Advertisment

କଲ୍ୟାଣମୂଳକ ସ୍କିମ୍‌ ପାଇଁ ଆଧାର ଲିଙ୍କ୍‌ ଅବଧି ବଢ଼ିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଚଳିତ ମାସ ୩୧ ସୁଦ୍ଧା ସମସ୍ତଙ୍କୁ ଆଧାର ଲିଙ୍କ୍‌ କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଏନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। କଲ୍ୟାଣମୂଳକ ସ୍କିମ୍‌ ପାଇଁ ଆଧାର ଲିଙ୍କ୍‌ ଅବଧି ବଢ଼ିବ ନାହିଁ। ଏ ବାବଦରେ ଅନ୍ତରୀଣ ରାୟ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଜଣାଇ ଦେଇଛନ୍ତି। ଯେଉଁ କଲ୍ୟାଣମୂଳକ ସ୍କିମ୍‌ ପାଇଁ ଭାରତ ସରକାରଙ୍କ ସଂଗଠିତ ପାଣ୍ଠିରୁ ଅର୍ଥରାଶି ବ୍ୟବହାର କରାଯାଉଛି, ତାହାର ଲାଭ ପାଇବାକୁ ହେଲେ ଆଧାର ଲିଙ୍କ୍‌ କରାଇବାକୁ […]

author-image
Otv Khabar Bureau
କଲ୍ୟାଣମୂଳକ ସ୍କିମ୍‌ ପାଇଁ ଆଧାର ଲିଙ୍କ୍‌ ଅବଧି ବଢ଼ିବ ନାହିଁ : ସୁପ୍ରିମକୋର୍ଟ

adhara link

ନୂଆଦିଲ୍ଲୀ: ଚଳିତ ମାସ ୩୧ ସୁଦ୍ଧା ସମସ୍ତଙ୍କୁ ଆଧାର ଲିଙ୍କ୍‌ କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଏନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। କଲ୍ୟାଣମୂଳକ ସ୍କିମ୍‌ ପାଇଁ ଆଧାର ଲିଙ୍କ୍‌ ଅବଧି ବଢ଼ିବ ନାହିଁ। ଏ ବାବଦରେ ଅନ୍ତରୀଣ ରାୟ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଜଣାଇ ଦେଇଛନ୍ତି।

Advertisment

ଯେଉଁ କଲ୍ୟାଣମୂଳକ ସ୍କିମ୍‌ ପାଇଁ ଭାରତ ସରକାରଙ୍କ ସଂଗଠିତ ପାଣ୍ଠିରୁ ଅର୍ଥରାଶି ବ୍ୟବହାର କରାଯାଉଛି, ତାହାର ଲାଭ ପାଇବାକୁ ହେଲେ ଆଧାର ଲିଙ୍କ୍‌ କରାଇବାକୁ ହେବ। ଏଥିପାଇଁ ଚଳିତ ବର୍ଷ ମାର୍ଚ ୩୧ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସମୟ ଦିଆଯାଇଛି।

publive-imageପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ଆଧାର ଲିଙ୍କ୍‌ ସଂକ୍ରାନ୍ତ ମାମଲାର ଶୁଣାଣି ହୋଇଥିଲା। କଲ୍ୟାଣମୂଳକ ସ୍କିମ୍‌ ସହିତ ଆଧାର ଲିଙ୍କ୍‌କୁ ନେଇ ଏହି ମାମଲା ଦାୟର କରାଯାଇଥିଲା। UIDAIର ସିଇଓ ଅଜୟ ଭୂଷଣ ପାଣ୍ଡେ କୋର୍ଟଙ୍କୁ ଜଣାଇଛନ୍ତି ଯେ ଆଧାରରେ ସଂରକ୍ଷିତ ଥିବା ତଥ୍ୟ ଓ ବାୟୋମେଟ୍ରିକ୍‌ ତଥ୍ୟକୁ ହାସଲ କରିବା ଏକ ପ୍ରକାର ଅସମ୍ଭବ।

Advertisment

ଶ୍ରୀ ପାଣ୍ଡେ କହିଥିଲେ ଯେ ସରକାରୀ ବ୍ୟବସ୍ଥାରେ ଆଧାର ସ୍ୱୀକୃତି ହାର ୮୮%। ଏହାର ଅର୍ଥ ହେଉଛି ୧୨% ଲୋକ କଲ୍ୟାଣମୂଳକ ସ୍କିମ୍‌ର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ବ୍ୟାଙ୍କ ଓ ଟେଲିକମ୍‌ରେ ଏହି ସଫଳତା ହାର ଯଥାକ୍ରମେ ୯୫% ଓ ୯୭୫% ରହିଛି। ଜବାବରେ ଆଟର୍ଣ୍ଣି ଜେନେରାଲ୍‌ କେ କେ ବେଣୁଗୋପାଳ କହିଥିଲେ ଯେ କେହି ଜଣେ ହେଲେ ବି ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇନାହାନ୍ତି।

ସେପଟେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ପକ୍ଷରୁ ପାନ- ଅାଧାର ଲିଙ୍କ ସମୟସୀମାକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇ ଦିଅାଯାଇଛି। ଟିକସଦାତାଙ୍କ ପାଇଁ ପାନ୍‌ ସହିତ ଅାଧାର ଲିଙ୍କ୍‌ କରିବାକୁ ବାଧ୍ୟତାମୂଳକ କରାଯାଇଛି।

Deadline Supreme Court
Advertisment
Advertisment