ଗ୍ଲୋରୀ ଫେଷ୍ଟରେ ଭାରତବର୍ଷର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ପାଇଁ ଚାହିଁ ରହିଥା'ନ୍ତି । ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବା ସହ ଉଚ୍ଚ ପଦ ପଦବୀରେ ପହଞ୍ଚି ପାରିଛନ୍ତି ।
ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯାଇ ସେଠିକାର ବିଶ୍ୱବିଦ୍ୟାଳୟରେ ବି ଡାକ୍ତରୀରେ ନାମ ଲେଖାଇପାରିବେ । ସବୁଠାରୁ ବଡ କଥା ହେଉଛି, ସେଠାରେ ଡାକ୍ତରୀ ପାଠ ପଢିବା ପାଇଁ ନିଟ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ଯଦି ଆପଣ ବିଦେଶ ଯାଇ ମେଡିକାଲ ପଢିବା ପାଇଁ ଚାହୁଁଛନ୍ତି ତେବେ ଆମେରିକା ଏକ ବିକଳ୍ପ ନିଶ୍ଚୟ ହୋଇପାରିବ ।
ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କୁ ମୋଦିଙ୍କ ଟିପ୍ସ । ଏଗଜାମକୁ ଏକ୍ସଟ୍ରା ଭାବେ ନିଅନି, ଗୋଲ୍ ଉପରେ ଧ୍ୟାନ ଦିଅ । ସମୟକୁ ନିଜ ଗୁରୁ କର, ଟାଇମ୍ ମ୍ୟାନେଜମେଣ୍ଟ ଶିଖ । ସମସ୍ତଙ୍କ ସହ ମିଶି ଘରେ କର ଲାଫ୍ଟର ଥେରାପି ।
ତାମିଲନାଡୁର କୃଷ୍ଣଗିରିର ପୋଚମପାଲି ହାଇସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଝିଅକୁ ସ୍କୁଲର ତିନି ଜଣ ଶିକ୍ଷକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙକ ମାଆ ତିନି ଜଣ ଶିକ୍ଷକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି।
ସୁନ୍ଦର ହସ୍ତାକ୍ଷର ପାଇଁ ଜଣେ ଯୁବତୀ ସାରା ବିଶ୍ୱରେ ରାଜ୍ କରୁଛନ୍ତି । ତାଙ୍କ ହାତଲେଖାକୁ ପୃଥିବୀର ସବୁଠାରୁ ସୁନ୍ଦର ହାତଲେଖା ମଧ୍ୟ କୁହାଯାଉଛି । ଏଥିପାଇଁ ତାଙ୍କୁ 'ପୃଥିବୀର ଶ୍ରେଷ୍ଠ ହସ୍ତାକ୍ଷର' “world’s most beautiful handwriting” ଆୱାର୍ଡ ପ୍ରଦାନ କରାଯାଇଛି ।
ଭୁବନେଶ୍ୱର କୁଆଖାଇ ନଦୀରେ ବୁଡ଼ି ଯାଇ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମା’ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ଛାତ୍ର ନଦୀରେ ବୁଡ଼ିଯାଇଥିବା ଜଣାଯାଇଛି।
ଛାତ୍ରୀ ଜଣକ ଖ୍ରୀଷ୍ଟ ମାସ ଛୁଟିରେ ଘରକୁ ଆସିଥିଲେ। ଜାନୁଆରୀରେ ବିଦ୍ୟାଳୟ ଖୋଲିଥିଲା। ହେଲେ ବିଦ୍ୟାଳୟ ଯିବେନି ବୋଲି ରୋକ୍ଠୋକ୍ ଭାବେ କହିଥିଲେ। ଘର ଲୋକେ ବିଦ୍ୟାଳୟ ଯିବା ପାଇଁ ଯେତେ କହିଲେ ମଧ୍ୟ ସେ ଯିବା ପାଇଁ ରାଜି ହୋଇନଥିଲେ।
