Advertisment

ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ: ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ହେବ ଭଲ ଫସଲ

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ସହ ଓଡ଼ିଆ ନବବର୍ଷ ଅବସରରେ ପ୍ରଚଳନ ହୋଇଛି ନୂତନ ଓଡ଼ିଆ ପଞ୍ଜିକା।  ଚଳିତ ବର୍ଷ ଓଡ଼ିଶାରେ ଶାସନତନ୍ତ୍ର ସ୍ଥିର ରହିବା ସତ୍ୱେ ପରସ୍ପର ଦ୍ୱନ୍ଦ୍ୱ ଉପୁଜିବ ବୋଲି ଜ୍ୟୋତିର୍ବିଦମାନେ ଭବିଷ୍ୟବାଣୀ କରିଛନ୍ତି। ଫସଲ ଉତ୍ପାଦନ ଭଲ ହେବ, ହେଲେ ବନ୍ୟା ବାତ୍ୟା ଭଳି ସଂଙ୍କଟ ଦେଖାଦେବ ବୋଲି କୁହାଯାଇଛି। ଜ୍ୟୋତିର୍ବିଦଙ୍କ ଅନୁସାରେ ନୂଆବର୍ଷରେ ଗ୍ରହମାନଙ୍କର ଶୁଭଦୃଷ୍ଟି ରହିବ। ବର୍ଷ ସାରା କିଛି ପରିମାଣରେ ଦ୍ୱନ୍ଦ୍ୱ ରହିବ, ତଥାପି ଶାସନ ସ୍ଥିର ରହିବ। ଚଳିତ […]

author-image
Otv Khabar Bureau
ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀ: ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ହେବ ଭଲ ଫସଲ

new alamanc

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ସହ ଓଡ଼ିଆ ନବବର୍ଷ ଅବସରରେ ପ୍ରଚଳନ ହୋଇଛି ନୂତନ ଓଡ଼ିଆ ପଞ୍ଜିକା।  ଚଳିତ ବର୍ଷ ଓଡ଼ିଶାରେ ଶାସନତନ୍ତ୍ର ସ୍ଥିର ରହିବା ସତ୍ୱେ ପରସ୍ପର ଦ୍ୱନ୍ଦ୍ୱ ଉପୁଜିବ ବୋଲି ଜ୍ୟୋତିର୍ବିଦମାନେ ଭବିଷ୍ୟବାଣୀ କରିଛନ୍ତି। ଫସଲ ଉତ୍ପାଦନ ଭଲ ହେବ, ହେଲେ ବନ୍ୟା ବାତ୍ୟା ଭଳି ସଂଙ୍କଟ ଦେଖାଦେବ ବୋଲି କୁହାଯାଇଛି।

Advertisment

ଜ୍ୟୋତିର୍ବିଦଙ୍କ ଅନୁସାରେ ନୂଆବର୍ଷରେ ଗ୍ରହମାନଙ୍କର ଶୁଭଦୃଷ୍ଟି ରହିବ। ବର୍ଷ ସାରା କିଛି ପରିମାଣରେ ଦ୍ୱନ୍ଦ୍ୱ ରହିବ, ତଥାପି ଶାସନ ସ୍ଥିର ରହିବ। ଚଳିତ ବର୍ଷ ଭଲ ଫସଲ ହେବାର ଆଶା କରାଯାଉଥିଲେ ମଧ୍ୟ ବନ୍ୟା ବାତ୍ୟାର ଆଶଙ୍କା ଥିବା ଭବିଷ୍ୟବାଣୀ କରାଯାଇଛି। ଦେଶରେ ମଧ୍ୟ ଶାନ୍ତି ବଜାୟ ରହିବ ବୋଲି ଜ୍ୟୋତିର୍ବିଦ କହିଛନ୍ତି।

ଚଳିତ ବର୍ଷ ଶ୍ରୀଜଗନ୍ନାଥ ମନ୍ଦିର, ମୁକ୍ତି ମଣ୍ଡପ ପଣ୍ଡିତ ସଭା, ଗଜପତି ମହାରାଜା, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ  ଦ୍ୱାରା ୨ଟି ପଞ୍ଜିକାକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଆସନ୍ତା ଆଷାଢ଼ ପୂର୍ଣ୍ଣିମା ବା ଜୁଲାଇ ୨୭ରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗହଣ ଦୃଶ୍ୟମାନ ହେବ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ସମ୍ପାଦକ ଭଗବାନ ମହାପାତ୍ର କହିଛନ୍ତି।

Advertisment
New Odia Panji
Advertisment
Advertisment