Advertisment

ଫୋର୍ଟିସ୍ କିଣିବା ଦୌଡ଼ରେ ଚାଇନା କମ୍ପାନୀ ଫୋସୁନ୍‌

ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ହେଲଥ୍‌ କେୟାର ପ୍ରଦାନ କରୁଥିବା ଫୋର୍ଟିସ୍ ହେଲଥ୍‌ କେୟାରକୁ କ୍ରୟ କରିବା ଦୌଡ଼ରେ ଅନେକ କମ୍ପାନୀ ସାମିଲ୍‌ ହୋଇଛନ୍ତି। ଏବେ ଚୀନର କମ୍ପାନୀ ‘ଫୋସୁନ୍‌’ ଏହି ଦୌଡ଼ରେ ରହିଛି। ଆଉ ଏହାର ମାଲିକାନା ନେବା ପାଇଁ ଉଦ୍ୟମ ଆରମ୍ଭ  କରିଦେଇଛି। ଉଲ୍ଲେଖନୀୟ ଯେ,ଫୋସୁନ୍‌କୁ ମିଶାଇ ୪ଟି କମ୍ପାନୀ ଏବେ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛି ମାଲେସିଆର ଆଇଏଚ୍‌ଏଚ୍‌ ହେଲଥ୍ କେୟାର, ମଣିପାଲ୍‌ ହେଲଥ୍‌ ଏଣ୍ଟରପ୍ରାଇଜସ୍‌ , ବର୍ମନ  ଓ  ମଞ୍ଜଲ୍‌ […]

author-image
Otv Khabar Bureau
ଫୋର୍ଟିସ୍ କିଣିବା ଦୌଡ଼ରେ ଚାଇନା କମ୍ପାନୀ ଫୋସୁନ୍‌

fortis

ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ହେଲଥ୍‌ କେୟାର ପ୍ରଦାନ କରୁଥିବା ଫୋର୍ଟିସ୍ ହେଲଥ୍‌ କେୟାରକୁ କ୍ରୟ କରିବା ଦୌଡ଼ରେ ଅନେକ କମ୍ପାନୀ ସାମିଲ୍‌ ହୋଇଛନ୍ତି। ଏବେ ଚୀନର କମ୍ପାନୀ ଫୋସୁନ୍‌’ ଏହି ଦୌଡ଼ରେ ରହିଛି। ଆଉ ଏହାର ମାଲିକାନା ନେବା ପାଇଁ ଉଦ୍ୟମ ଆରମ୍ଭ  କରିଦେଇଛି।

Advertisment

ଉଲ୍ଲେଖନୀୟ ଯେ,ଫୋସୁନ୍‌କୁ ମିଶାଇ ୪ଟି କମ୍ପାନୀ ଏବେ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛି ମାଲେସିଆର ଆଇଏଚ୍‌ଏଚ୍‌ ହେଲଥ୍ କେୟାର, ମଣିପାଲ୍‌ ହେଲଥ୍‌ ଏଣ୍ଟରପ୍ରାଇଜସ୍‌ , ବର୍ମନ  ଓ  ମଞ୍ଜଲ୍‌ ଗ୍ରୁପ୍‌।

publive-imageବିଏସ୍‌ଇରେ  ଫୋର୍ଟିସ୍‌ ପକ୍ଷରୁ  ଫାଇଲିଂରେ  କୁହାଯାଇଛି ଯେ, ଆମକୁ ଫୋସୁନ୍‌ ହେଲଥ୍‌ ହୋଲଡିଂସରେ ଏକ୍ସପ୍ରେସେନ୍‌ ଅଫ୍  ଇଣ୍ଟରେଷ୍ଟ ମିଳିଛି। ଚୀନର ଏହି  କମ୍ପାନୀ ପ୍ରତି  ସେୟାର  ପିଛା ୧୫୬ଟଙ୍କା  ଦରରେ ୩୫କୋଟି ଡଲାର ପ୍ରାରମ୍ଭିକ ନିବେଶକ ପ୍ରସ୍ତାବ ଦେଇଛି। ୩ ସପ୍ତାହ ମଧ୍ୟରେ  ଏନେଇ ବିଚାରବିମର୍ଷ କରିବାକୁ ଅନୁରୋଧ କରିଛି ଫୋସୁନ୍‌।

Advertisment

ଏଥିପାଇଁ କମ୍ପାନୀ ମଧ୍ୟ କିଛି ସର୍ତ୍ତ ରଖିଛି। କମ୍ପାନୀ ମୋଟ ୧୦୦ କୋଟି ନିବେଶକ ପ୍ରସ୍ତାବ ଦେଇଥିବାବେଳେ ଏହା  ଫୋର୍ଟିସ୍‌ର ବୋର୍ଡ ଅଫ୍‌ ଡାଇରେକ୍ଟରଙ୍କ ଉପରେ ନିର୍ଭର କରେ ବୋଲି କହିଛି।

(ଫଟୋ ସୌଜନ୍ୟ :moneycontrol.com)

Race To Buy Healthcare Provider Fortis Healthcare
Advertisment
Advertisment