୧୦ ଟାରେ ସ୍କୁଲ ଥିଲା.. ଏଥିପାଇଁ ଦୁଇ ଛାତ୍ର ଖାଇପିଇ ସାଇକେଲ ବ୍ୟାଗ ଧରି ସ୍କୁଲ ବାହାରିଥିଲେ। ବାଟରେ ଦୁଇ ଜଣ ଗପସପ କରି ଚାଲିଥିଲେ।
ପ୍ରହସନ ପାଲଟିଛି ସର୍ବଶିକ୍ଷା ଅଭିଯାନ। ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଉଛି ଦଣ୍ଡ । ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ପାରାଦୀପର ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଏଭଳି ବର୍ବରକାଣ୍ଡ କରିଛନ୍ତି ।
ଗୁରୁ ଶିଷ୍ୟର ସମ୍ବନ୍ଧକୁ ଭାରତରେ ସର୍ବଦା ପବିତ୍ର ବୋଲି କୁହାଯାଏ। ଏହି ସମ୍ପର୍କକୁ ସର୍ବଦା ସମ୍ମାନର ସହିତ ଦେଖା ଯାଇଥାଏ। ତେବେ ଏହି ସମ୍ପର୍କକୁ କଳୁଷିତ କରିଛନ୍ତି ପଶ୍ଚିମବଙ୍ଗର ଏକ କଲେଜର ପ୍ରଫେସର ଓ ଛାତ୍ର ଯୋଡି। କ୍ଲାସରୁମ ମଧ୍ୟରେ ପ୍ରଫେସର ଜଣଙ୍କ ନିଜର ଛାତ୍ରଙ୍କୁ ବିବାହ କରିଛନ୍ତି।
ସ୍କୁଲ ଗେଟ୍ରେ ତାଲା ପକାଇଲେ ଅଭିଭାବକ। ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ବୁଝାସୁଝା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l
ଗତକାଲି କ୍ଲାସ ରୁମରେ ପିଲା ମାନଙ୍କୁ ଦିଦି ପାଠ ପଚାରିଥିଲେ। ସାଇକ୍ରିଷ୍ଣାଙ୍କ ସମେତ କିଛି ପିଲା ପାଠ କହିପାରିନଥିଲେ। ଏଥିରେ ଦିଦି ରାଗି ଯାଇ ପିଲାଙ୍କୁ ସ୍କୁଲରେ ଚାଉଳ ରହୁଥିବା ଘରକୁ ସଫା କରିବା ପାଇଁ କହିଥିଲେ।
ଗାଁ ଦାଣ୍ଡରେ ଛାତି ପିଟି ପିଟି କାନ୍ଦୁଛି ମାଆ। ତା ପୁଅକୁ ଖୋଜି ଖୋଜି କରି ଚାଲିଛି ଆର୍ତ୍ତ ଚିତ୍କାର। ଏପଟେ କାନ୍ଦି କାନ୍ଦି ମେଡିକାଲ ବେଞ୍ଚରେ ଗଡିଯାଉଛନ୍ତି ବାପା। ଆଉ କିଏ ଡାକିବ ମାଆ ମତେ ଗଣ୍ଡେ ଖାଇବାକୁ ଦେ। ବାପା ମତେ ଟିକେ ବୁଲେଇ ନିଅ ।
ଆଜି ସକାଳେ ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ।
ଟ୍ରେନରେ ଖୁସି ମଜା ଚାଲିଥିଲା। ଏହି ସମୟରେ ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେଉଥିଲେ ନମ୍ରତା। ହେଲେ ତାଙ୍କ ଖୁସି ବେଶୀ ସମୟ ରହି ନଥିଲା।
ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା। ଭଲ ପାଠ ପଢ଼ୁଥିଲେ। ସେଥିପାଇଁ ତାଙ୍କ ନାଁ ଭୁବନେଶ୍ଵରରେ ଏକ ଘରୋଇ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କଲେଜରେ ଲେଖାଇଥିଲେ ପରିବାର ଲୋକ।
