/odishatv-khabar/media/post_attachments/uploadimage/library/16_9/16_9_0/Ev95DMLUcAMWiNG_1621078910.jpg)
Soumendra Priyadarshi
ଭୁବନେଶ୍ୱର: ଅଫିସ ବାହାନାରେ ଆଉ ମନଇଚ୍ଛା ବୁଲିପାରିବେନି ଅମାନିଆ । ଟୁଇନସିଟି ପାଇଁ ପୁଣି କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏଣିକି ବିନା ପାସରେ ଆଉ ବୁଲି ପାରିବେନି କୌଣସି ବ୍ୟକ୍ତି । ଅଫିସ୍ ଆଳ ଦେଖାଇ ଯେଉଁ ଅମାନିଆମାନେ ରାଜଧାନୀରେ ମନଇଚ୍ଛା ବୁଲୁଥିଲେ ସେମାନଙ୍କ ଉପରେ ରୋକ ଲଗାଇବା ପାଇଁ ନୂଆ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।
ସବୁ ଘରୋଇ ସଂସ୍ଥା କର୍ମଚାରୀ ଏଣିକି ଇ-ପାସ୍ ଦେଖାଇଲେ ଯାଇପାରିବେ ଅଫିସ୍ । ଇ-ପାସ୍ ନଥିଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି କମିଶନରେଟ ପୋଲିସ । ଇ-ପାସ ପାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ଟୁଇନ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ଏହି ପାସ୍ ବ୍ୟବସ୍ଥା କରାଯାଇଛି । ପୋଲିସ ପାସ୍ ଦେଉନଥିବାରୁ ଇ-ପରମିଶନ ଜରିଆରେ ହେବ ଆବେଦନ । ନିର୍ଦ୍ଦିଷ୍ଟ କେତେ କର୍ମଚାରୀଙ୍କୁ କାମ ପାଇଁ ଅନୁମତି ଦିଆଯିବ । ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ ଅଫିସ ଯାଇପାରିବେ କର୍ମଚାରୀ ।
ଖାଲି ସେତିକି ନୁହେଁ ଘରୋଇ ସଂସ୍ଥାଗୁଡ଼ିକରେ କୋଭିଡ-୧୯ ଗାଇଡ୍ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି କି ନାହିଁ, ସେନେଇ ଯାଞ୍ଚ କରିବାକୁ ଅତର୍କିତ ଭାବେ ଚଢ଼ାଉ କରିପାରିବ କମିଶନରେଟ ପୋଲିସ । ଯେକୌଣସି ଘରୋଇ ଅଫିସରେ ପଶି ଯାଞ୍ଚ କରିପାରିବ ପୋଲିସ । ଏହାସହ ଯଦି ଗାଇଡ୍ ଲାଇନ୍ ଉଲଂଘନ ହୋଇଥିବା ନେଇ ପ୍ରମାଣ ମିଳେ ତେବେ ଉକ୍ତ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)