Advertisment

ଡାକ ବିଭାଗ ଆରମ୍ଭ କଲା Cool EMS ସେବା

ଭାରତୀୟ ଡାକ ବିଭାଗ Cool EMS  ସେବା ଆରମ୍ଭ କରିଛି।  ଏହା ଜାପାନ – ଭାରତ ମଧ୍ୟରେ ଏକମାତ୍ର ସେବା, ଯାହା ଦ୍ୱାରା ଭାରତୀୟମାନେ  ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। Cool EMS  ସେବା ସେବା ଜରିଆରେ ଭାରତୀୟମାନେ, ଜାପାନ୍‌ରୁ ଯେଉଁ ଉତ୍ପାଦ ଆମଦାନି ପାଇଁ ଆମ ଦେଶରେ ଅନୁମତି ଅଛି, କେବଳ ସେଭଳି ଉତ୍ପାଦ ମଗାଇ ପାରିବେ। ପ୍ରାଥମିକ ଭାବେ କେବଳ ଦିଲ୍ଲୀରେ ଏହି ସେବା ଉପଲବ୍ଧ ହେବ। ଖାଦ୍ୟ ଉତ୍ପାଦଗୁଡ଼ିକର […]

author-image
Otv Khabar Bureau
ଡାକ ବିଭାଗ ଆରମ୍ଭ କଲା Cool EMS ସେବା

indian post

ଭାରତୀୟ ଡାକ ବିଭାଗ Cool EMS  ସେବା ଆରମ୍ଭ କରିଛି।  ଏହା ଜାପାନ – ଭାରତ ମଧ୍ୟରେ ଏକମାତ୍ର ସେବା, ଯାହା ଦ୍ୱାରା ଭାରତୀୟମାନେ  ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। Cool EMS  ସେବା ସେବା ଜରିଆରେ ଭାରତୀୟମାନେ, ଜାପାନ୍‌ରୁ ଯେଉଁ ଉତ୍ପାଦ ଆମଦାନି ପାଇଁ ଆମ ଦେଶରେ ଅନୁମତି ଅଛି, କେବଳ ସେଭଳି ଉତ୍ପାଦ ମଗାଇ ପାରିବେ।

Advertisment

publive-imageପ୍ରାଥମିକ ଭାବେ କେବଳ ଦିଲ୍ଲୀରେ ଏହି ସେବା ଉପଲବ୍ଧ ହେବ। ଖାଦ୍ୟ ଉତ୍ପାଦଗୁଡ଼ିକର ଗୁଣବତ୍ତା ବଜାୟ ରଖିବାକୁ ସ୍ୱତନ୍ତ୍ର ଥଣ୍ଡା ବାକ୍ସରେ ରଖି ଅଣାଯିବ। Cool EMS ସେବାର ଠିକଣା ରହିବ- ଫରେନ୍ ପୋଷ୍ଟ ଅଫିସ୍, କୋଟଲା ରୋଡ୍, ନୂଆଦିଲ୍ଲୀ। ସାଧାରଣ ଇଏମ୍‌ଏସ୍‌ ଭଳି କୁଲ୍‌ ଇଏମ୍‌ଏସ୍‌ରେ ମଧ୍ୟ ଟ୍ରାକ୍‌ ଓ ଟ୍ରେସ୍‌ ସୁବିଧା ରହିବ।

Department Of Posts India And Japan
Advertisment
Advertisment