Advertisment

ପିଆଜ ବୋଝେଇ ଟ୍ରକ ଓଲଟି ୨ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା SP ଅଫିସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।  ମିନି ଟ୍ରକ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ରମେଶ ସ୍ୱାଇଁ ଓ ପବିତ୍ର ସୁତାର। ରମେଶଙ୍କ ଘର ବାଲିପଡାରେ ହୋଇଥିବା ବେଳେ ପବିତ୍ରଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ।  ଆଉ ଜଣକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭୁବନେଶ୍ୱରରୁ ଏକ ମିନି ଟ୍ରକରେ ପିଆଜ ଲୋଡ କରି ପଟ୍ଟାମୁଣ୍ଡାଇ […]

author-image
Otv Khabar Bureau
ପିଆଜ ବୋଝେଇ ଟ୍ରକ ଓଲଟି ୨ ମୃତ

truck overturns

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା SP ଅଫିସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।  ମିନି ଟ୍ରକ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।

Advertisment

ମୃତକ ହେଲେ ଡ୍ରାଇଭର ରମେଶ ସ୍ୱାଇଁ ଓ ପବିତ୍ର ସୁତାର। ରମେଶଙ୍କ ଘର ବାଲିପଡାରେ ହୋଇଥିବା ବେଳେ ପବିତ୍ରଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ।  ଆଉ ଜଣକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଭୁବନେଶ୍ୱରରୁ ଏକ ମିନି ଟ୍ରକରେ ପିଆଜ ଲୋଡ କରି ପଟ୍ଟାମୁଣ୍ଡାଇ ଫେରୁଥିଲେ ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ  କଟକ-ଚାନ୍ଦବାଲି ରାସ୍ତାର SP ଅଫିସ୍ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

Advertisment
Truck Overturns Road Accident Kendrapara Odisha
Advertisment
Advertisment