Advertisment

ରିମାଣ୍ଡରେ ଗଲେ ପୁଞ୍ଜିଲାଲ

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି  ୬ ଦିନିଆ ରିମାଣ୍ଡରେ ନେଇଛି। ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୬ ଦିନର ଅନୁମତି ଦେଇଛନ୍ତି। ରିମାଣ୍ଡ ସମୟରେ ଷଡ଼ଯନ୍ତ୍ରକୁ ନେଇ ଅଧିକ ଖୋଳତାଡ଼ କରିବ କ୍ରାଇମ ବ୍ରାଞ୍ଚ ଏସ୍ଆଇଟି।  ପୁଞ୍ଜିଲାଲଙ୍କୁ ଜେରା କରି ପୂରା ଘଟଣା ସଂପର୍କରେ ଆହୁରି ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବ କ୍ରାଇମ ବ୍ରାଞ୍ଚ। ଗତକାଲି ଗିରଫ ପରେ ପୁଞ୍ଜିଲାଲଙ୍କୁ […]

author-image
Otv Khabar Bureau
ରିମାଣ୍ଡରେ ଗଲେ ପୁଞ୍ଜିଲାଲ

wedding gift blast

ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି  ୬ ଦିନିଆ ରିମାଣ୍ଡରେ ନେଇଛି। ୧୪ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ୬ ଦିନର ଅନୁମତି ଦେଇଛନ୍ତି।

Advertisment

ରିମାଣ୍ଡ ସମୟରେ ଷଡ଼ଯନ୍ତ୍ରକୁ ନେଇ ଅଧିକ ଖୋଳତାଡ଼ କରିବ କ୍ରାଇମ ବ୍ରାଞ୍ଚ ଏସ୍ଆଇଟି।  ପୁଞ୍ଜିଲାଲଙ୍କୁ ଜେରା କରି ପୂରା ଘଟଣା ସଂପର୍କରେ ଆହୁରି ତଥ୍ୟ ଓ ପ୍ରମାଣ ସଂଗ୍ରହ କରିବ କ୍ରାଇମ ବ୍ରାଞ୍ଚ।

ଗତକାଲି ଗିରଫ ପରେ ପୁଞ୍ଜିଲାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା।  କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଓ ପୋଲିସ ମହାନିର୍ଦ୍ଦେଶକ ଆର୍‌ପି ଶର୍ମା ସ୍ପଷ୍ଟ କରିଥିଲେ ଯେ, ମୃତକ ସୌମ୍ୟଶେଖରଙ୍କ ମାଆଙ୍କ ପ୍ରିନ୍ସପାଲ ପଦବୀକୁ ନେଇ ଏପରି ଜଘନ୍ୟ ଷଡ଼ଯନ୍ତ୍ର ରଚିଥିଲେ ପୁଞ୍ଜିଲାଲ।

Advertisment

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ନିଜେ ଏକା ଏକା ଏତେ ବଡ଼ ଷଡ଼ଯନ୍ତ୍ର କରି ତାକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ସଫଳ ହୋଇଥିଲେ। ପାର୍ସଲ ବୋମା ତିଆରି କରି ତାକୁ ରାୟପୁର ଯାଇ କୋରିଅର କରିଥିଲେ ପୁଞ୍ଜିଲାଲ।

ସୌମ୍ୟଶେଖରଙ୍କ ବାହାଘର ପରେ ଫେବ୍ରୁଆରି ୨୩ ତାରିଖରେ ଏହି ପାର୍ସଲ ବୋମା ପହଞ୍ଚିଥିଲା ତାଙ୍କ ଘରେ।  ଖୋଲିବା ବେଳେ ବିସ୍ଫୋରଣ ହେବାରୁ ସୌମ୍ୟଶେଖର ଓ ତାଙ୍କର ଜଣେ ସଂପର୍କୀୟ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଙ୍କ ନବ ବିବାହିତ ପତ୍ନୀ ରିମା ଆହତ ହୋଇଥିଲେ।

Patanagarh Parcel Bomb Blast Patnagarh Wedding Gift Explosion Patanagarh Wedding Gift Blast
Advertisment
Advertisment