Advertisment

WhatsApp: WhatsAppରେ ଡିଲିଟ୍ ହୋଇଥିବା ମେସେଜ୍ ପଢିପାରିବେ, ବାସ୍ ଗୋଟିଏ ଟ୍ରିକରେ

‘Notification History’ ଫିଚର୍ ଯଦି ଆପଣଙ୍କ ଫୋନ୍‌ରେ ପୂର୍ବରୁ Enabled ଅଛି, ତେବେ ଆପଣ WhatsApp ରେ ଯେକୌଣସି ଡିଲିଟ୍ ହୋଇଥିବା ମେସେଜ୍ ସେଠାରେ ଦେଖିପାରିବେ।

Read-Deleted-WhatsApp-Messages

Read-Deleted-WhatsApp-Messages Photograph: (OTV)

Advertisment

WhatsApp ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଚାଟିଂ ଆପ୍। ଏଥିରେ ଥିବା “Delete for Everyone”  ଫିଚର ଭୁଲବଶତଃ ପଠାଇଥିବା ମେସେଜଗୁଡ଼ିକୁ ଡିଲିଟ୍ କରିବାକୁ ୟୁଜରମାନଙ୍କୁ ସହଯୋଗ କରେ। ଅନେକ ସମୟରେ, ଲୋକମାନେ ମେସେଜ୍ ପଠାନ୍ତି ଆଉ ତା’ପରେ ଡିଲିଟ୍ କରିଦିଅନ୍ତି। 
ଅପରପକ୍ଷ ଏହାକୁ ପଢିବା ପୂର୍ବରୁ ଏହା ଚାଟ୍‌ ବକ୍ସରୁ ହଟିଯାଇଥାଏ। ଏହା ଫଳରେ ରିସିଭର ପ୍ରକୃତରେ ମେସେଜ୍ କ'ଣ ଥିଲା ତାହା ଜାଣିବା ପାଇଁ ହତାଶ ହୋଇଯାଆନ୍ତି। ଆପଣ ଯଦି ଜଣେ ନିୟମିତ WhatsApp ୟୁଜର, ତେବେ ଆପଣଙ୍କ ସହିତ ମଧ୍ୟ ଏଭଳି ହୋଇଥିବ ଆଉ ସ୍କ୍ରିନ୍‌ରେ କେବଳ “This message was deleted” ଥିବ।
ତେବେ WhatsApp ଆନୁଷ୍ଠାନିକ ଭାବରେ ଏପରି କୌଣସି ସୁବିଧା ଦେଇ ନାହିଁ, ଯାହା ଆପଣଙ୍କୁ ଡିଲିଟ୍ ହୋଇଥିବା ମେସେଜଗୁଡ଼ିକୁ ଦେଖିବାର ସୁଯୋଗ ଦେବ। କିନ୍ତୁ ମୋବାଇଲ୍‌ରେ ଏପରି କିଛି ସ୍ମାର୍ଟ ଟ୍ରିକ୍ସ ଅଛି ଯାହାକୁ ବ୍ୟବହାର କରି ଏହାର ଫାଇଦା ନେଇହେବ। ଏହି ସ୍ମାର୍ଟ ଟ୍ରିକ୍ସଟି ସମସ୍ତେ ଜାଣନ୍ତି ନାହିଁ। 
ଯଦି ଆପଣ ଜଣେ ଆଣ୍ଡ୍ରଏଡ୍ ୟୁଜର୍, ତେବେ ଆପଣଙ୍କ ଫୋନରେ ଏକ ‘Notification History’  ଫିଚର୍ ଥିବ, ଯାହା ଆସୁଥିବା ନୋଟିଫିକେସନ୍‌କୁ ସେଭ୍ କରେ। ଯଦି ଏହି ଫିଚର୍ ଆପଣଙ୍କ ଫୋନ୍‌ରେ ପୂର୍ବରୁ Enabled ଅଛି, ତେବେ ଆପଣ ଯେକୌଣସି ଡିଲିଟ୍ ହୋଇଥିବା ମେସେଜ୍ ସେଠାରେ ଦେଖିପାରିବେ। ତେବେ ଏହାକୁ ସେଟ୍ କରିବା ପାଇଁ ଜାଣନ୍ତୁ କ’ଣ କରିବେ:-
ଆପଣଙ୍କ ଫୋନର Settings କୁ ଯାଇ Notifications ଅପ୍ସନକୁ ଯାଆନ୍ତୁ। ଆଉ ଏହା ପରେ Advanced settingsକୁ ଯାଇ Notification historyକୁ ଯାଆନ୍ତୁ। ଯଦି ଏହି ଫିଚର ଅନ୍ ନାହିଁ, ତେବେ ପ୍ରଥମେ ଏହାକୁ Enable କରନ୍ତୁ।
କେବଳ ଏତିକି କରି ଦେବା ପରେ, ଯେତେବେଳେ କୌଣସି ମେସେଜ୍ ଆସିବ ଆଉ ପଠାଇଥିବା ବ୍ୟକ୍ତି ଏହାକୁ ଡିଲିଟ୍ କରିଦେବ, ତେବେ ନୋ ଟେନ୍‌ସନ୍। କାରଣ ଆପଣ ନୋଟିଫିକେସନ୍ ହିଷ୍ଟ୍ରିକୁ ଯାଇ ସେହି ମେସେଜ୍ ଦେଖି ପାରିବେ।

Advertisment

ଅଧିକ ଦେଖନ୍ତୁ:

WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