/odishatv-khabar/media/post_attachments/uploadimage/library/16_9/16_9_0/odisha_1626433009.jpg)
odisha
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଏଥିପାଇଁ ଆଜି ବସୁଛି ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ। ଲମ୍ବା ବଜେଟ୍ ସେସନ୍ ପାଇଁ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା ରହିଛି।
ଆଇନଶୃଙ୍ଖଳା ପରିସ୍ଥିତି, ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି, ପାନୀୟ ଜଳ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର ହୋଇସାରିଛି।
ସେପଟେ ବିଜେପି, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସହ ପିଇବା ପାଣିର ଅଭାବ, ଚାଷୀ ସମସ୍ୟା, ଡାକ୍ତର ଅଭାବ, କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା, ଗୁମୁଡୁମାହ ଗୁଳିକାଣ୍ଡ ନେଇ ତଦନ୍ତ କମିଶନ୍ ରିପୋର୍ଟ ଆଦି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବାକୁ ଉଦ୍ୟମ କରିବ।
ଏଣେ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ମହାନଦୀ, ପୋଲାଭରମ, କେନ୍ଦ୍ରୀୟ ଅନୁଦାନ ହ୍ରାସ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଏମ୍ଏସପି ଆଦି ପ୍ରସଙ୍ଗ ସହ ପ୍ରସ୍ତୁତ ରହିଛି।
ଆସନ୍ତା ୨୩ରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ରାଜ୍ୟ ବଜେଟ୍। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ମନଲୋଭା ସ୍କିମ୍ ଉପରେ ସରକାରଙ୍କ ଫୋକସ୍ ରହିବା ସମ୍ଭାବନା ଅଛି।
ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତାକାଲିଠୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଏପ୍ରିଲ୍ ୧୧ରୁ ମେ ୫ ପର୍ଯ୍ୟନ୍ତ ଚାଲିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)