Advertisment

EOS-N1 Satellite: ଆଜି 'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍ ଲଞ୍ଚ, ପାକିସ୍ତାନୀ ଆତଙ୍କୀ ଉପରେ ନଜର ରଖିବ

ଆଜି ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ। ଇସ୍ରୋ ଲଞ୍ଚ କରିବ 'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍। ଆଜି ସକାଳ ୧୦ଟା ୧୭ ମିନିଟରେ ଉତକ୍ଷେପଣ। ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ୍ ଲଞ୍ଚ କରାଯିବ।

EOS-N1 Satellite

EOS-N1 Satellite Photograph: (OTV)

Advertisment

ସୀମାରେ ନା ଲୁଚିବେ ପାକିସ୍ତାନୀ ଆତଙ୍କବାଦୀ, ନା ଭାରତ ବିରୋଧରେ କୌଣସି ଚାଲ୍ ଚଳାଇ ପାରିବ ଚୀନ୍। ସେମାନଙ୍କର ଗତିବିଧି ଉପରେ ଟିକନିଖ ନଜର ରଖିବ ଭାରତ। ଏଥିପାଇଁ ଆଜି ଇସ୍ରୋ ଲଞ୍ଚ କରିବ ଦିବ୍ୟ ଦୃଷ୍ଟି ସାଟେଲାଇଟ୍। ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ ସହ ନୂଆ ଇତିହାସ ଅପେକ୍ଷାରେ ରହିଛି ଇସ୍ରୋ। 

Advertisment

ଆଜି ସକାଳ ୧୦ଟା ୧୭ ମିନିଟରେ ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ PSLV-C62 ରକେଟ୍ ଲଞ୍ଚ କରାଯିବ। ଏହି ରକେଟ୍ ଦ୍ବାରା EOS-N1 ସାଟେଲାଇଟକୁ ଉତକ୍ଷେପଣ କରିବ ଇସ୍ରୋ। ଏହା ଏକ ନିରୀକ୍ଷଣ ଉପଗ୍ରହ। ଯାହା 'ଦିବ୍ୟ ଦୃଷ୍ଟି' କିମ୍ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବରେ ଜଣାଶୁଣା। 

ଏହି ସାଟେଲାଇଟ୍ କେବଳ ପରିବେଶଗତ ତଦାରଖରେ ବିପ୍ଳବ ଆଣିବ ନାହିଁ ବରଂ ଭାରତର ପ୍ରତିରକ୍ଷା କ୍ଷମତାକୁ ମଧ୍ୟ ସୁଦୃଢ଼ କରିବ। ଏହା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଏବଂ ସୀମାରେ ଚୀନର ଚାଲକୁ ଧରିବ। 

Advertisment

EOS-N1 ବ୍ୟତୀତ ଏହି ମିଶନରେ ୟୁରୋପୀୟ ଓ ଅନ୍ୟାନ୍ୟ ଦେଶରୁ ୧୭ଟି ଛୋଟ ସାଟେଲାଇଟ୍ ବି ମହାକାଶକୁ ଯିବ। PSLV-C62 ହେଉଛି PSLV ରକେଟର ୬୪ତମ ଉତକ୍ଷେପଣ। ଏହା PSLV-DL ଭାରିଆଣ୍ଟର ପଞ୍ଚମ ଉଡ଼ାଣ।

ଆଜି 'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍ ଲଞ୍ଚ
ଆଜି ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ
ଇସ୍ରୋ ଲଞ୍ଚ କରିବ 'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍
ଆଜି ସକାଳ ୧୦ଟା ୧୭ ମିନିଟରେ ଉତକ୍ଷେପଣ
ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ୍ ଲଞ୍ଚ କରାଯିବ
EOS-N1 ସାଟେଲାଇଟକୁ ଉତକ୍ଷେପଣ କରାଯିବ
EOS-N1 ଏକ ନିରୀକ୍ଷଣ ଉପଗ୍ରହ
'ଦିବ୍ୟ ଦୃଷ୍ଟି' ସାଟେଲାଇଟ୍ ଭାବରେ ଜଣାଶୁଣା
ପରିବେଶଗତ ତଦାରଖରେ ବିପ୍ଳବ ଆଣିବ 
ଭାରତର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବ
ପାକିସ୍ତାନୀ ଆତଙ୍କୀ ଲୁଚିବା ଉପରେ ନଜର ରଖିବ
ସୀମାରେ ଚୀନର ଚାଲକୁ ଧରିବ ସାଟେଲାଇଟ୍
PSLV-C62 ହେଉଛି PSLV ରକେଟର ୬୪ତମ ଉତକ୍ଷେପଣ

Advertisment
ISRO Satellite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