Advertisment

ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଯେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ଫଳରେ ତାଙ୍କ ସ୍ୱାମୀ ବିବେକ ମୋବାଇଲ୍‌ ଫୋପାଡ଼ି ପଳାଇଥିଲେ। ଜାଣନ୍ତୁ ଘଟଣା କ’ଣ… ଆଦର୍ଶ ବୋହୂ ତଥା ସମସ୍ତଙ୍କ ଇଶି ମା’ଭାବେ ଜଣାଶୁଣା ‘ୟେ ହେ ମୋହବତେ’ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଘରେ ଘରେ ପରିଚିତ। ଟେଲିଭିଜନ ଦୁନିଆରେ ଅଭିନୟ କରୁଥିବା ଚର୍ଚ୍ଚିତ ବୋହୂଙ୍କ ମଧ୍ୟରେ ଅଧିକାଂଶ ଦର୍ଶକ ଦିବ୍ୟାଙ୍କାଙ୍କୁ ପସନ୍ଦ କରନ୍ତି। ସେ ଯାହା ବି କରନ୍ତି ତାହା […]

author-image
Otv Khabar Bureau
ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଏହି ଅଭିନେତ୍ରୀ

divyanka

ମୁମ୍ବାଇ: ସ୍ୱାମୀଙ୍କ ଦୁଷ୍ଟାମୀରେ ଅତିଷ୍ଠ ହୋଇ ତାଙ୍କୁ ଏମିତି ଶିକ୍ଷା ଦେଲେ ଯେ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ଫଳରେ ତାଙ୍କ ସ୍ୱାମୀ ବିବେକ ମୋବାଇଲ୍‌ ଫୋପାଡ଼ି ପଳାଇଥିଲେ।

Advertisment

ଜାଣନ୍ତୁ ଘଟଣା କ’ଣ...

ଆଦର୍ଶ ବୋହୂ ତଥା ସମସ୍ତଙ୍କ ଇଶି ମା’ଭାବେ ଜଣାଶୁଣା ‘ୟେ ହେ ମୋହବତେ’ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଘରେ ଘରେ ପରିଚିତ। ଟେଲିଭିଜନ ଦୁନିଆରେ ଅଭିନୟ କରୁଥିବା ଚର୍ଚ୍ଚିତ ବୋହୂଙ୍କ ମଧ୍ୟରେ ଅଧିକାଂଶ ଦର୍ଶକ ଦିବ୍ୟାଙ୍କାଙ୍କୁ ପସନ୍ଦ କରନ୍ତି। ସେ ଯାହା ବି କରନ୍ତି ତାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଇଥାଏ।divyanka tripathi

ନିକଟରେ ଦିବ୍ୟାଙ୍କା ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଥିଲେ। ତାଙ୍କର ଏହି ଭିଡ଼ିଓ ଏତେ ପରିମାଣରେ ଭାଇରାଲ ହୋଇଥିଲା ଯେ୧୭ ଘଣ୍ଟାରେ ୮.୫ ଲକ୍ଷ ଲୋକ ଏହି ଭିଡ଼ିଓକୁ ଦେଖିଥିଲେ।

Advertisment

ଭିଡ଼ିଓରେ ଦିବ୍ୟାଙ୍କା ସ୍ୱାମୀ ବିବେକଙ୍କ ଦୁଷ୍ଟାମୀକୁ ନେଇ ଶେଷରେ ଅତିଷ୍ଠ ହୋଇ ତାଙ୍କୁ ଲଙ୍କା ଖୁଆଇ ଦେଉଛନ୍ତି। ଫୋନରେ ବ୍ୟସ୍ତ ଥିବା ବିବେକଙ୍କୁ ଦିବ୍ୟାଙ୍କା ନିଜେ ଖାଇବା ସହ ତାଙ୍କୁ ମଧ୍ୟ ଖୁଆଇ ଦେଉଛନ୍ତି। ମାତ୍ର ବିବେକ ଆଦୌ ବି ଏସବୁରେ ଧ୍ୟାନ ଦେଉନଥିବାର ଦେଖାଯାଉଛି। ଫଳରେ ସ୍ୱାମୀଙ୍କର ଏଭଳି ବ୍ୟବହାରରେ ଟିକେ ବିରକ୍ତ ହୋଇ ଓ ତାଙ୍କ ଧ୍ୟାନକୁ ମୋବାଇଲରୁ ଭାଙ୍ଗିବା ପାଇଁ ଦିବ୍ୟାଙ୍କା ବିବେକଙ୍କୁ ଏକ ଲଙ୍କା ଖୁଆଇ ଦେଇଥିଲେ। ଫଳରେ ତତ୍‌କ୍ଷଣାତ୍‌ ବିବେକ ତାଙ୍କ ମୋବାଇଲ ଫୋନ୍‌କୁ ଫୋପାଡ଼ି ବାହାରକୁ ଚାଲିଯାଇଥିଲେ।

publive-image

ଦିବ୍ୟାଙ୍କାର ଏହି ଭିଡ଼ିଓ ବହୁତ ମଜାଳିଆ ଥିଲା। ପ୍ରକୃତରେ ସେ ବିବେକଙ୍କ ଉପରେ ରାଗିଯାଇ ଏସବୁ କରିନାହାନ୍ତି। ବରଂ ଏସବୁ ସେ ଏକ ମୋବାଇଲ ଆପ୍‌କୁ ପ୍ରମୋଟ କରିବା ପାଇଁ କରିଥିଲେ।

publive-image

ବିବେକ ଦହିୟାଙ୍କୁ ବିବାହ କରିବା ପରେ ମଧ୍ୟ ପ୍ରଶଂସକଙ୍କ ଅତି ପ୍ରିୟ ହୋଇ ରହିଛନ୍ତି ଦିବ୍ୟାଙ୍କା। ବିବାହ ପରେ ତାଙ୍କ ସଫଳତା ଆହୁରି ଦୁଇଗୁଣା ହୋଇଯାଇଛି।

publive-image

ଦିବ୍ୟାଙ୍କାଙ୍କୁ ଇନଷ୍ଟ୍ରାଗ୍ରାମରେ ୭ ମିଲିୟନ ଫଲୋ କରୁଥିବା ଜଣାପଡ଼ିଛି। ଟେଲିଭିଜନ ଦୁନିଆର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ।

Divyanka Tripathi
Advertisment
Advertisment