/odishatv-khabar/media/post_attachments/uploadimage/library/16_9/16_9_0/parcel-bomb_1626433724.jpg)
parcel bomb
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ପାଟଣାଗଡ଼ରେ ଯାଇ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।ମୃତ ସୌମ୍ୟଶେଖରଙ୍କ ଘରେ ଯାଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍।
Advertisment
ଘଟଣାସ୍ଥଳରେ ଯାଇ ସରଜମିନ୍ ତଦନ୍ତ କରିବ କ୍ରାଇମବ୍ରାଞ୍ଚ SITର ୪ ଜଣିଆ ଟିମ୍। ସୌମ୍ୟଙ୍କ ପରିବାର ଲୋକଙ୍କ ସହ ରୀମାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିବ।
ଗତକାଲି SCBରେ ରୀମାଙ୍କୁ ପଚରାଉଚରା କରିଥିଲା ଏହି ଟିମ୍। ଅତିରିକ୍ତ ଏସପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ୪ ଜଣିଆ SIT ଟିମ ମାମଲାର ତଦନ୍ତ କରୁଛି।
Advertisment
ଘଟଣାକୁ ପ୍ରାୟ ଏକ ମାସ ବିତିଥିବା ବେଳେ ପୋଲିସ କୌଣସି ସୁରାକ୍ ପାଇବାରେ ବିଫଳ ହେବାରୁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ତେବେ SIT କେବେ ଓ କେମିତି ଘଟଣାର ପର୍ଦ୍ଦାଫାଶ କରିପାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)