ସଂକ୍ରାନ୍ତିରେ ଘରକୁ ଯାଇଥିଲେ ସଂପୃକ୍ତ ଛାତ୍ର। ପରିବାର ସହ ଖୁସିରେ ୨ଦିନ ସମୟ ବିତାଇଥିଲେ। ୨୩ ତାରିଖରେ ତଥା ଗତକାଲି ୯ଟା ସମୟରେ କଲେଜରେ ପହଞ୍ଚିଥିଲେ ସଂପୃକ୍ତ ଛାତ୍ର । ନିଜ ସହଯୋଗୀଙ୍କ ସହ କ୍ଲାସ କରିଥିଲେ।
ଉତ୍କର୍ଷଙ୍କ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ପ୍ରଥମେ ବିଜୟନଗରମ୍ ଷ୍ଟେସନ୍ ଯାଇ ଖୋଳତାଡ କରିଥିଲା।
ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍ କରିଥିଲେ।
ରାଜସ୍ଥାନ କୋଟାରେ ଇଞ୍ଜିନିଅରିଂ ଛାତ୍ରଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଥିବା ବେଳେ ଘରେ ପହଞ୍ଚିଛି ତାଙ୍କ ମୃତଦେହ ।
ମୋ ଶଙ୍ଖାଳି ତୁ କୁଆଡେ ଗଲୁ, ମୋ ପାଖକୁ ଫେରିଆରେ...। ଏପରି କହି ତଳେ ଲୋଟି ଯାଉଥିଲା ମା’। ବାପା ମଧ୍ୟ ପୁଅର ନିରବି ଯାଇଥିବା ଓଠକୁ ଚାହିଁ ରହିଥିଲେ, ଆଗ ଭଳି କାହିଁ ପୁଅ ବାପା ବାପା କହି ଅଝଟ କରୁନି ବୋଲି ମନେ ମନେ ଭାବି ହେଉଥିଲେ।
ଏଇ ଛାତ୍ରଙ୍କ ନାଁ ହେଉଛି ଶୁଭମ୍। ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶ୍ରୀରାମ କଲେଜର ଯୁକ୍ତ ୩ ଛାତ୍ର। ସେ ଏତେ ଚମତ୍କାର ଅଭିନୟ କରୁଛନ୍ତି ସେ ଯିଏ ଦେଖୁୁଛି ମତୁଆଲା ହେଉଛି । ଶୁଭମଙ୍କ ଚମତ୍କାର ସଂଳାପ,ଅଟ୍ଟହାସ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗିଛି । ଦମଦାର ଅଭିନୟ କରି ଦର୍ଶକଙ୍କୁ ରାତିତମାମ୍ ବାନ୍ଧି ରଖିବା ସହ ସାଉଁଟିଂଛନ୍ତି ଅନେକ ପୁରସ୍କାର ଓ ମାନପତ୍ର । ଦିନରେ ଶ୍ରୀରାମ କଲେଜରେ ପାଠ ପଢନ୍ତି ଏବଂ ରାତିରେ ଧନୁଯାତ୍ରାରେ ସାଜିଥାନ୍ତି କଂସ ।
ଛାତ୍ରବୃତ୍ତିର ପରିସର ବହୁତ ବ୍ୟାପକ ହୋଇଥିବା ବେଳେ ୨୯ଟି ରାଜ୍ୟର ୫୪୦ଟି ଜିଲ୍ଲାରୁ ବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ୫ ହଜାର ଛାତ୍ରଛାତ୍ରୀ ପ୍ରାୟ ୧୩୦୦ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଓଡ଼ିଶାର ୧୨୦ ଜଣ ଛାତ୍ରଛାତ୍ରୀ ୨୦୨୪-୨୫ରେ ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛନ୍ତି।
ପ୍ରଶାନ୍ତ କିଶୋର । ରାଜନୀତିରେ ରଣନୀତିକାର ଥିଲେ, ରଣନୀତି କରି ବିଭିନ୍ନ ଦଳକୁ ଜିତାଉଥିଲେ । ନିଜେ ରାଜନୀତିରେ ପ୍ରବେଶ କଲେ । ଆନ୍ଦୋଳନରେ ସାମିଲ୍ ହେଲେ । ଏବେ ତାଙ୍କ ନାଁରେ ବିହାରରେ ହୋଇଛି ପୋଲିସ୍ କେସ୍ ।
ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।