ନବମ ଶ୍ରେଣୀର ଏଇ ଝିଅଟିର ହାତରେ ରହିଛି ଯାଦୁ । ପେନସିଲ୍ ଧରିଲେ ଅବିକଳ ଚିତ୍ର ଆଙ୍କିଦେଉଛନ୍ତି । ଦୈବୀ ଆଶୀର୍ବାଦ ପାଇଥିଲା ଭଳି ବଢୁଛନ୍ତି ଆଗକୁ ଆଗକୁ । ଭବିଷ୍ୟତରେ ହୋଇପାରନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ।
ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
କଳାହାଣ୍ଡି କଲମପୁର ବ୍ଲକ ଦୁଲକିବନ୍ଧ କନ୍ୟାଶ୍ରମରେ ଅସୁସ୍ଥ ହୋଇପଡ଼ିଛନ୍ତି ବହୁ ଛାତ୍ରୀ । ଗତକାଲି ୬ଜଣ ଛାତ୍ରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ଆଜି ୨୫ ଜଣ ଛାତ୍ରୀ ଭର୍ତ୍ତି ହୋଇଛନ୍ତି l
ଅନ୍ତେବାସୀ ଛାତ୍ରାଙ୍କ ସନ୍ଦେହଜନକ ମୃତ୍ୟୁ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି ।
ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।
ନିଜକୁ ନକଲି ଡାକ୍ତରୀ ଛାତ୍ର ପରିଚୟ ଦେଇ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଉ ଥିଲେ ପରେ ସେମାନଙ୍କଠୁ ଲୁଟ୍ କରୁଥିଲେ। ଶେଷରେ ପୋଲିସ୍ ହାତରେ ତାଙ୍କର ଏହି କାରନାମା ଧରାପଡ଼ିଛି।
ଚୀନ୍ର ପିଲାଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ହୋମ୍ୱାର୍କ ଓ ଟ୍ୟୁସନ୍ର ଚାପ କମାଇବା ପାଇଁ ଚୀନ୍ ସରକାରଙ୍କ ପକ୍ଷରୁ ଏକ ନୂଆ ଆଇନ୍ ଘୋଷଣା କରାଯାଇଛି । ଯାହା ଦ୍ୱାରା ଚୀନ୍ର ଛାତ୍ରଛାତ୍ରୀଙ୍କ ପାଇଁ ହୋମୱାର୍କ ଏବଂ ଟ୍ୟୁସନର ପାଠପଢା ଚାପ ମାତ୍ରାଧିକ ହ୍ରାସ ହୋଇପାରିବ
ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି।
ପୁଅ ଗେମ୍ ଖେଳୁଥିବା ଦେଖି ମା’ ବିରକ୍ତି ପ୍ରକାଶ କରିଥିଲେ। ଗେମ୍ ଖେଳିବାକୁ ମନା କରିବା ସହିତ ବିଷୟ ପଢ଼ିବାକୁ ସୌମ୍ୟକୁ ତାଙ୍କ ମାଆ କହିଥିଲେ। ମା’ ମନା କରିବାରୁ ମ୍ରିୟମାଣ ହୋଇ ସୌମ୍ୟ ଘର ଛାତ ଉପରକୁ ଚାଲି ଯାଇଥିଲେ।
କଟକ ମହାନଦୀ ସେତୁରୁ ନିଖୋଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଗାଡ଼ି ମିଳିଥିଲା। ଏହାର ୨ ଦିନ ପରେ ଅର୍ଥାତ ଅଗଷ୍ଟ ୫ରେ ଯୋବ୍ରା ଆନିକଟରୁ ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ ମିଳିଥିଲ। ପରିବାର ଲୋକେ ତୁଷାରକାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
କଟକ ମହାନଦୀ ଜୋବ୍ରା ଆନିକଟରୁ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ମିଳିଛି। କିଛି ଦିନ ପୂର୍ବେ ଛାତ୍ର ଜଣକ ନିଖୋଜ ଥିବାବେଳେ ଆଜି ତାଙ୍କ ମୃତଦେହକୁ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଆନିକଟରୁ ଉଦ୍ଧାର କରିଛନ୍ତି।
ଏପ୍ରିଲ ୧୬ରେ ସିଆଇଏସ୍ସିଇ ଆଇସିଏସ୍ଇ ୧୦ମ ଓ ଆଇଏସ୍ସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆଇସିଏସ୍ଇ ୧୦ମ ବୋର୍ଡ ଓ ଦ୍ୱାଦଶ ପରୀକ୍ଷା ବାତିଲା କରିଥିଲା।