ଆଶାରେ ଲୋକେ ଡକ୍ୟୁମେଣ୍ଟ ବି ଦେଇଥିଲେ। ହେଲେ ସେମାନଙ୍କୁ ସେତେବେଳେ କିନ୍ତୁ ଋଣ ଟଙ୍କା ମିଳିନଥିଲା। ଆଉ ଏବେ ଋଣ ଆଦାୟ କରାଯିବାକୁ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ତଥ୍ୟ ଅନୁସାରେ, ଉଦୟପୁର ଗାଁର ମୋଟ ୭ ଜଣଙ୍କ ନାଁରେ ହଡ଼ପ ହୋଇଛି ପ୍ରାୟ ସାଢ଼େ ତିନି ଲକ୍ଷରୁ ଅଧିକ ଟଙ୍କା। ୨୦୧୫ରେ ଋଣ ଟଙ୍କା ଉଠାଯାଇଥିବା ବେଳେ ୨୦୧୬ରେ ଏହାର ନବୀକରଣ ବି କରାଯାଇଛି। ଏଭଳି ଅଭିଯୋଗ ସମ୍ପର୍କରେ ଆମେ କରଚୁଲି ବ୍ରାଞ୍ଚର ପୂର୍ବତନ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ।

Advertisment

ଏ ଘଟଣା ପୂର୍ବରୁ ସେହି ୨୦୧୫ରେ କରଚୁଲି SBI ଶାଖାରେ ମୃତ ଓ ଅପରିଚିତ ଲୋକଙ୍କ ନାଁରେ ଋଣ ଅନୁମୋଦନ କରାଯାଇ ୧୬ ଲକ୍ଷ ହଡ଼ପ ଅଭିଯୋଗ ହୋଇଥିଲା। ଏବେ କୃଷି ଋଣ ନାଁରେ ଠକେଇ ଅଭିଯୋଗ ପରେ ପୋଲିସ ପୂର୍ବତନ ଶାଖା ପରିଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

SBI Loan Fraud Karachuli
Advertisment
Advertisment