Advertisment

ପ୍ରତି ପରିବାରକୁ ମିଳିବ ୭୦ ଲିଟର ପାନୀୟ ଜଳ

ଭୁବନେଶ୍ୱର : ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ପରିବାରକୁ ମୁଣ୍ଡପିଛା ୭୦ ଲିଟର ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସଚିବାଳୟରେ ଅନୁଷ୍ଠିତ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସହରାଞ୍ଚଳର ୬୦ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବାକି ୪୦ ପ୍ରତିଶତ ପରିବାରକୁ ଜଳ ଯୋଗାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା […]

author-image
Otv Khabar Bureau
ପ୍ରତି ପରିବାରକୁ ମିଳିବ ୭୦ ଲିଟର ପାନୀୟ ଜଳ

water

ଭୁବନେଶ୍ୱର : ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ପରିବାରକୁ ମୁଣ୍ଡପିଛା ୭୦ ଲିଟର ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସଚିବାଳୟରେ ଅନୁଷ୍ଠିତ ପାନୀୟ ଜଳ ଯୋଗାଣ ସମ୍ପର୍କିତ ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ବର୍ତ୍ତମାନ ସହରାଞ୍ଚଳର ୬୦ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବାକି ୪୦ ପ୍ରତିଶତ ପରିବାରକୁ ଜଳ ଯୋଗାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।ଚଳିତବର୍ଷ ଡିସେମ୍ବର ମାସ ସୁଦ୍ଧା ପାଇପ୍ ଜଳ ଯୋଗାଣ ପାଇଁ ସମସ୍ତ ଛୋଟ ଛୋଟ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ଏଥିସହିତ ଆସନ୍ତା ମାର୍ଚ୍ଚ ସୁଦ୍ଧା ମେଗା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମାପ୍ତ ହୋଇ ଜଳ ଯୋଗାଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ବର୍ତ୍ତମାନ ସହରାଞ୍ଚଳରେ ଜଳଯୋଗାଣ ପାଇଁ ୩ ହଜାର ୫ ଶହ ୯୬ କୋଟି ଟଙ୍କାର ୭୬୦ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସେହିପରି ରାଜ୍ୟର ୨୪ଟି ସହରାଞ୍ଚଳର ୧୮୫ ୱାର୍ଡର ୪୨୨ଟି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖା ଦେଉଥିବା ଚିହ୍ନଟ କରାଯାଇଛି। ଏହି ଅଞ୍ଚଳରେ ୧ହଜାର ୮୬୯ଟି ପିଭିସି ଟାଙ୍କି ଓ ୨୧୯ଟି ଭ୍ରାମ୍ୟମାଣ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ, ଉନ୍ନୟନ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment
Naveen Patnaik News Supply Of Drinking Water March 2019
Advertisment
Advertisment