ଜୀବନଧର୍ମୀ ମନୋରଞ୍ଜନ ଚ୍ୟାନେଲ୍ ପ୍ରାର୍ଥନା ଲାଇଫ୍ ପକ୍ଷରୁ ଆୟୋଜିତ ହୋଇଛି ଆଧ୍ୟାତ୍ମିକ ଆଲୋଚନାଚକ୍ର-ମନ୍ଥନ। ଏଥିରେ ଜୀବନ ଜିଜ୍ଞାସାକୁ ନେଇ ମତ ରଖିଥିଲେ ଖ୍ୟାତନାମା ପ୍ରବଚିକା ଜୟା କିଶୋରୀ, ମୋଟିଭେସନାଲ୍ ସ୍ପିକର ଅକ୍ଷତ ଗୁପ୍ତାଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିତ୍ବ।
ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ ।