Advertisment

‘ଶ୍ରମିକ ସାରଥି’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଶୁଣ ଶ୍ରମିକ’ ଗୋଷ୍ଠୀ ରେଡ଼ିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟର ୩ଟି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସହାୟତା ଓ ସାଧନ କେନ୍ଦ୍ର ‘ଶ୍ରମିକ ସାରଥି’ର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବରଗଡ଼ ଜିଲ୍ଲା ପଦ୍ମପୁରରେ […]

author-image
Otv Khabar Bureau
‘ଶ୍ରମିକ ସାରଥି’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

naveen

ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଶୁଣ ଶ୍ରମିକ’ ଗୋଷ୍ଠୀ ରେଡ଼ିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

Advertisment

ଏଥିସହ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟର ୩ଟି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସହାୟତା ଓ ସାଧନ କେନ୍ଦ୍ର ‘ଶ୍ରମିକ ସାରଥି’ର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବରଗଡ଼ ଜିଲ୍ଲା ପଦ୍ମପୁରରେ ‘ଶ୍ରମିକ ସାରଥି’ ପ୍ରତିଷ୍ଠା ହୋଇଛି।

ଏଥିସହ ୪ଜଣ ଶ୍ରମିକ ନେତାଙ୍କୁ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରମିକ କଲ୍ୟାଣ ବୋର୍ଡ ସୁବାସ ସିଂ ପ୍ରମୁଖ ଯୋଗ ଦେଇଥିଲେ।

Advertisment
Odisha Government Suno Shramika Shramika Saathi Schemes For Workers International Labour Day Today
Advertisment
Advertisment