ବଡ଼ଦେଉଳର ଚାରିଦ୍ୱାର ଖୋଲିବା ପରେ ପୁରୀରେ ବଢୁଛି ଭକ୍ତଙ୍କ ଭିଡ଼ । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ।
ସରକାର ବଦଳୁ ବଦଳୁ ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା ? ବଡ଼ ଠାକୁରଙ୍କ ବଡ଼ ଦେଉଳକୁ ଆଲୋକଶୂନ୍ୟ କରିବାର ମନ୍ଦବୁଦ୍ଧି ପାଞ୍ଚିଥିଲା କିଏ ?
ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ବି ଚାଲିଛି। କାହିଁକି ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଲାଇଟ କାଢିନେଲା ସେନେଇ ତଦନ୍ତ ଚାଲଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।
ବଡଦେଉଳକୁ ସିଧାସଳଖ ଫୋକସ ଲାଇଟ୍ରେ ଆଲୋକୀକରଣ କରୁଥିବା ବଡ ବଡ ହାଥମାକ୍ସ ଲାଇଟ୍ ଖୋଲି ନେଇଯାଇଛି ଇଭେଣ୍ଟ କମ୍ପାନୀ। ଯାହାଫଳରେ ଅନ୍ଧାରରେ ବଡଦେଉଳ !
ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ହୋଇଥିଲା। ଏହା ପରଠାରୁ ଆଉ ମହାପ୍ରଭୁଙ୍କୁ ଏହି ବେଶ କରାଯାଇନି। ୧୯୮୩ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଥିଲେ ବି ଆର୍ଥିକ ଦୃଷ୍ଟିକୋଣରୁ ନିରବ ରହିଥିଲା।
ଶ୍ରୀମନ୍ଦିରରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଣୀ ଲୀଳାବତୀ ପାଟମହାଦେଇ, ରାଜକୁମାରୀ କୁମାରମଣିଙ୍କ ସହ ସପରିବାର ଦର୍ଶନ କରିଛନ୍ତି ଗଜପତି । ଏହାସହ ନାଟମଣ୍ଡପର କାର୍ଯ୍ୟକୁ ଅନୁଧ୍ୟାନ ମଧ୍ୟ କରିଛନ୍ତି ।
ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ ।
ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର। ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ।
ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।
ଥମୁନି କାମିୟା ଜାନି ଶ୍ରୀମନ୍ଦିର ପ୍ରବେଶ ବିବାଦ । ୟୁଟୁବର କାମିୟା ଜାନି ହିନ୍ଦୁ ନା ମୁସଲମାନ୍ ? କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପରେ ତାଙ୍କର ଧର୍ମକୁ ନେଇ ଏବେ ନାନା ଚର୍ଚ୍ଚା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ପୋଷ୍ଟ କରିବା ପରେ ଚର୍ଚ୍ଚାରେ ୟୁଟୁବର କାମିୟା ଜାନି ।
ହିନ୍ଦୀ ବ୍ଲଗର କାମିୟା ଜାନି କାହିଁକି ପ୍ରବେଶ କଲେ ଶ୍ରୀମନ୍ଦିରରେ? କିଏ ଓ କାହିଁକି ତାଙ୍କୁ ପ୍ରବେଶ କରାଇଥିଲେ ?
ଶ୍ରଦ୍ଧାଳୁଙ୍କ ପାଇଁ କେତେ ସହାୟକ ହେବ ଏସି ଟନେଲ ? ଏସି ଟନେଲରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ସୁବିଧା ? ନୂଆ ବର୍ଷ ପୂର୍ବରୁ ଏବେ ଏସି ଟନେଲ କାମ ଜୋରସୋରରେ ଚାଲିଥିବା ବେଳେ କେତେଦୂର ଫଳପ୍ରଦ ହେବ ଉଠିଛି ପ୍ରଶ୍ନ ।
ନାଟମଣ୍ଡପ ଓ ଜଗମୋହନ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ ।
ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।
ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା
ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି କରି ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ।
ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି ।
ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି ।
ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ପଦ ଥିଲା ଖାଲି ।
ଦଶହରା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର।
ପୁରୀ: ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ଆଜି ବସିବାକୁ ଯାଉଛି ରତ୍ନଭଣ୍ଡାର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ […]