/odishatv-khabar/media/post_attachments/uploadimage/library/16_9/16_9_0/truck-rammed_1626438048.jpg)
truck rammed
ମହାରାଷ୍ଟ୍ର: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଦ୍ରୁତ ଗତିରେ ଥିବା ଏକ ଟ୍ରକ୍ ବାରିକେଡ଼ରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୧୭ଜଣ ନିର୍ମାଣଧୀନ ଶ୍ରମିକଙ୍କ ମୃତ୍ୟୁ ହେବାସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବାର ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Advertisment
ସୂଚନା ଅନୁସାରେ, ଶ୍ରମିକମାନେ କର୍ଣ୍ଣାଟକର ବିଜାପୁରରରୁ ପୁନେ ଅଭିମୁଖେ ଯାଉଥିଲେ। ଘଟଣାସ୍ଥଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ମୁମ୍ବାଇ-ବେଙ୍ଗାଲୁରୁ ହାଇୱେ ଓଭରଟର୍ଣ୍ଣିଂ କରିବା ପୂର୍ବରୁ ଖମ୍ବାଟ୍କି ଘାଟ ନିକଟରେ ଥିବା ଏକ ବ୍ୟାରିକେଡ଼ରେ ଚଢ଼ିଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)