• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖେଳାଳିଙ୍କ ଜର୍ସିରେ ‘ଭାରତ’ ଲେଖାଯାଉ । ବିସିସିଆଇକୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏଭଳି ଅପିଲ୍ କରିଛନ୍ତି । ଖେଳାଳିଙ୍କ ଜର୍ସିରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖିବାକୁ ସେ ଅପିଲ୍ କରିଛନ୍ତି । ‘ବିଶ୍ୱକପ୍‌ରେ ଜର୍ସିରେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଉ ବୋଲି ସେ କହିଛନ୍ତି ।

ଇଣ୍ଡିଆ ନାଁ ଇଂରେଜମାନେ ଦେଇଛନ୍ତି । ତେଣୁ ଏବେ ଭାରତ ରଖାଯାଉ । ଭାରତ ନାଁ ରଖାଗଲେ ଗର୍ବ ଅନୁଭବ ହେବ । ଆମେ ଭାରତୀୟ, ଆମକୁ ଭାରତ ନାଁ ଦରକାର ବୋଲି କହିଛନ୍ତି ସେହୱାଗ । ଏନେଇ ସେ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି ଯେ, ‘୧୯୯୬ ନେଦରଲାଣ୍ତ ଭାରତକୁ ବିଶ୍ୱକପ୍‌ ଖେଳିବାକୁ ଆସିଥିଲା । ସେତେବେଳେ ନେଦରଲାଣ୍ତର ନାମ ହଲାଣ୍ତ ଥିଲା । ଠିକ୍‌ ସେହିପରି ଇଂରେଜମାନେ ଦେଇଥିବା ନାମ ବର୍ମାକୁ ପରିବର୍ତ୍ତନ କରାଯାଇ ମିଆଁମାର ରଖାଗଲା । ଯାହାକି ଆଜିଯାଏଁ ମଧ୍ୟ ରହିଛି । ଏମିତି ଅନେକ ଦେଶ ନିଜ ପୁରାତନ ନାମକୁ ପରିବର୍ତ୍ତନ କରିଛନ୍ତି’ ।

 

ସେପଟେ ପ୍ରେସିଡେଣ୍ଟ ଅଫ ଭାରତକୁ ନେଇ ଜୋର ଧରିଲା ଚର୍ଚ୍ଚା । G20 ପାଇଁ ପ୍ରେସିଡେନସିଆଲ ଇନଭିଟେସନରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ଲେଖାଯାଇଥିବା କଂଗ୍ରେସ ଅଭିଯୋଗ ଆଣିଛି । ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଥିବା ଏକ ଇନଭିଟେସନ ଦେଖିବାକୁ ମିଳିଛି । ଏଭଳି ଲେଖା ଦେଶ ପାଇଁ ଅପମାନ ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ସେପଟେ ଭାରତକୁ କଂଗ୍ରେସର ଏତେ ଡର କାହିଁକି ବୋଲି ବିଜେପିର ପ୍ରଶ୍ନ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଚାରିଛନ୍ତି ଯେ ‘କଂଗ୍ରେସର ଅସୁବିଧା କଣ ? ଦେଶର ସମ୍ମାନ ଓ ଗୌରବ ସହ ଜଡିତ ପ୍ରତ୍ୟେକ ବିଷୟ ଉପରେ କଂଗ୍ରେସ କାହିଁକି ଏତେ ଆପତ୍ତି କରୁଛି ? ‘ଭାରତ ଯୋଡୋ’ ନାମରେ ରାଜନୈତିକ ଯାତ୍ରା କରୁଥିବା କଂଗ୍ରେସ ଭାରତ ମାତା କି ଜୟ ସ୍ଲୋଗାନକୁ କାହିଁକି ଘୃଣା କରୁଛି ? ଏଥିରୁ ସ୍ପଷ୍ଟ ଯେ କଂଗ୍ରେସର ମନରେ ନା ଦେଶ ପ୍ରତି ସମ୍ମାନ ଅଛି, ନା ଦେଶର ସମ୍ବିଧାନ ପ୍ରତି ନା ସାମ୍ବିଧାନିକ ଅନୁଷ୍ଠାନ ପ୍ରତି ସମ୍ମାନ ଅଛି । ଏମାନେ କେବଳ ଏକ ନିର୍ଦ୍ଦିଷ୍ଟ ପରିବାରର ପ୍ରଶଂସା ପାଇଁ ଚିନ୍ତିତ । କଂଗ୍ରେସର ଜାତୀୟ ବିରୋଧୀ ତଥା ସାମ୍ବିଧାନିକ ବିରୋଧୀ ଉଦ୍ଦେଶ୍ୟକୁ ସମଗ୍ର ଦେଶ ଭଲଭାବେ ଜାଣିଛନ୍ତି।’