Advertisment

ଏଟିଏମ୍‌ରେ ସୁଧୁରିନି କ୍ୟାସ୍ ଅଭାବ ସ୍ଥିତି

କଟକ / ବଲାଙ୍ଗିର/ଭୁବନେଶ୍ୱର : ଏଟିଏମ୍‌ରେ ସୁଧୁରିନି ଟଙ୍କା ଅଭାବ ସ୍ଥିତି। କିଛି ରାଜ୍ୟରେ ସ୍ଥିତି ଉତ୍କଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ। ତଥାପି ଅନେକ ସ୍ଥାନରେ ଏଟିଏମ୍‌ ଖାଲି ପଡିଥିବାରୁ ଗ୍ରାହକ ହଇରାଣ ହୋଇଛନ୍ତି। କଟକ ବଡ ମେଡିକାଲରେ ପ୍ରତି ମୁହୂର୍ତ୍ତରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଦରକାର ଟଙ୍କା। ସେଥିପାଇଁ ମେଡିକାଲ ପରିସରରେ ବସିଛି ATM। ତେବେ ATM ଥିଲେ କଣ ହେବ ଟଙ୍କା ନାହିଁ। କିଛି ଦିନ ହେବ ଦେଶବ୍ୟାପୀ […]

author-image
Otv Khabar Bureau
ଏଟିଏମ୍‌ରେ ସୁଧୁରିନି କ୍ୟାସ୍ ଅଭାବ ସ୍ଥିତି

atm

କଟକ / ବଲାଙ୍ଗିର/ଭୁବନେଶ୍ୱର : ଏଟିଏମ୍‌ରେ ସୁଧୁରିନି ଟଙ୍କା ଅଭାବ ସ୍ଥିତି। କିଛି ରାଜ୍ୟରେ ସ୍ଥିତି ଉତ୍କଟ ହୋଇଥିଲେ ମଧ୍ୟ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ। ତଥାପି ଅନେକ ସ୍ଥାନରେ ଏଟିଏମ୍‌ ଖାଲି ପଡିଥିବାରୁ ଗ୍ରାହକ ହଇରାଣ ହୋଇଛନ୍ତି।

Advertisment

କଟକ ବଡ ମେଡିକାଲରେ ପ୍ରତି ମୁହୂର୍ତ୍ତରେ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଦରକାର ଟଙ୍କା। ସେଥିପାଇଁ ମେଡିକାଲ ପରିସରରେ ବସିଛି ATM। ତେବେ ATM ଥିଲେ କଣ ହେବ ଟଙ୍କା ନାହିଁ। କିଛି ଦିନ ହେବ ଦେଶବ୍ୟାପୀ ଏଟିଏମ୍‌ରେ କ୍ୟାସ୍‌ର ଅଭାବ ସ୍ଥିତି ଲାଗିରହିଥିବା ବେଳେ ଏଥିରୁ ବାଦ୍ ପଡିନି SCBର ଏହି ଏଟିଏମ୍। କେବଳ ଏହି ଏଟିଏମ୍ ନୁହେଁ, ଆଖପାଖର ଏଟିଏମ୍‌ରେ ମଧ୍ୟ ଟଙ୍କା ରହୁନାହିଁ। ଫଳରେ ଦୁରଦୂରାନ୍ତରୁ ଚିକିତ୍ସା ଲାଗି ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟ ହଇରାଣ ହେଉଛନ୍ତି।

ସେହିପରି ବଲାଙ୍ଗିର ସହରର ଅନେକ ଏଟିଏମରେ ମଧ୍ୟ ଟଙ୍କା ନଥିବାର ଦେଖିବାକୁ ମିଳିଛି। ଯେଉଁଠି କ୍ୟାଶ ଅଛି, ସେଠାରେ ଲୋକଙ୍କ ଲମ୍ବା ଲାଇନ। ଯାହା କି ବିମୁଦ୍ରାକରଣ ସମୟର ସ୍ମୃତିକୁ ତାଜା କରୁଛି।

Advertisment

ତେବେ କଣ ପାଇଁ କ୍ୟାଶ୍ ଅଭାବ? ବଜାରକୁ କମ୍ ନୋଟ୍ ଆସୁଛି ନା ନଗଦ କାରବାର ବଢିଛି। ଖାସ୍ କରି ୨ ହଜାର ଟଙ୍କିଆ ନୋଟ୍‌ର ଅଭାବ କାରଣରୁ ଭିନ୍ନ କଥା ଶୁଣିବାକୁ ମିଳୁଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ନଗଦ ରାଶିକୁ ୨ ହଜାର ଟଙ୍କିଆ ନୋଟ୍‌ ଆକାରରେ ଗଚ୍ଛିତ ରଖୁଥିବା କୁହାଯାଉଛି। ତେବେ ଅର୍ଥମନ୍ତ୍ରୀଙ୍କ ଆଶ୍ୱାସନା ଅନୁଯାୟୀ ଦୁଇ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ବିଜେପି ମୁଖପାତ୍ର କହିଛନ୍ତି।

Advertisment
Advertisment